ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ବଜାରରେ ଚାହିଦା ବଢାଇବା ପାଇଁ ପ୍ରୟାସ ଜାରି ରଖିଛି ଏଲଜି। ଗତ କିଛି ଦିନ ହେବ ଜି୪ର ଲଚିଂକୁ ନେଇ କମ୍ପାନୀ ଏଲଜି ଜି ପ୍ରୋ ୩ ଉପରେ ରୋକ୍ ଲଗାଇଥିଲା। କିନ୍ତୁ ଏବେ ପୁଣି ଥରେ ଏହା ଚର୍ଚ୍ଚା ପରିସରକୁ ଆସିଛି। କମ୍ପାନୀ କର୍ତ୍ତୃପକ୍ଷ ଏବେ ଜି ପ୍ରୋ ୩କୁ ଲଞ୍ଚ୍ କରିବା ପ୍ରସ୍ତୁତିରେ ଲାଗିଛନ୍ତି। ୬ ଇଞ୍ଚର ଏହି ଫାବଲେଟର କିଛି ଫିଚର୍ସ ସାମ୍ନାକୁ ଆସିଛି। ଯେଉଁଥିରେ ଫିଙ୍ଗରପ୍ରିଣ୍ଟ୍ ସେନସର୍ ରହିଛି।
ଏହି ଫାବଲେଟ୍ ଚଳିତବର୍ଷ ଶେଷ ସୁଦ୍ଧା ଲଞ୍ଚ୍ କରାଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ରହିଛି।