ଓଡ଼ିଶାରେ ପୁଞ୍ଜି ନିବେଶ କରିବ ଚୀନ

ଭୁବନେଶ୍ୱର: ଚୀନ୍ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ନେଇ ଲକ୍ଷ୍ୟ ରଖିଛି। ଏନେଇ ଜିଆଙ୍ଗସି ପ୍ରୋଭିନ୍ସର ୮ଜଣିଆ ସଦସ୍ୟ ରାଜ୍ୟ ସରକାରଙ୍କ ଶିଳ୍ପ ନୀତି ଉପରେ ଆଲୋଚନା କରିଛନ୍ତି। ଶୁକ୍ରବାର ସଂଧ୍ୟାରେ ଶିଳ୍ପମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଏବଂ ସଚିବ ସଞ୍ଜୀବ ଚୋପ୍ରା ଏହି ଆଠ ଜଣିଆ ସଦସ୍ୟଙ୍କୁ ରାଜ୍ୟ ସରକାରଙ୍କ ଶିଳ୍ପନୀତି ସମ୍ପର୍କରେ ସୂଚନା ଦେଇଥିଲେ। ସେମାନେ କେଉଁ କ୍ଷେତ୍ରରେ ପୁଞ୍ଜି ନିବେଶ କରିବେ ସେନେଇ ସେମାନେ ରାଜ୍ୟ ସରକାରଙ୍କ ଠାରୁ କ’ଣ ସହାୟତା ଚାହୁଛନ୍ତି ସେନେଇ […]

china

Rakesh Mallick
  • Published: Saturday, 21 November 2015
  • , Updated: 21 November 2015, 03:19 AM IST

ଭୁବନେଶ୍ୱର: ଚୀନ୍ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ନେଇ ଲକ୍ଷ୍ୟ ରଖିଛି। ଏନେଇ ଜିଆଙ୍ଗସି ପ୍ରୋଭିନ୍ସର ୮ଜଣିଆ ସଦସ୍ୟ ରାଜ୍ୟ ସରକାରଙ୍କ ଶିଳ୍ପ ନୀତି ଉପରେ ଆଲୋଚନା କରିଛନ୍ତି। ଶୁକ୍ରବାର ସଂଧ୍ୟାରେ ଶିଳ୍ପମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଏବଂ ସଚିବ ସଞ୍ଜୀବ ଚୋପ୍ରା ଏହି ଆଠ ଜଣିଆ ସଦସ୍ୟଙ୍କୁ ରାଜ୍ୟ ସରକାରଙ୍କ ଶିଳ୍ପନୀତି ସମ୍ପର୍କରେ ସୂଚନା ଦେଇଥିଲେ। ସେମାନେ କେଉଁ କ୍ଷେତ୍ରରେ ପୁଞ୍ଜି ନିବେଶ କରିବେ ସେନେଇ ସେମାନେ ରାଜ୍ୟ ସରକାରଙ୍କ ଠାରୁ କ’ଣ ସହାୟତା ଚାହୁଛନ୍ତି ସେନେଇ ପ୍ରେଜେଣ୍ଟସନ୍ ମାଗିଛନ୍ତି। ଚୀନର ଏହି ଆଠ ଜଣିଆ ସଦସ୍ୟରେ ପ୍ଲାୱାରପ୍ଲାଣ୍ଟ, ସିମେଣ୍ଟ କମ୍ପାନୀ, ସାଇନସ ଆଣ୍ଡ ଟେକ୍ନୋଲଜି, ଲଜିଷ୍ଟିକସ ଆଦି ବିଭାଗର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ସେମାନେ ଅତିଶୀଘ୍ର ରାଜ୍ୟ ସରକାରଙ୍କୁ ପ୍ରେଜେଣ୍ଟସନ ଦେବେ ବୋଲି କହିଛନ୍ତି।

Related story