ଦୀପାବଳି ପାଇଁ ସ୍ପାଇସଜେଟର ବିଶେଷ ଅଫର୍, ୩୯୯୯ଟଙ୍କାରେ ଯାଇପାରିବେ ବିଦେଶ

ନୂଆଦିଲ୍ଲୀ: ଦୀପାବଳି ପାଇଁ ଏହାର ଗ୍ରାହକମାନଙ୍କ ପାଇଁ ବିଶେଷ ଅଫରର ବ୍ୟବସ୍ଥା କରିଛି ବିମାନ ସେବା ପ୍ରଦାନକାରୀ କଂପାନି ସ୍ପାଇସ୍ ଜେଟ୍। ଏହି ଅଫର ଅନୁଯାୟୀ କଂପାନୀ ଘରୋଇ ଉଡ଼ାଣ ପାଇଁ ସର୍ବନିମ୍ନ ବିମାନ ଭଡ଼ା ୭୪୯ ଟଙ୍କା ରଖିଛି। ସେହିପରି ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ବିମାନ ଭଡ଼ା ୩,୯୯୯ରୁ ଆରମ୍ଭ ହେଉଛି। କିନ୍ତୁ ଯାତ୍ରୀମାନେ ଏଥିପ୍ରତି ଦୃଷ୍ଟି ଦେବା ଉଚିତ ଯେ ଏଥିରେ ଟ୍ୟାକ୍ସକୁ ମିଶାଯାଇ ନାହିଁ। ଦୀପାବଳି ପାଇଁ କଂପାନୀ ପକ୍ଷରୁ ଦିଆଯାଉଥିବା ଏହି […]

Spicejet

Rakesh Mallick
  • Published: Tuesday, 27 October 2015
  • , Updated: 27 October 2015, 01:21 PM IST

ନୂଆଦିଲ୍ଲୀ: ଦୀପାବଳି ପାଇଁ ଏହାର ଗ୍ରାହକମାନଙ୍କ ପାଇଁ ବିଶେଷ ଅଫରର ବ୍ୟବସ୍ଥା କରିଛି ବିମାନ ସେବା ପ୍ରଦାନକାରୀ କଂପାନି ସ୍ପାଇସ୍ ଜେଟ୍। ଏହି ଅଫର ଅନୁଯାୟୀ କଂପାନୀ ଘରୋଇ ଉଡ଼ାଣ ପାଇଁ ସର୍ବନିମ୍ନ ବିମାନ ଭଡ଼ା ୭୪୯ ଟଙ୍କା ରଖିଛି। ସେହିପରି ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ବିମାନ ଭଡ଼ା ୩,୯୯୯ରୁ ଆରମ୍ଭ ହେଉଛି। କିନ୍ତୁ ଯାତ୍ରୀମାନେ ଏଥିପ୍ରତି ଦୃଷ୍ଟି ଦେବା ଉଚିତ ଯେ ଏଥିରେ ଟ୍ୟାକ୍ସକୁ ମିଶାଯାଇ ନାହିଁ। ଦୀପାବଳି ପାଇଁ କଂପାନୀ ପକ୍ଷରୁ ଦିଆଯାଉଥିବା ଏହି ବିଶେଷ ଅଫର ପାଇଁ ଆଜିଠାରୁ ବୁକିଂ ଆରମ୍ଭ କରାଯାଇଛି। ଏହା ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଉ ଏହି ଅଫର ଅନୁଯାୟୀ ଟିକେଟ୍ ବୁକ୍ କରିଥିବା ଯାତ୍ରୀମାନେ ୨୦୧୬ ଫେବ୍ରୁଆରି ୧ ତାରିଖରୁ ୨୦୧୬ ଅକ୍ଟୋବର ୨୯ ମଧ୍ୟରେ ଯାତ୍ରା କରିପାରିବେ। ସ୍ପାଇସ୍ ଜେଟ୍ ଏହି ଅଫର ଦେଶର ସମସ୍ତ ମେଟ୍ରୋ ସିଟି ସହିତ କିଛି ପ୍ରମୁଖ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ପାଇଁ ଲାଗୁ କରିଛି। ଏହି ଅଫର ଅନୁଯାୟୀ ଯାତ୍ରୀମାନଙ୍କ ପାଇଁ ୩ ଲକ୍ଷ ସିଟ୍ ଉପଲବ୍ଧ ହେବ।

Related story