ଡିସେମ୍ବର ୧୦ ତାରିଖ ସୁଦ୍ଧା ୧୨ଟି ଖଣିର ନିଲାମୀ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ: ଖଣି ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଖଣି ନିଲାମୀ ପ୍ରକ୍ରିୟାରେ ବିଳମ୍ୱକୁ ନେଇ ରାଜ୍ୟସଭା ଲେଜିସଲେସନ ସବ ଅର୍ଡିନେଟ ବୋର୍ଡିନେଟ୍ କମିଟି ବିରକ୍ତି ପ୍ରକାଶ କରିଛନ୍ତି । ସଂଶୋଧିତ ଏମଏମଡିଆର ଆକ୍ଟରରେ ମିନେରାଲ ରୁଲସ୍ ଅନୁସାରେ ଖଣି ନିଲାମୀ ନେଇ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଟି ପକ୍ଷରୁ କୁହାଯାଇଛି । ଡିସେମ୍ୱର ସୁଦ୍ଧା ଖଣି ନିଲାମୀ ନେଇ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କମିଟିକୁ […]

khani

Rakesh Mallick
  • Published: Sunday, 25 October 2015
  • , Updated: 27 October 2015, 10:09 AM IST

ଭୁବନେଶ୍ୱର: ରାଜ୍ୟରେ ଖଣି ନିଲାମୀ ପ୍ରକ୍ରିୟାରେ ବିଳମ୍ୱକୁ ନେଇ ରାଜ୍ୟସଭା ଲେଜିସଲେସନ ସବ ଅର୍ଡିନେଟ ବୋର୍ଡିନେଟ୍ କମିଟି ବିରକ୍ତି ପ୍ରକାଶ କରିଛନ୍ତି । ସଂଶୋଧିତ ଏମଏମଡିଆର ଆକ୍ଟରରେ ମିନେରାଲ ରୁଲସ୍ ଅନୁସାରେ ଖଣି ନିଲାମୀ ନେଇ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଟି ପକ୍ଷରୁ କୁହାଯାଇଛି । ଡିସେମ୍ୱର ସୁଦ୍ଧା ଖଣି ନିଲାମୀ ନେଇ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କମିଟିକୁ ସୂଚନା ଦିଆଯାଇଛି।

ଭୁବନେଶ୍ୱରରେ ଆଜି ବସିଥିବା ରାଜ୍ୟସଭା ଲେଜିସଲେସନ ସବ ଅର୍ଡିନେଟ୍ କମିଟି ବୈଠକରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ଖଣି ନିଲାମୀ ପ୍ରକ୍ରିୟାରେ କାହିଁକି ବିଳମ୍ୱ ହେଉଛି, ବିଜ୍ଞପ୍ତି ପ୍ରକାଶ କରିବାରେ କ’ଣ ସମସ୍ୟା ରହିଛି ଆଦି ପ୍ରଶ୍ନ କମିଟି ଅଧ୍ୟକ୍ଷ ଟି.ସୁବାରାମି ରେଡ୍ଡି କରିଥିଲେ । ରାଜ୍ୟରେ ଖଣି ନିଲାମୀ ନେଇ ବିଜ୍ଞପ୍ତି କେବେ ପ୍ରକାଶ ପାଇବ, ବର୍ତ୍ତମାନ କେତୋଟି ଖଣି କାର୍ଯ୍ୟକ୍ଷମ ରହିଛି ଓ ଭବିଷ୍ୟତରେ କେତୋଟି ଖଣି ରାଜ୍ୟ ସରକାର ଖୋଲିବାକୁ ଯାଉଛନ୍ତି ସେ ନେଇ କମିଟି ସଦସ୍ୟ ଜାଣିବାକୁ ଚାହିଁଥିଲେ।

ଏ ନେଇ ରାଜ୍ୟ ସରକାରଙ୍କ ଉତ୍ତର ରଖିଛନ୍ତି । ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି କହିଛନ୍ତି ଡିସେମ୍ବର ୧୦ ତାରିଖ ସୁଦ୍ଧା ୧୨ଟି ଖଣି ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ । ଖଣି ନିଲାମୀ ନେଇ ରାଜ୍ୟ ସରକାର ଏକ କମିଟି ଗଠନ କରି ଅନୁଧ୍ୟାନ କରୁଥିବା ଖଣି ନିର୍ଦେଶକ ମହାନ୍ତି କହିଛନ୍ତି। ବୈଠକରେ ଖଣି ନିଲାମୀ ପ୍ରସଙ୍ଗ ସହ ବିଭିନ୍ନ ଶିଳ୍ପ ସଂସ୍ଥାର ସାମାଜିକ ଦାୟିତ୍ୱ ବୋଧତା, ବର୍ଜ୍ୟବସ୍ତୁ ପରିଚାଳନା, ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ଭଳି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ କମିଟି ଆଲୋଚନା କରିଛି।

Related story