ଡୁକାଟିର ଏହି ମଡେଲ ବାଇକ୍‌ କିଣିଲେ ଆକ୍ସନ୍‌ କ୍ୟାମେରା ଫ୍ରି

ନୂଆଦିଲ୍ଲୀ: ଅଟୋମୋବାଇଲ କମ୍ପାନୀ Ducati ନିଜର Scrambler 800, Multistrada ଏବଂ Diavel ମଡେଲ ବାଇକ୍‌ ବିକ୍ରୟକୁ ନେଇ ପୂଜା ଅଫର ଘୋଷଣା କରିଛି। ଏହି ଅଫର କେବଳ ଦିଲ୍ଲୀ-ଏନ୍‌ସିଆର, ମୁମ୍ବାଇ, ବେଙ୍ଗାଲୋର୍‌, ପୁଣେ, ଅହମ୍ମଦାବାଦ୍, କୋଚି, କୋଲକତା ଏବଂ ଚେନ୍ନାଇ ପାଇଁ ଉପଲବ୍ଧ ରହିଛି। ଯଦି ଆପଣ ଡୁକାଟିର ଉପରୋକ୍ତ ମଡେଲ ଗୁଡ଼ିକର ବାଇକ୍‌ କିଣୁଛନ୍ତି ତେବେ ଆପଣଙ୍କୁ ଏକ ଆକ୍ସନ କ୍ୟାମେରା ଫ୍ରି ମିଳିବ। କାରଣ ବାଇକ୍ କମ୍ପାନୀ ଡୁକାଟି ଏନେଇ ଆକ୍ସନ୍‌ କ୍ୟାମେରା  […]

ggg

Tapas Behera
  • Published: Wednesday, 17 October 2018
  • , Updated: 17 October 2018, 03:22 PM IST

ନୂଆଦିଲ୍ଲୀ: ଅଟୋମୋବାଇଲ କମ୍ପାନୀ Ducati ନିଜର Scrambler 800, Multistrada ଏବଂ Diavel ମଡେଲ ବାଇକ୍‌ ବିକ୍ରୟକୁ ନେଇ ପୂଜା ଅଫର ଘୋଷଣା କରିଛି। ଏହି ଅଫର କେବଳ ଦିଲ୍ଲୀ-ଏନ୍‌ସିଆର, ମୁମ୍ବାଇ, ବେଙ୍ଗାଲୋର୍‌, ପୁଣେ, ଅହମ୍ମଦାବାଦ୍, କୋଚି, କୋଲକତା ଏବଂ ଚେନ୍ନାଇ ପାଇଁ ଉପଲବ୍ଧ ରହିଛି।

ଯଦି ଆପଣ ଡୁକାଟିର ଉପରୋକ୍ତ ମଡେଲ ଗୁଡ଼ିକର ବାଇକ୍‌ କିଣୁଛନ୍ତି ତେବେ ଆପଣଙ୍କୁ ଏକ ଆକ୍ସନ କ୍ୟାମେରା ଫ୍ରି ମିଳିବ। କାରଣ ବାଇକ୍ କମ୍ପାନୀ ଡୁକାଟି ଏନେଇ ଆକ୍ସନ୍‌ କ୍ୟାମେରା  ତିଆରି କରୁଥିବା GoPro ସହ ଚୁକ୍ତି କରିଛି।  ତେଣୁ  Scrambler 800 ମଡେଲ ବାଇକ୍‌ କିଣିଲେ ତା’ସହିତ GoPro Hero ମଡେଲର  ଏକ ଆକ୍ସନ୍‌ କ୍ୟାମେରା ଫ୍ରି ମିଳିବ।

ସେହିପରି Multistrada 950 ମଡେଲ ବାଇକ୍‌ କିଣିଲେ  ତା’ସହିତ GoPro Hero 7 ସିଲଭର୍‌ ବିଶିଷ୍ଟ ଆକ୍ସନ୍‌ କ୍ୟାମେରା ମିଳିବ। ଏହି ବାଇକ୍‌ର ଇଞ୍ଜିନ ୮୦୩ ସିସି ଥିବା ବେଳେ ଏହାର ଟର୍କ୍ୟୁ  67 Nm @ 5,750 rpm, ଗୋଟିଏ ସିଲିଣ୍ଡର, 74 PS @ 8,250 rpm, ଏବିଏସ୍‌ର ଡ୍ୟୁଆଲ ଚେନାଲ ଆଦି ଫିଚର ରହିଛି।

Scrambler Icon Redର  ଏକ୍ସ ସୋରୁମ୍ ପ୍ରାଇସ୍‌ ୬.୭୮ ଲକ୍ଷ ଟଙ୍କା ରହିଛି। Scrambler Icon ୟେଲୋର  Rs. 6.97 lakh ଟଙ୍କା ରହିଛି।

Related story