୨୦୧୪ ପରଠୁ ବଢ଼ିନି ଦରଦାମ୍: ନିର୍ମଳା ସୀତାରମଣ

କୋଲକାତା: ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି ହେଲେ ୨୦୧୪ରେ ମୋଦି ସରକାର ଆସିବା ପରେ ଦରଦାମ ନିୟନ୍ତ୍ରଣରେ ରହିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କୋଲକାତାରେ ଉଦ୍ୟୋଗପତି ଏବଂ ବ୍ୟବସାୟୀଙ୍କ ସହ ବୈଠକ କରିବା ପରେ ଏହା କହିଛନ୍ତି। ଯଦି ଦରଦାମ ନେଇ କାହାର ଆପତ୍ତି ରହିଛି ତାହେଲେ ସେ ୨୦୦୮ରୁ ୨୦୧୬ ମଧ୍ୟରେ ଦେଶର ମୁଦ୍ରାସ୍ଫୀତି ବାବଦରେ ଉପରେ ପକାଇବା ଦରକାର ବୋଲି ନିର୍ମଳା କହିଛନ୍ତି। ସରକାର ସମସ୍ତ ସେକ୍ଟରରେ ଆସୁଥିବା ଚ୍ୟାଲେଞ୍ଜ ବାବଦରେ […]

nirmala

Subhransu Sekhar
  • Published: Saturday, 07 September 2019
  • , Updated: 07 September 2019, 05:40 PM IST

କୋଲକାତା: ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି ହେଲେ ୨୦୧୪ରେ ମୋଦି ସରକାର ଆସିବା ପରେ ଦରଦାମ ନିୟନ୍ତ୍ରଣରେ ରହିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କୋଲକାତାରେ ଉଦ୍ୟୋଗପତି ଏବଂ ବ୍ୟବସାୟୀଙ୍କ ସହ ବୈଠକ କରିବା ପରେ ଏହା କହିଛନ୍ତି। ଯଦି ଦରଦାମ ନେଇ କାହାର ଆପତ୍ତି ରହିଛି ତାହେଲେ ସେ ୨୦୦୮ରୁ ୨୦୧୬ ମଧ୍ୟରେ ଦେଶର ମୁଦ୍ରାସ୍ଫୀତି ବାବଦରେ ଉପରେ ପକାଇବା ଦରକାର ବୋଲି ନିର୍ମଳା କହିଛନ୍ତି।

ସରକାର ସମସ୍ତ ସେକ୍ଟରରେ ଆସୁଥିବା ଚ୍ୟାଲେଞ୍ଜ ବାବଦରେ ଆଲୋଚନା କରୁଛନ୍ତି, ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସେ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ରାଜସ୍ୱ ବୃଦ୍ଧି ପାଇଁ ସେଣ୍ଟ୍ରାଲ୍ ବୋର୍ଡ୍ ଅଫ ଡାଇରେକ୍ଟ ଟ୍ୟାକ୍ସ(ସିବିଡିଟି) ଏବଂ ସେଣ୍ଟ୍ରାଲ୍ ବୋର୍ଡ୍ ଅଫ୍ ଡାଇରେକ୍ଟ ଟ୍ୟାକ୍ସ ଏବଂ କଷ୍ଟମ୍ (ସିବିଆଇସି)ଙ୍କୁ ଟାର୍ଗେଟ୍ ଦିଆଯାଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ଅଭିବୃଦ୍ଧି ହାର ରିପୋର୍ଟ ପ୍ରକାଶ ପାଇଥିଲା। ଯାହାକି ୫ ପ୍ରତିଶତ ରହିଛି। ଗତବର୍ଷ ପ୍ରଥମ ତ୍ରୟମାସିକ ଅଭିବୃଦ୍ଧି ହାର ତୁଳନାରେ ଚଳିତଥର ବହୁତ କମିଥିବାରୁ ଦେଶର ଅର୍ଥୀନୀତିକୁ ନେଇ ମୋଦି ସରକାର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି।

Related story