ନିର୍ମଳାଙ୍କ ଓଲା, ଉବେର ମନ୍ତବ୍ୟକୁ ସମର୍ଥନ କଲେ ଗଡ଼କରୀ

ନୂଆଦିଲ୍ଲୀ: ଓଲା ଓ ଉବେର ଆପ୍ସ ଦ୍ୱାରା ପରିଚାଳିତ ହେଉଥିବା ଟ୍ୟାକ୍ସି ପାଇଁ ଅଟୋମୋବାଇଲ ଶିଳ୍ପରେ ମାନ୍ଦାବସ୍ଥା ସୃଷ୍ଟି ହେବାର ଏକ କାରଣ। ଗତକାଲି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିବା ପରେ ସୋଶାଲ ମିଡିଆରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନିର୍ମଳାଙ୍କ ସମର୍ଥନରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ମନ୍ତବ୍ୟରୁ ଭୁଲ୍ ବୁଝି ଲୋକମାନେ ଆଲୋଚନା କରୁଛନ୍ତି। ତାଙ୍କ କହିବାର ମର୍ମକୁ […]

nirmala

Subhransu Sekhar
  • Published: Wednesday, 11 September 2019
  • , Updated: 11 September 2019, 06:05 PM IST

ନୂଆଦିଲ୍ଲୀ: ଓଲା ଓ ଉବେର ଆପ୍ସ ଦ୍ୱାରା ପରିଚାଳିତ ହେଉଥିବା ଟ୍ୟାକ୍ସି ପାଇଁ ଅଟୋମୋବାଇଲ ଶିଳ୍ପରେ ମାନ୍ଦାବସ୍ଥା ସୃଷ୍ଟି ହେବାର ଏକ କାରଣ। ଗତକାଲି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିବା ପରେ ସୋଶାଲ ମିଡିଆରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନିର୍ମଳାଙ୍କ ସମର୍ଥନରେ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ମନ୍ତବ୍ୟରୁ ଭୁଲ୍ ବୁଝି ଲୋକମାନେ ଆଲୋଚନା କରୁଛନ୍ତି। ତାଙ୍କ କହିବାର ମର୍ମକୁ ବୁଝି ତର୍କ କରିବା ଉଚିତ ବୋଲି ସେ କହିଛନ୍ତି। କୌଣସି ବ୍ୟବସ୍ଥାରେ ପରିବର୍ତ୍ତନ ହେଲେ ମୂଳ ବ୍ୟବସ୍ଥାରେ ଅସୁବିଧା ସୃଷ୍ଟି ହେବା ସ୍ୱାଭାବିକ ବୋଲି ସେ କହିଛନ୍ତି। ଉଦାହରଣ ଦେବାକୁ ଯାଇ ଗଡ଼କରୀ କହିଛନ୍ତି ବଜାରରେ ଇ-ରିକ୍ସା ଆସିବା ପରେ ଅଟୋ ଶିଳ୍ପରେ ମାନ୍ଦାବସ୍ଥା ଦେଖା ଦେଇଥିଲା। ଏବେ ଆପ୍ସରେ ପରିଚାଳିତ ହେଉଛି ଦେଶର ପରିବହନ ବ୍ୟବସ୍ଥା। ତେଣୁ ଅଟୋମୋବାଇଲ ଶିଳ୍ପରେ ମାନ୍ଦାବସ୍ଥାର କାରଣ ଅନେକ ଥିବା ବେଳେ ଓଲା ଓ ଉବେର ମଧ୍ୟ ଗୋଟିଏ ବୋଲି ସେ କହିଛନ୍ତି।

ଅନ୍ୟପଟେ ଅଟୋମୋବାଇଲ ଶିଳ୍ପର ବ୍ୟବସାୟୀ ଜିଏସଟି ଦର ହ୍ରାସ ବାବଦରେ ଯେଉଁ ଦାବି କରୁଛନ୍ତି ସେ ନେଇ ଗଡ଼କରୀ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କର ଦାବି ଏବେ ଅର୍ଥମନ୍ତ୍ରଣାଳୟର କୋର୍ଟରେ। ଜିଏସଟି ପରିଷଦ ଏ ବାବଦରେ ନିଷ୍ପତ୍ତି ନେବ। ନିର୍ମଳା ସୀତାରମଣଙ୍କ ସହ ଏ ବାବଦରେ ମଧ୍ୟ ସେ କଥା ହୋଇଛନ୍ତି ବୋଲି ଗଡ଼କରୀ କହିଛନ୍ତି।

Related story