ଫ୍ଲାଟ୍ ମୂଲ୍ୟ କମାଇବା ନେଇ ଆରବିଆଇ ଗଭର୍ଣ୍ଣରଙ୍କ ପରାମର୍ଶକୁ ବିଲଡରଙ୍କ ସ୍ୱାଗତ

ଭୁବନେଶ୍ୱର:  ରିଅଲ ଇେଷ୍ଟଟର ଚାହିଦା ବଢ଼ାଇବାକୁ ହେଲେ ଫ୍ଲାଟ୍ ଓ ଘରର ମୂଲ୍ୟ କମାଇବାକୁ ପଡ଼ିବ। ଏହା କହିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ। ଏଥିପାଇଁ ରିଅଲ ଇଷ୍ଟେଟ୍ ମାଲିକମାନେ ଆଗଭର ହେବାକୁ ସେ ପରାମର୍ଶ ଦେଇଛନ୍ତି। ଦେଶରେ ବହୁ ଘର ଓ ଫ୍ଲାଟ ବିକ୍ରି ନହୋଇ ପଡ଼ି ରହିଥିବାରୁ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଆବଶ୍ୟକ ପୁଞ୍ଜି କାରବାର ହୋଇପାରୁ ନାହିଁ। ବିକ୍ରି ମୂଲ୍ୟ କମିଲେ ଗ୍ରାହକ ଘର କିଣିବାକୁ ଆଗ୍ରହୀ ହେବେ ଓ ରିଅଲ […]

vlcsnap-2015-08-22-13h54m30s396

Rakesh Mallick
  • Published: Saturday, 22 August 2015
  • , Updated: 23 August 2015, 01:46 AM IST

ଭୁବନେଶ୍ୱର:  ରିଅଲ ଇେଷ୍ଟଟର ଚାହିଦା ବଢ଼ାଇବାକୁ ହେଲେ ଫ୍ଲାଟ୍ ଓ ଘରର ମୂଲ୍ୟ କମାଇବାକୁ ପଡ଼ିବ। ଏହା କହିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ। ଏଥିପାଇଁ ରିଅଲ ଇଷ୍ଟେଟ୍ ମାଲିକମାନେ ଆଗଭର ହେବାକୁ ସେ ପରାମର୍ଶ ଦେଇଛନ୍ତି। ଦେଶରେ ବହୁ ଘର ଓ ଫ୍ଲାଟ ବିକ୍ରି ନହୋଇ ପଡ଼ି ରହିଥିବାରୁ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଆବଶ୍ୟକ ପୁଞ୍ଜି କାରବାର ହୋଇପାରୁ ନାହିଁ। ବିକ୍ରି ମୂଲ୍ୟ କମିଲେ ଗ୍ରାହକ ଘର କିଣିବାକୁ ଆଗ୍ରହୀ ହେବେ ଓ ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଅସ୍ଥିରତା ଦୂର ହୋଇପାରିବ ବୋଲି ସେ କହିଛନ୍ତି। ବ୍ୟାଙ୍କରମାନେ ମତ ଦେଇଛନ୍ତି ପୂର୍ବରୁ ଥିବା ଟିଜର ଲୋନ୍ ବ୍ୟବସ୍ଥା ପ୍ରଚଳନ ହେଲେ ଗୃହଋଣ ସହଜ ହେବ ଓ ବିକ୍ରି ବଢ଼ିବ। ଓଡ଼ିଶାରେ ପ୍ରତି ବର୍ଷ ମାତ୍ର ୨ ହଜାର ଫ୍ଲାଟ ବିକ୍ରି ହେଉଥିଲାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୬ ହଜାର ଫ୍ଲାଟ ବିକ୍ରି ନହୋଇ ପଡ଼ିରହିଥିବା ଜଣାପଡ଼ିଛି। ତେଣୁ ରାଜନଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବିଲଡର।

Related story