ଗ୍ୟାସ୍ ଚୋରି ରୋକିବ ଟ୍ରାନ୍ସପରେଣ୍ଟ୍ ସିଲିଣ୍ଡର   

ନୂଆଦିଲ୍ଳୀ: ଏଲପିଜି ସିଲିଣ୍ଡରରେ କମ୍ ଗ୍ୟାସ୍ ଆସୁଥିବା ନେଇ ବାରମ୍ବାର ଅଭିଯୋଗ କରୁଥିବା ଗ୍ରାହକମାନଙ୍କ ପାଇଁ ଖୁସି ଖବର। ଏଲପିଜି ସିଲିଣ୍ଡରରୁ ଗ୍ୟାସ୍ ଚୋରି ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି   ପେଟ୍ରୋଲିୟମ୍ ମନ୍ତ୍ରଣାଳୟ। ଗ୍ୟାସ୍ ଚୋରି ରୋକିବାକୁ ମନ୍ତ୍ରଣାଳୟ ପକ୍ଷରୁ ଟ୍ରାନ୍ସପରେଣ୍ଟ୍  ଏଲପିଜି ସିଲିଣ୍ଡର ବଜାରକୁ ଛଡ଼ା ଯିବାକୁ ଯୋଜନା କରାଯାଇଛି। ଏହି ସିଲିଣ୍ଡରର ଖାସିୟତ ହେଉଛି- ଗ୍ୟାସ୍ ଚୋରି ହୋଇଛି କି ତାହା ସହଜରେ ଜଣାପଡ଼ିଯିବ। ଏଚପିସିଏଲ୍ (ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍)ଏପରି  […]

lpg

Rakesh Mallick
  • Published: Friday, 23 October 2015
  • , Updated: 23 October 2015, 04:42 PM IST

ନୂଆଦିଲ୍ଳୀ: ଏଲପିଜି ସିଲିଣ୍ଡରରେ କମ୍ ଗ୍ୟାସ୍ ଆସୁଥିବା ନେଇ ବାରମ୍ବାର ଅଭିଯୋଗ କରୁଥିବା ଗ୍ରାହକମାନଙ୍କ ପାଇଁ ଖୁସି ଖବର। ଏଲପିଜି ସିଲିଣ୍ଡରରୁ ଗ୍ୟାସ୍ ଚୋରି ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି   ପେଟ୍ରୋଲିୟମ୍ ମନ୍ତ୍ରଣାଳୟ। ଗ୍ୟାସ୍ ଚୋରି ରୋକିବାକୁ ମନ୍ତ୍ରଣାଳୟ ପକ୍ଷରୁ ଟ୍ରାନ୍ସପରେଣ୍ଟ୍  ଏଲପିଜି ସିଲିଣ୍ଡର ବଜାରକୁ ଛଡ଼ା ଯିବାକୁ ଯୋଜନା କରାଯାଇଛି। ଏହି ସିଲିଣ୍ଡରର ଖାସିୟତ ହେଉଛି- ଗ୍ୟାସ୍ ଚୋରି ହୋଇଛି କି ତାହା ସହଜରେ ଜଣାପଡ଼ିଯିବ।

ଏଚପିସିଏଲ୍ (ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍)ଏପରି  ଟ୍ରାନ୍ସପରେଣ୍ଟ୍ ସିଲିଣ୍ଡର ପାଇଁ ଖୁବଶୀଘ୍ର ଏକ  ପାୟଲେଟ୍ ପ୍ରଜେକ୍ଟ୍ ଆରମ୍ଭ କରିବାକୁ ଯାଉଛି। ଏହି ସିଲିଣ୍ଡରଗୁଡ଼ିକୁ କଂପୋଜିଟ୍ ସିଲିଣ୍ଡର ବୋଲି କୁହାଯାଉଛି।

ଏହି ସିଲିଣ୍ଡରଗୁଡ଼ିକ ସାଧାରଣ ସିଲିଣ୍ଡର ଅପେକ୍ଷା ମହଙ୍ଗା ହେବ।  ଏହାର ମୂଲ୍ୟ ୨୫୦୦ରୁ ୩୦୦୦ ଟଙ୍କା ହୋଇପାରେ ବୋଲି କୁହାଯାଉଛି।

Related story