ସୁନାର ଆମଦାନୀ କର ବଢ଼ିଲା

ନୂଆଦିଲ୍ଲୀ: ସୁନା ଆମଦାନୀ କରକୁ ବଢ଼ାଇ ଦେଇଛନ୍ତି ସରକାର। ସୁନା ୧୦ ଗ୍ରାମ ପିଛା ଆମଦାନୀ କରକୁ ୩୬୩ ଆମେରିକୀୟ ଡଲାରକୁ ବୃଦ୍ଧି କରି ଦିଆଯାଇଛି। ସେହିପରି ରୂପାର ଆମଦାନୀ କରକୁ ମଧ୍ୟ ସରକାର ବଢ଼ାଇ ଦେଇଛନ୍ତି। ରୂପା କିଲୋପ୍ରତି ଆମଦାନୀ କରକୁ ୪୯୯ ଆମେରିକୀୟ ଡଲାରରୁ ବୃଦ୍ଧି କରାଯାଇଛି। ଚଳିତ ମାସର ପ୍ରଥମ ୧୫ ଦିନରେ ସୁନାର ଆମଦାନୀ କର ୧୦ ଗ୍ରାମ ପ୍ରତି ୩୫୪ ଆମେରିକୀୟ ଡଲାର ରହିଥିଲା। ସେହିପରି ଏହି ସମୟ ମଧ୍ୟରେ […]

gold

Rakesh Mallick
  • Published: Monday, 17 August 2015
  • , Updated: 17 August 2015, 01:10 PM IST

ନୂଆଦିଲ୍ଲୀ: ସୁନା ଆମଦାନୀ କରକୁ ବଢ଼ାଇ ଦେଇଛନ୍ତି ସରକାର। ସୁନା ୧୦ ଗ୍ରାମ ପିଛା ଆମଦାନୀ କରକୁ ୩୬୩ ଆମେରିକୀୟ ଡଲାରକୁ ବୃଦ୍ଧି କରି ଦିଆଯାଇଛି। ସେହିପରି ରୂପାର ଆମଦାନୀ କରକୁ ମଧ୍ୟ ସରକାର ବଢ଼ାଇ ଦେଇଛନ୍ତି। ରୂପା କିଲୋପ୍ରତି ଆମଦାନୀ କରକୁ ୪୯୯ ଆମେରିକୀୟ ଡଲାରରୁ ବୃଦ୍ଧି କରାଯାଇଛି।

ଚଳିତ ମାସର ପ୍ରଥମ ୧୫ ଦିନରେ ସୁନାର ଆମଦାନୀ କର ୧୦ ଗ୍ରାମ ପ୍ରତି ୩୫୪ ଆମେରିକୀୟ ଡଲାର ରହିଥିଲା। ସେହିପରି ଏହି ସମୟ ମଧ୍ୟରେ ରୂପାର କିଲୋ ପ୍ରତି ଆମଦାନୀ ଦର ୪୯୮ ଆମେରିକୀୟ ଡଲାର ଥିଲା।

ଆମଦାନୀ କର ମୂଲ୍ୟ ହେଉଛି ବେସ୍ ପ୍ରାଇସ୍। ଏହାକୁ ଆଧାର କରି କଷ୍ଟମ୍  ଡ୍ୟୁଟି ନିର୍ଦ୍ଧାରଣ କରାଯାଏ। ୧୫ ଦିନରେ ଏହି ଆମଦାନୀ  କରର ପୁନଃ ନିର୍ଦ୍ଧାରଣ କରାଯାଏ।

Related story