ଆପଣଙ୍କ ପାସଓ୍ୱାର୍ଡ ହ୍ୟାକ ହୋଇଛି କି? ଏମିତି ଚେକ୍ କରିପାରିବେ

ନୂଆଦିଲ୍ଲୀ: ଇଣ୍ଟରନେଟରେ କୌଣସି ସାଇଟ୍ ଲଗ ଇନ୍ କରିବା ବେଳେ ଯଦି ଆପଣ ହ୍ୟାକ ହୋଇଥିବା ପାସଓ୍ୱାର୍ଡ ବ୍ୟବହାର କରୁଛନ୍ତି, ତାହାଲେ ଟେନସେନ ନିଅନ୍ତୁନି। କାରଣ ଗୁଗୁଲ କ୍ରୋମ ବ୍ରାଉଜର ସୂଚାଇ ଦେବ ଯଦି ଆପଣ ହ୍ୟାକିଂ ହୋଇଥିବା ଆଇଡି ଓ ପାସଓ୍ୱାର୍ଡକୁ ଯଦି କୌଣସି ସାଇଟରେ ଲଗ ଇନ କରିବା ବେଳେ ବ୍ୟବହାର କରୁଥିବେ। ଇଣ୍ଟରନେଟ ବ୍ୟବହାରକାରୀମାନେ ଏଥିପାଇଁ ପ୍ରଥମେ ମୋବାଇଲ ଏବଂ ନିଜ ଡେକ୍ସଟପ କିମ୍ୱା ଲାପଟପର କ୍ରୋମ ବ୍ରାଉଜରକୁ ଅପଡେଟ କରିବାକୁ ପଡ଼ିବ। […]

google-chrome-password-protections

Subhransu Sekhar
  • Published: Thursday, 12 December 2019
  • , Updated: 14 December 2019, 10:18 AM IST

ନୂଆଦିଲ୍ଲୀ: ଇଣ୍ଟରନେଟରେ କୌଣସି ସାଇଟ୍ ଲଗ ଇନ୍ କରିବା ବେଳେ ଯଦି ଆପଣ ହ୍ୟାକ ହୋଇଥିବା ପାସଓ୍ୱାର୍ଡ ବ୍ୟବହାର କରୁଛନ୍ତି, ତାହାଲେ ଟେନସେନ ନିଅନ୍ତୁନି। କାରଣ ଗୁଗୁଲ କ୍ରୋମ ବ୍ରାଉଜର ସୂଚାଇ ଦେବ ଯଦି ଆପଣ ହ୍ୟାକିଂ ହୋଇଥିବା ଆଇଡି ଓ ପାସଓ୍ୱାର୍ଡକୁ ଯଦି କୌଣସି ସାଇଟରେ ଲଗ ଇନ କରିବା ବେଳେ ବ୍ୟବହାର କରୁଥିବେ। ଇଣ୍ଟରନେଟ ବ୍ୟବହାରକାରୀମାନେ ଏଥିପାଇଁ ପ୍ରଥମେ ମୋବାଇଲ ଏବଂ ନିଜ ଡେକ୍ସଟପ କିମ୍ୱା ଲାପଟପର କ୍ରୋମ ବ୍ରାଉଜରକୁ ଅପଡେଟ କରିବାକୁ ପଡ଼ିବ।

https://twitter.com/sundarpichai/status/1204528522171076608

କ୍ରୋମ ଏହି ଫିଚର ବ୍ରାଉଜର ସହିତ ଇନ ବିଲ୍ଚ କରି ଦେଇଛି। ଏଥିପାଇଁ ଏକ୍ସଟେନଶନ ପ୍ଲଗ ଇନ୍ ବ୍ୟବହାର କରିବାକୁ ପଡ଼ିବ ନାହିଁ। ଏହି ଫିଚର ହ୍ୟାକରଙ୍କ ଦ୍ୱାରା ହ୍ୟାକ ହୋଇଥିବା ୪ଶହ କୋଟି ପାସଓ୍ୱାର୍ଡକୁ ସଂରକ୍ଷିତ କରି ରଖିଛି। ଏହି ୪ ଶହ ହ୍ୟାକିଂ ପାସଓ୍ୱାର୍ଡ ସହିତ ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାସଓ୍ୱାର୍ଡ ଯଦି ମେଳ ଖାଇବ ତାହେଲେ କ୍ରୋମ ବ୍ରାଉଜର ସୂଚାଇ ଦେବ। ଫଳରେ ଇଣ୍ଟରନେଟ ବ୍ୟବହାର କାରୀ ସୁରକ୍ଷିତ ପାସଓ୍ୱାର୍ଡ ଦେଇପାରିବେ। ଏହି ଫିଚର ଗୁଗୁଲ କ୍ରୋମ ଶୁଭାରମ୍ଭ କରିବାର ପ୍ରଥମ ମାସରେ ୨ କୋଟି ଇଣ୍ଟରନେଟ ବ୍ରାଉଜର ନିଜ ନିଜର ପାସଓ୍ୱାର୍ଡ ହ୍ୟାକ ହୋଇଥିବା ନେଇ ଜାଣିବା ପରେ ପରିବର୍ତ୍ତନ କରିଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଗୁଗୁଲ କ୍ରୋମ ପୂର୍ବରୁ ଏକ୍ସଟେନସନ ବ୍ୟବହାର କରିବା ପାଇଁ କହୁଥିଲା ଏବେ କିନ୍ତୁ ଅଟୋମେଟିକ ପ୍ଲଗ ଇନ କରି ଦେଇଛି କ୍ରୋମ ବ୍ରାଉଜରରେ।

Related story