ଗ୍ରୀସ ଆଶ୍ୱସ୍ତ: ବେଲ୍ ଆଉଟ୍ ପ୍ୟାକେଜ୍ ଘୋଷଣା କଲା ୟୁରୋପୀୟ ସଂଘ

ନୂଆଦିଲ୍ଲୀ: ଆର୍ଥିକ ଦେବାଳିଆ ସ୍ଥିତି ଦେଇ ଗତି କରୁଥିବା ଗ୍ରୀସ ପାଇଁ ପୁଣି ସହାୟତା ଘୋଷଣା କରିଛି ୟୁରୋପୀୟ ସଂଘ। ୟୁରୋପୀୟାନ୍ ଷ୍ଟାବିଲିଟି ମେକାନିଜ୍ ଅନ୍ତର୍ଗତ ଏହି ଆର୍ଥିକ ସହାୟତା ଦିଆଯିବ ବୋଲି ୟୁରୋପୀୟ ପରିଷଦର ସଭାପତି ଡୋନାଲ୍ଡ ଟାସ୍କ କହିଛନ୍ତି। ଗ୍ରୀସ ପାଇଁ ଏହା ତୃତୀୟ ବେଲ୍ ଆଉଟ୍ ପ୍ୟାକେଜ୍। ବ୍ରସେଲ୍ସରେ ୟୁରୋପୀୟ ନେତାଙ୍କ ମଧ୍ୟରେ ମାରାଥନ୍ ବିଚାର ବିମର୍ଶ ପରେ ଗ୍ରୀସକୁ ସହାୟତା ଦେବାକୁ ସହମତି ହୋଇଥିଲା। ଏହା ଗ୍ରୀସ୍ ଅର୍ଥନୀତିକୁ ସଜାଡ଼ିବାରେ ସହାୟକ […]

gree-MMAP-md

Rakesh Mallick
  • Published: Monday, 13 July 2015
  • , Updated: 13 July 2015, 03:29 PM IST

ନୂଆଦିଲ୍ଲୀ: ଆର୍ଥିକ ଦେବାଳିଆ ସ୍ଥିତି ଦେଇ ଗତି କରୁଥିବା ଗ୍ରୀସ ପାଇଁ ପୁଣି ସହାୟତା ଘୋଷଣା କରିଛି ୟୁରୋପୀୟ ସଂଘ। ୟୁରୋପୀୟାନ୍ ଷ୍ଟାବିଲିଟି ମେକାନିଜ୍ ଅନ୍ତର୍ଗତ ଏହି ଆର୍ଥିକ ସହାୟତା ଦିଆଯିବ ବୋଲି ୟୁରୋପୀୟ ପରିଷଦର ସଭାପତି ଡୋନାଲ୍ଡ ଟାସ୍କ କହିଛନ୍ତି। ଗ୍ରୀସ ପାଇଁ ଏହା ତୃତୀୟ ବେଲ୍ ଆଉଟ୍ ପ୍ୟାକେଜ୍। ବ୍ରସେଲ୍ସରେ ୟୁରୋପୀୟ ନେତାଙ୍କ ମଧ୍ୟରେ ମାରାଥନ୍ ବିଚାର ବିମର୍ଶ ପରେ ଗ୍ରୀସକୁ ସହାୟତା ଦେବାକୁ ସହମତି ହୋଇଥିଲା। ଏହା ଗ୍ରୀସ୍ ଅର୍ଥନୀତିକୁ ସଜାଡ଼ିବାରେ ସହାୟକ ହେବ ବୋଲି ଟାସ୍କ ଆଶା କରିଛନ୍ତି। ସେହିପରି ଗ୍ରୀସ୍ ୟୁରୋପୀୟ ସଂଘର ସଦସ୍ୟ ରହିବା ସହ ଏହାର ମୁଦ୍ରା ୟୁରୋ ମଧ୍ୟ ବ୍ୟବହାର କରିପାରିବ। ତେବେ ଏଥିପାଇଁ ୟୁରୋପୀୟ ସଂଘ କଠିନ ସର୍ତ୍ତ ରଖିଛି। ଋଣ ବାବଦକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ୧୬୦ କୋଟିରୁ ଅଧିକ ୟୁରୋ ପୈଠ କରି ନ ପାରି ଗ୍ରୀସ୍ ଡିଫଲଟର ହୋଇଥିଲା। ୟୁରୋପୀୟ ସଂଘ ଅଧିକ ଋଣ ଦେବାକୁ ମନା କରିବା ପରେ ଏଠାକାରା ଆର୍ଥିକ ସ୍ଥିତି ଜଟିଳ ହୋଇପଡ଼ିଥିଲା। ବେଲ୍ ଆଉଟ୍ ପ୍ୟାକେଜ୍ ଲାଗି ୟୁରୋପୀୟ ସଂଘ ଆର୍ଥିକ ସଂସ୍କାର ସମେତ ଅନେକ ସର୍ତ୍ତ ରଖିଥିଲା। ତେବେ ଗ୍ରୀସ୍ ବାସୀ ଏହାକୁ ଅପମାନ ବୋଲି କହିବା ସହ ଗଣଭୋଟ୍ ଜରିଆରେ ଅଗ୍ରାହ୍ୟ କରିଦେଇଥିଲେ। ଏହାପରେ ଗ୍ରୀସ୍ ୟୁରୋପୀୟ ସଂଘରୁ ବାଦ୍ ପଡ଼ିବା ଆଶଙ୍କ। ବଢ଼ି ଯାଇଥିଲା।

Related story