ଜେଟ୍ ଏୟାରୱେଜ୍ ବିମାନର ଡେଣା ସାଜିବେ ସହଯୋଗୀ ବିମାନ କମ୍ପାନୀ

ନୂଆଦିଲ୍ଲୀ: ପୁଣି ଉଡ଼ିବ ଜେଟ୍ ଏୟାରୱେଜ୍ ବିମାନ। ଆସନ୍ତା ସପ୍ତାହରୁ ଅନ୍ୟତମ ବିମାନ ସେବା ପ୍ରଦାନକାରୀ ସଂସ୍ଥା ସ୍ପାଇସ୍ ଜେଟ୍, ମହାରାଜା, ଏୟାର ଇଣ୍ଡିଆ ଜେଟ୍ ଏୟାରୱଜ ବିମାନକୁ ନିଜ ନିଜ କମ୍ପାନୀରେ ଲଗାଇ ବ୍ୟବହାର କରିବେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଜେଟ୍ ଏୟାରୱେଜର ୩୦ରୁ ୪୦ଟି ବୋଇଙ୍ଗ୍ ୭୩୭ ବିମାନକୁ ସ୍ପାଇସ ଜେଟ୍ ନେଇ ସେବା ଯୋଗାଇବ, ସେହିପରି ଜେଟ୍ ଏୟାରୱେଜର ୫ଟି ବୋଇଙ୍ଗ୍ ୭୭୭କୁ ଏୟାର ଇଣ୍ଡିଆ ନେବ ଏବଂ ମହାରାଜା ବୋଇଙ୍ଗ୍ […]

Jet_Airways_

Subhransu Sekhar
  • Published: Sunday, 21 April 2019
  • , Updated: 21 April 2019, 05:27 PM IST
ନୂଆଦିଲ୍ଲୀ: ପୁଣି ଉଡ଼ିବ ଜେଟ୍ ଏୟାରୱେଜ୍ ବିମାନ। ଆସନ୍ତା ସପ୍ତାହରୁ ଅନ୍ୟତମ ବିମାନ ସେବା ପ୍ରଦାନକାରୀ ସଂସ୍ଥା ସ୍ପାଇସ୍ ଜେଟ୍, ମହାରାଜା, ଏୟାର ଇଣ୍ଡିଆ ଜେଟ୍ ଏୟାରୱଜ ବିମାନକୁ ନିଜ ନିଜ କମ୍ପାନୀରେ ଲଗାଇ ବ୍ୟବହାର କରିବେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଜେଟ୍ ଏୟାରୱେଜର ୩୦ରୁ ୪୦ଟି ବୋଇଙ୍ଗ୍ ୭୩୭ ବିମାନକୁ ସ୍ପାଇସ ଜେଟ୍ ନେଇ ସେବା ଯୋଗାଇବ, ସେହିପରି ଜେଟ୍ ଏୟାରୱେଜର ୫ଟି ବୋଇଙ୍ଗ୍ ୭୭୭କୁ ଏୟାର ଇଣ୍ଡିଆ ନେବ ଏବଂ ମହାରାଜା ବୋଇଙ୍ଗ୍ ବି୭୩୭ର କିଛି ବିମାନକୁ ନେଇ ସେବା ଯୋଗାଇବ ବୋଲି ଜଣାପଡ଼ିଛି।
ଆସନ୍ତା ୧୦ ଦିନ ମଧ୍ୟରେ ଏହି ତିନି ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏପରି ସେବା ଯୋଗାଇବେ ବୋଲି ଜଣାପଡ଼ିଛି।

Related story