Advertisment

ଡିସେମ୍ବରରେ ଜିଏସ୍‍ଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ

ନୂଆଦିଲ୍ଲୀ: ଓଡ଼ିଶାରେ ୨୦୨୦ ଡିସେମ୍ଵର ମାସରେ ୨,୮୬୦ କୋଟି ଜିଏସଟି ଆଦୟ ହୋଇଥିବା ବେଳେ ୨୦୧୯ ଡିସେମ୍ୱରରେ ଏହାର ପିରମାଣ ୨,୩୮୩ କୋଟି ଥିଲା। ଅର୍ଥାତ୍ ୨୦୧୯ ଡିସେମ୍ୱର ତୁଳନାରେ ୨୦୨୦ ଡିସେମ୍ୱରରେ ୨୦ ପ୍ରତିଶତ ଜିଏସଟି ଅଧିକ ଆଦାୟ ହୋଇଛି। ଡିସେମ୍ବର ମାସରେ ଦେଶରେ ସଂଗୃହୀତ ମୋଟ ଜିଏସ୍‍ଟି ପରିମାଣ ୧୧୫୧୭୪ କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ କେନ୍ଦ୍ରୀୟ ଜିଏସ୍‍ଟି ପରିମାଣ ୨୧୩୬୫ କୋଟି ହୋଇଥିବାବେଳେ ରାଜ୍ୟ ଜିଏସ୍‍ଟି ଓ ସମନ୍ୱିତ ଜିଏସ୍‍ଟି ପରିମାଣ […]

ଅଦ୍ୟତନ ହୋଇଛି
ଜୁଲାଇରେ ଓଡ଼ିଶାରୁ ୩,୬୧୫ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ

gst

Advertisment

ନୂଆଦିଲ୍ଲୀ: ଓଡ଼ିଶାରେ ୨୦୨୦ ଡିସେମ୍ଵର ମାସରେ ୨,୮୬୦ କୋଟି ଜିଏସଟି ଆଦୟ ହୋଇଥିବା ବେଳେ ୨୦୧୯ ଡିସେମ୍ୱରରେ ଏହାର ପିରମାଣ ୨,୩୮୩ କୋଟି ଥିଲା। ଅର୍ଥାତ୍ ୨୦୧୯ ଡିସେମ୍ୱର ତୁଳନାରେ ୨୦୨୦ ଡିସେମ୍ୱରରେ ୨୦ ପ୍ରତିଶତ ଜିଏସଟି ଅଧିକ ଆଦାୟ ହୋଇଛି। ଡିସେମ୍ବର ମାସରେ ଦେଶରେ ସଂଗୃହୀତ ମୋଟ ଜିଏସ୍‍ଟି ପରିମାଣ ୧୧୫୧୭୪ କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ କେନ୍ଦ୍ରୀୟ ଜିଏସ୍‍ଟି ପରିମାଣ ୨୧୩୬୫ କୋଟି ହୋଇଥିବାବେଳେ ରାଜ୍ୟ ଜିଏସ୍‍ଟି ଓ ସମନ୍ୱିତ ଜିଏସ୍‍ଟି ପରିମାଣ ଯଥାକ୍ରମେ ୨୭୮୦୪ କୋଟି ଓ ୫୭୪୨୬ କୋଟି ଟଙ୍କା। ଏଥିମଧ୍ୟରେ ସାମଗ୍ରୀ ରପ୍ତାନୀ ବାବଦ ରାଜସ୍ୱ ସଂଗ୍ରହ ପରିମାଣ ୨୭୦୫୦ କୋଟି ଓ ଉପକର ବା ସେସ୍‍ ବାବଦରେ ୮୫୭୯ କୋଟି ଟଙ୍କା ରହିଛି। ଗତ ନଭେମ୍ବରରୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ମୋଟ ୮୭ ଲକ୍ଷ ଲୋକ ଜିଏସ୍‍ଟିଆର ୩ବି ରିଟର୍ଣ୍ଣ ଫାଇଲ କରିଛନ୍ତି।

Advertisment

ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ସମନ୍ୱିତ ଜିଏସ୍‍ଟିରୁ କେନ୍ଦ୍ର ସରକାର ତାଙ୍କ ଭାଗ ବାବଦ ୨୩୨୭୬ କୋଟି ଟଙ୍କା ପାଇଥିବାବେଳେ ରାଜ୍ୟମାନଙ୍କ ଭାଗରେ ପଡିଛି ୧୭୬୮୧ କୋଟି ଟଙ୍କା । ଏହି ମାସରେ କେନ୍ଦ୍ର ସରକାର ମୋଟ ୪୪୬୪୧ କୋଟି ଟଙ୍କା ଆୟ କରିଥିବାବେଳେ ରାଜ୍ୟ ସରକାରମାନଙ୍କ ମୋଟ ଆୟ ରହିଛି ୪୫୪୮୫ କୋଟି ଟଙ୍କା।

ଜିଏସ୍‍ଟି ଆଦାୟରେ ଯେଉଁ ଅଭିବୃଦ୍ଧିର ଧାରା ପରିଲକ୍ଷିତ ହୋଇଥିଲା ତାହା ଡିସେମ୍ବର ମାସରେ ସର୍ବାଧିକ ହୋଇଛି । ୨୦୧୯ ଡିସେମ୍ବର ମାସ ତୁଳନାରେ ୨୦୨୦ ଡିସେମ୍ବରରେ ଏହି ଅଭିବୃଦ୍ଧି ୧୨ ପ୍ରତିଶତ ରହିଛି । ଏହି ମାସରେ ଆମଦାନୀରୁ ଯେଉଁ ଜିଏସ୍‍ଟି ମିଳିଛି ତାହା ଘରୋଇ ସାମଗ୍ରୀ କାରବାରଜନିତ ଆୟଠାରୁ ୨୭ ପ୍ରତିଶତ ଅଧିକ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe