ଗୁଜରାଟ ଓ କର୍ଣ୍ଣାଟକରୁ ହଟିଲା ମ୍ୟାଗି  କଟକଣା

ଅହମ୍ମଦାବାଦ: ଖୁବଶୀଘ୍ର ଘରକୁ ଫେରିବ ମ୍ୟାଗି ନୁଡୁଲ୍ସ। ଗୁଜରାଟ ସରକାର ମ୍ୟାଗି ବିକ୍ରି ଉପରେ କଟକଣା ଉଠାଇବାର କିଛି ସମୟ ପରେ କର୍ଣ୍ଣାଟକରେ ମଧ୍ୟ କଟକଣା ହଟା ଯାଇଥିବା ଘୋଷଣା କରାଯାଇଛି। ନେସଲେ ଇଣ୍ଡିଆ ଗତ ୩ ଦିନ ତଳେ ଦାବି କରିଥିଲା ଯେ, ମ୍ୟାଗିର ତାଜା ନମୁନା ଶରୀର ପାଇଁ ସୁରକ୍ଷିତ ଏବଂ ଭାରତ ବଜାରକୁ ଏହା ଖୁବଶୀଘ୍ର ଫେରିବ। ସାରା ଦେଶରେ ମ୍ୟାଗି ଉପରୁ ବ୍ୟାନ୍ ହଟାଇବାକୁ ଅଗଷ୍ଟରେ ବମ୍ୱେ ହାଇକୋର୍ଟ ନିର୍ଦ୍ଦେଶ  ଦେଇଥିଲେ। […]

Maggi

Rakesh Mallick
  • Published: Monday, 19 October 2015
  • , Updated: 19 October 2015, 03:39 PM IST

ଅହମ୍ମଦାବାଦ: ଖୁବଶୀଘ୍ର ଘରକୁ ଫେରିବ ମ୍ୟାଗି ନୁଡୁଲ୍ସ। ଗୁଜରାଟ ସରକାର ମ୍ୟାଗି ବିକ୍ରି ଉପରେ କଟକଣା ଉଠାଇବାର କିଛି ସମୟ ପରେ କର୍ଣ୍ଣାଟକରେ ମଧ୍ୟ କଟକଣା ହଟା ଯାଇଥିବା ଘୋଷଣା କରାଯାଇଛି।

ନେସଲେ ଇଣ୍ଡିଆ ଗତ ୩ ଦିନ ତଳେ ଦାବି କରିଥିଲା ଯେ, ମ୍ୟାଗିର ତାଜା ନମୁନା ଶରୀର ପାଇଁ ସୁରକ୍ଷିତ ଏବଂ ଭାରତ ବଜାରକୁ ଏହା ଖୁବଶୀଘ୍ର ଫେରିବ।

ସାରା ଦେଶରେ ମ୍ୟାଗି ଉପରୁ ବ୍ୟାନ୍ ହଟାଇବାକୁ ଅଗଷ୍ଟରେ ବମ୍ୱେ ହାଇକୋର୍ଟ ନିର୍ଦ୍ଦେଶ  ଦେଇଥିଲେ। କମ୍ପାନୀ ୬ ସପ୍ତାହ ମଧ୍ୟରେ ୩ଟି ଲ୍ୟାବରେ ମ୍ୟାଗି ନୁଡୁଲ୍ସର ନମୁନା ଯାଞ୍ଚ କରିବା ସର୍ତ୍ତରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ୩ଟି ଲ୍ୟାବରେ ଯାଞ୍ଚ ପରେ ମ୍ୟାଗିରେ ଅଧିକ ପରିମାଣର ଲେଡ୍ ନଥିବା ଜଣାପଡିଥିଲା।

ଆଜି ମଧ୍ୟ ମ୍ୟାଗି ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦେଇ କହିଛି ଯେ ମ୍ୟାଗି ସବୁ ପରୀକ୍ଷା ପାସ୍ କରିଛି। ଏହା ଏବେ ଖାଇବା ପାଇଁ ପୂରାପୂରି ସୁରକ୍ଷିତ।

Related story