ହାଇଦ୍ରାବାଦ କ୍ୟାମ୍ପସରେ ୭ ମେଗାୱାଟର ସୋଲାର ପ୍ଲାଣ୍ଟ୍ ସ୍ଥାପନ କରିବ ଇନଫୋସିସ୍

ହାଇଦ୍ରାବାଦ: ଦେଶର ବୃହତ ସପ୍ଟୱାର ସର୍ଭିସ ଫାର୍ମ ‘ଇନଫୋସିସ’ ଏହାର ହାଇଦ୍ରାବାଦସ୍ଥିତ କ୍ୟାମ୍ପସରେ ୭ ମେଗାୱାଟର ଏକ ସୋଲାର ପ୍ଲାଣ୍ଟ ସ୍ଥାପନ କରିବ। ଆସନ୍ତା କିଛି ବର୍ଷରେ କମ୍ପାନୀର ବିଦ୍ୟୁତ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଏକ ବିବୃତ୍ତିରେ କୁହାଯାଇଛି। କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ ଦାବି କରାଯାଇଛି ଯେ ହାଇଦ୍ରାବାଦସ୍ଥିତ ଇନଫୋସିସ୍ କାର୍ଯ୍ୟାଳୟ ୯୧% ସ୍ଥାନରେ ପ୍ରାକୃତିକ ଆଲୋକ ପଡିଥାଏ। ସେହିପରି କାର୍ଯ୍ୟାଳୟରୁ ନିର୍ଗତ ଅପରିଷ୍କାର ଜଳର ଟ୍ରିଟମେଣ୍ଟ କରି କୁଲିଂ […]

Infosys

Rakesh Mallick
  • Published: Monday, 27 July 2015
  • , Updated: 29 July 2015, 03:10 AM IST

ହାଇଦ୍ରାବାଦ: ଦେଶର ବୃହତ ସପ୍ଟୱାର ସର୍ଭିସ ଫାର୍ମ ‘ଇନଫୋସିସ’ ଏହାର ହାଇଦ୍ରାବାଦସ୍ଥିତ କ୍ୟାମ୍ପସରେ ୭ ମେଗାୱାଟର ଏକ ସୋଲାର ପ୍ଲାଣ୍ଟ ସ୍ଥାପନ କରିବ। ଆସନ୍ତା କିଛି ବର୍ଷରେ କମ୍ପାନୀର ବିଦ୍ୟୁତ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଏକ ବିବୃତ୍ତିରେ କୁହାଯାଇଛି।

କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ ଦାବି କରାଯାଇଛି ଯେ ହାଇଦ୍ରାବାଦସ୍ଥିତ ଇନଫୋସିସ୍ କାର୍ଯ୍ୟାଳୟ ୯୧% ସ୍ଥାନରେ ପ୍ରାକୃତିକ ଆଲୋକ ପଡିଥାଏ। ସେହିପରି କାର୍ଯ୍ୟାଳୟରୁ ନିର୍ଗତ ଅପରିଷ୍କାର ଜଳର ଟ୍ରିଟମେଣ୍ଟ କରି କୁଲିଂ ଟାୱାରରେ ବ୍ୟବହାର କରାଯାଏ। ସେହିପରି ୨୦୧୫ ଆର୍ଥିକ ବର୍ଷରେ କମ୍ପାନୀ ଏହାର ହାଇଦ୍ରାବାଦ କ୍ୟାମ୍ପସରେ ୧୫,୭୫୮ ଟି ଗଛ ଲଗାଯାଇଛି। ଏହାକୁ ମିଶାଇ ଗତ ୭ ବର୍ଷରେ ୪,୧୫,୦୦୦ ଟି ଗଛ ଲଗାଯାଇଛି।

Related story