ନୂଆଦିଲ୍ଲୀ: ଅଗ୍ରଣୀ କାର କମ୍ପାନୀ ହ୍ୟୁଣ୍ଡାଇ ନିଜର ଏସୟୁଭି କାର୍ 'ଭେନ୍ୟୁ'କୁ ଭାରତୀୟ ବଜାରରେ ପ୍ରବେଶ କରାଇଛି। ଉଭୟ ପେଟ୍ରୋଲ ଓ ଡିଜେଲରେ ଉପଲବ୍ଧ ରହିଛି ଏହି କାର। ଆଜି ଏହି କାରର ଶୁଭାରମ୍ଭ ହେବା ପୂର୍ବରୁ କମ୍ପାନୀ ବୁକିଂ ପାଇଁ ଆଗୁଆ ଗ୍ରାହକଙ୍କୁ ସୂଚନା ଦେଇଥିଲା। ତେବେ ୧୯ ଦିନ ମଧ୍ୟରେ ୧୫ ହଜାରରୁ ଅଧିକ ଲୋକ ଏହି ହ୍ୟୁଣ୍ଡାଇ 'ଭେନ୍ୟୁ' କାର ବୁକିଂ କରିଥିବା ଜଣାପଡ଼ିଛି।
ଏହି କାରରେ ୩୦ରୁ ଅଧିକ ଫିଚର୍ସ ରହିଛି। ଭାରତୀୟ ଗ୍ରାହକଙ୍କୁ ନଜରରେ ରଖି ଏହି କାର ତିଆରି ହୋଇଛି। ଦେଶର ଏହି କାର ହେଉଛି ପ୍ରଥମ କନେକ୍ଟେଡ ଏସୟୁଭି କାର। ଯେଉଁଥିରେ ଫୋର୍ -ଜି ସିମ୍ କାର୍ଡ ଇନବିଲ୍ଟ ରହିଛି। ଅର୍ଥାତ୍ କାର ଭିତରେ ଥିବା ଯାତ୍ରୀ ସବୁବେଳେ ଫୋର-ଜି ନେଟଓ୍ୱର୍କର ସେବା ପାଇ ପାରିବେ।
ଏଥିସହ ବ୍ଲୁ-ଲିଙ୍କ ଟେକନିକକୁ ବ୍ୟବହାର କରିଛି। ଏହି ବ୍ଲୁ-ଲିଙ୍କ ଦ୍ୱାରା କାର ଭିତରେ ବସିଥିବା ଯାତ୍ରୀ ନିଜ ମୋବାଇଲ ସାହାଯ୍ୟରେ କାରର ଝରକା, ଡୋର୍, ଏସି, ଜିପିଏସ ଇତ୍ୟାଦିକୁ ନିୟନ୍ତ୍ରଣ କରିପାରିବେ।
ମୋବାଇଲରେ ଥିବା ଭଏସ ରେକଗନିସନ୍ ବ୍ୟବସ୍ଥା ଉପରେ ମଧ୍ୟ ଏହି କାର ଗୁରୁତ୍ୱ ଦେଇଛି। ନିଜର ଭଏସକୁ ରେଜିଷ୍ଟ୍ରେସନ କରିବା ପରେ ନିଜର ଭଏସ କମାଣ୍ଡ ଅନୁଯାୟୀ କାର ଭିତରେ ଥିବା ଫିଚର୍ସରୁ ସୁବିଧା ନେଇ ହେବ।