ଭାରତ ଓ ଜର୍ମାନୀ ମଧ୍ୟରେ ୧୮ଟି  ଏମଓୟୁ ସ୍ୱାକ୍ଷରିତ

ନୂଆଦିଲ୍ଲୀ: ସୋମବାର ଭାରତ ଓ ଜର୍ମାନୀ ମଧ୍ୟରେ ୧୮ଟଇ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଭାରତର ଅର୍ଥନୀତି କ୍ଷେତ୍ରରେ ବିକାଶ ପାଇଁ ଜାର୍ମାନୀ ସହଯୋଗର ହାତ ବଢାଇଛି। ମୁଖ୍ୟତଃ ଭାରତର ପ୍ରତିରକ୍ଷା କ୍ଷେତ୍ରର ମାନୁଫେକ୍ସରିଂ, ଟ୍ରେଡ, ଇଣ୍ଟେଲିଜେନ୍ସି ଓ କ୍ଲିନ ଏନର୍ଜିକୁ ସୁଦୂର ପ୍ରସାରୀ କରିବାକୁ ଜର୍ମାନୀ ଏଓୟୁ ସ୍ୱାକ୍ଷର କରିଛି । ଏହାସହ ଜର୍ମାନୀ କମ୍ପାନୀଗୁଡିକ ଭାରତୀୟ ବଜାର ପ୍ରବେଶ ଲାଗି ମଧ୍ୟ ଏମଓୟୁ ହୋଇଛି । ଭାରତଗସ୍ତରେ ଆସିଥିବା ଜାର୍ମନୀ ଚାନସେଲର ଆଞ୍ଜେଲା ମାର୍କେଲ […]

India and Germany sign 18 MoUs

Rakesh Mallick
  • Published: Monday, 05 October 2015
  • , Updated: 05 October 2015, 01:10 PM IST

ନୂଆଦିଲ୍ଲୀ: ସୋମବାର ଭାରତ ଓ ଜର୍ମାନୀ ମଧ୍ୟରେ ୧୮ଟଇ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଭାରତର ଅର୍ଥନୀତି କ୍ଷେତ୍ରରେ ବିକାଶ ପାଇଁ ଜାର୍ମାନୀ ସହଯୋଗର ହାତ ବଢାଇଛି। ମୁଖ୍ୟତଃ ଭାରତର ପ୍ରତିରକ୍ଷା କ୍ଷେତ୍ରର ମାନୁଫେକ୍ସରିଂ, ଟ୍ରେଡ, ଇଣ୍ଟେଲିଜେନ୍ସି ଓ କ୍ଲିନ ଏନର୍ଜିକୁ ସୁଦୂର ପ୍ରସାରୀ କରିବାକୁ ଜର୍ମାନୀ ଏଓୟୁ ସ୍ୱାକ୍ଷର କରିଛି । ଏହାସହ ଜର୍ମାନୀ କମ୍ପାନୀଗୁଡିକ ଭାରତୀୟ ବଜାର ପ୍ରବେଶ ଲାଗି ମଧ୍ୟ ଏମଓୟୁ ହୋଇଛି ।

ଭାରତଗସ୍ତରେ ଆସିଥିବା ଜାର୍ମନୀ ଚାନସେଲର ଆଞ୍ଜେଲା ମାର୍କେଲ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମଓୟୁ ସ୍ୱାକ୍ଷର ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହା ଉଭୟ ଦେଶର ବିକାଶ ପାଇଁ ମହତ୍ୱପୂର୍ଣ୍ଣ ବୋଲି ଜର୍ମାନୀ ଚାନସେଲର ଆଞ୍ଜେଲା ମାର୍କେଲ କହିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହାଦ୍ୱାରା ରାଜନୈତିକ, ଅର୍ଥନୈତିକ ଓ ବାଣିଜ୍ୟିକ ବିକାଶ ହେବ ।

ଏହି ଦୁଇରାଷ୍ଟ୍ରର ସହମତିରେ ଜର୍ମାନୀ କେନ୍ଦ୍ରୀୟ ବିଦ୍ୟାଳୟରେ ତୃତୀୟ ଭାଷା ଭାବେ ସଂସ୍କୃତକୁ ଗ୍ରହଣ କରିବାକୁ ଚୁକ୍ତି ହୋଇଛି । ଏହାସହ ଭାରତରେ ବ୍ୟବସାୟ କରିବାକୁ ଜର୍ମାନୀ କମ୍ପାନୀଗୁଡିକ ପାଇଁ ଫାଷ୍ଟ ଟ୍ରାକ୍ ସିଷ୍ଟମ ବ୍ୟବହାର କରିବାକୁ ଦୁଇ ଦେଶ ଚୁକ୍ତିବଦ୍ଧ ହୋଇଛନ୍ତି।

Related story