Advertisment

ଚାଇନା ନେତୃତ୍ୱାଧୀନ ଆରସିଇପିରେ ସାମିଲ୍ ହେଲାନି ଭାରତ, ବର୍ଷିଲେ ଚିଦାମ୍ୱରମ

ନୂଆଦିଲ୍ଲୀ: ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଯୋଗିତା (ଆର୍‌ସିଇପି)ରୁ ଭାରତ ଓହରିବା ନେଇ ବିରୋଧୀ ଏବେ ସରକାରଙ୍କୁ ଘେରିଛନ୍ତି। ଚାଇନା ନେତୃତ୍ୱରେ ଦକ୍ଷିଣ ପୂର୍ବ ଏସିଆର ୧୦ଟି ଦେଶ ଏହି ଆରସିଇପିରେ ସାମିଲ୍ ହୋଇଛନ୍ତି। ଏହି ଗ୍ରୁପରେ ଚାଇନା, ଜାପାନ, ଦକ୍ଷିଣ କୋରିଆ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ପ୍ରମୁଖ ଦେଶ ରହିଛନ୍ତି। ଆମେରିକା ଏବଂ ଭାରତ କିନ୍ତୁ ଏହି ଗ୍ରୁପରେ ସାମିଲ୍ ହୋଇ ନାହାନ୍ତି। କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ୱରମ କହିଛନ୍ତି, ସାରା ବିଶ୍ୱ ଜାଣିଛି […]

ଅଦ୍ୟତନ ହୋଇଛି
ଚାଇନା ନେତୃତ୍ୱାଧୀନ ଆରସିଇପିରେ ସାମିଲ୍ ହେଲାନି ଭାରତ, ବର୍ଷିଲେ ଚିଦାମ୍ୱରମ

chidambaram

Advertisment

ନୂଆଦିଲ୍ଲୀ: ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଯୋଗିତା (ଆର୍‌ସିଇପି)ରୁ ଭାରତ ଓହରିବା ନେଇ ବିରୋଧୀ ଏବେ ସରକାରଙ୍କୁ ଘେରିଛନ୍ତି। ଚାଇନା ନେତୃତ୍ୱରେ ଦକ୍ଷିଣ ପୂର୍ବ ଏସିଆର ୧୦ଟି ଦେଶ ଏହି ଆରସିଇପିରେ ସାମିଲ୍ ହୋଇଛନ୍ତି। ଏହି ଗ୍ରୁପରେ ଚାଇନା, ଜାପାନ, ଦକ୍ଷିଣ କୋରିଆ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ପ୍ରମୁଖ ଦେଶ ରହିଛନ୍ତି। ଆମେରିକା ଏବଂ ଭାରତ କିନ୍ତୁ ଏହି ଗ୍ରୁପରେ ସାମିଲ୍ ହୋଇ ନାହାନ୍ତି।

Advertisment

କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ୱରମ କହିଛନ୍ତି, ସାରା ବିଶ୍ୱ ଜାଣିଛି ଆରସିଇପି ସାରା ଦୁନିଆରେ ବଡ଼ ବ୍ୟବସାୟିକ ସଂଗଠନ। ଏଥିରେ ମୋଟ୍ ୧୫ଟି ଦେଶ ରହିଛନ୍ତି। ହେଲେ ଭାରତ ନାହିଁ। ଏହି ପ୍ରସଙ୍ଗରେ ସଂସଦରେ କି ବିରୋଧୀ ଦଳଙ୍କ ସହ ଆଲୋଚନା କରି ନାହାନ୍ତି। କେନ୍ଦ୍ର ସରକାରର ଏଭଳି ନିଷ୍ପତ୍ତି ବ୍ୟବସ୍ଥାର ଆଉ ଏକ ଖରାପ ଉଦାହରଣ। ଯାହା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ ବୋଲି ଚିଦାମ୍ୱରମ କହିଛନ୍ତି।

ସୂଚନାଯୋଗ୍ୟ, ଆରସିଇପିରେ ଭାରତ ମଧ୍ୟ ସାମିଲ୍ ଥିଲା। କିନ୍ତୁ ବ୍ୟବସାୟିକ ସ୍ୱାର୍ଥ ପାଇଁ ଗତ ବର୍ଷ ଭାରତ ଏଥିରୁ ଓହରି ଯାଇଛି। ତେବେ ଏହି ସଂଗଠନ ବା ଚୁକ୍ତିରେ ଭାରତ ସାମିଲ୍ ହୋଇପାରିବ। ଭାରତ ପାଇଁ ବିକଳ୍ପ ଖୋଲା ରହିଯାଇଛି।

Advertisment

https://twitter.com/PChidambaram_IN/status/1328201875712163840

କାହିଁକି ସାମିଲ୍ ହେଲାନି ଭାରତ?

ବ୍ୟବସାୟିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତ ଆରସିଇପି ଚୁକ୍ତିରେ ସାମିଲ୍ ହୋଇନାହିଁ। କାରଣ ଏହି ଚୁକ୍ତିରେ ସାମିଲ୍ ହେବାକୁ ହେଲେ ଭାରତକୁ ନିଜର ବଜାର ଖୋଲିବାକୁ ପଡିବ। ଯଦି ବଜାର ଖୋଲିବ ତାହେଲେ ଭାରତ ଚାଇନାରୁ ଶସ୍ତା ଦ୍ରବ୍ୟ ଆମଦାନୀ ବୃଦ୍ଧି ପାଇଥାନ୍ତା। ଆଉ ଏଭଳି ହେଲେ ଘରୋଇ ଶିଳ୍ପରେ ଚାଇନା ସାମଗ୍ରୀକ ଦବଦବା ବଢ଼ିବାର ଆଶଙ୍କା ଥିଲା। ଆଉ ଘରୋଇ କମ୍ପାନୀ ପ୍ରଭାବିତ ହେବାର ସମ୍ଭାବନା ଥିଲା।

ବିଶେଷଜ୍ଞ କହିଛନ୍ତି ଚୁକ୍ତିରେ ସାମିଲ୍ ହୋଇଥିଲେ ଘରୋଇ କୃଷି ଏବଂ ଦୁଗ୍ଧ ସହ ଜଡିତ ବ୍ୟବସାୟ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। କାରଣ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରୁ ଶସ୍ତା ଦୁଗ୍ଧ ପାଉଡର ଭାରତରେ ପ୍ରବେଶ କରିଥାନ୍ତା। ଏହାଦ୍ୱାରା ଦେଶର କୃଷକ ଏବଂ ଦୁଗ୍ଧ ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚିଥାନ୍ତା।

ଚାଇନାର ଉଦ୍ଦେଶ୍ୟ କଣ?

ଆରସିଇପି ଚୁକ୍ତି ଚାଇନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଚାଇନା ଏହି ଚୁକ୍ତି ଜରିଆରେ ସବୁଠାରୁ ବଡ ବାଣିଜ୍ୟିକ ଅଂଶୀଦାର ସଂଗଠନ ତିଆରି କରିବାରେ ସକ୍ଷମ ହୋଇଛି। ଯାହାକି ଚାଇନା ତାର ପ୍ରତିଦ୍ୱନ୍ଦ୍ୱୀ ଆମେରିକାକୁ ଚେକ୍ ଦେବ ବୋଲି ଆକଳନ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe