ଅର୍ଥନୀତି ସୂଚକାଙ୍କ ତାଲିକାରେ ୫ ନମ୍ୱର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ: ଭାରତ ଅର୍ଥନୀତି ପାଇଁ ଖରାପ ଖବର। ବିଶ୍ୱରେ ୫ମ ବୃହତ ଅର୍ଥନୀତିକ ରାଷ୍ଟ୍ର ଭାବରେ ଥିବା ଭାରତ ସପ୍ତମ ସ୍ଥାନକୁ ଖସି ଆସିଛି। ୨୦୧୮ରେ ଭାରତର ଅର୍ଥନୀତି ସ୍ଥିର ରହିଥିବାରୁ ଏବେ ସେ ତଳକୁ ଖସି ଆସିଛି ବୋଲି ଜଣାପଡ଼ିଛି। ବିଶ୍ୱବ୍ୟାଙ୍କର ରିପୋର୍ଟ ଅନୁସାରେ ୨୦୧୮ରେ ଫ୍ରାନ୍ସ ଏବଂ ବ୍ରିଟେନର ଅର୍ଥନୀତିକ ଅଭିବୃଦ୍ଧି ଭାରତ ତୁଳନାରେ ଅଧିକ ରହିଛି। ତେଣୁ ଏବେ ବ୍ରିଟେନ ୫ ନମ୍ୱର ସ୍ଥାନରେ ପହଞ୍ଚିଥିବା ବେଳେ ଷଷ୍ଠ ସ୍ଥାନରେ ଫ୍ରାନ୍ସ ପହଞ୍ଚିଛି। […]

RUPEES

Subhransu Sekhar
  • Published: Friday, 02 August 2019
  • , Updated: 02 August 2019, 12:26 PM IST
ନୂଆଦିଲ୍ଲୀ: ଭାରତ ଅର୍ଥନୀତି ପାଇଁ ଖରାପ ଖବର। ବିଶ୍ୱରେ ୫ମ ବୃହତ ଅର୍ଥନୀତିକ ରାଷ୍ଟ୍ର ଭାବରେ ଥିବା ଭାରତ ସପ୍ତମ ସ୍ଥାନକୁ ଖସି ଆସିଛି। ୨୦୧୮ରେ ଭାରତର ଅର୍ଥନୀତି ସ୍ଥିର ରହିଥିବାରୁ ଏବେ ସେ ତଳକୁ ଖସି ଆସିଛି ବୋଲି ଜଣାପଡ଼ିଛି। ବିଶ୍ୱବ୍ୟାଙ୍କର ରିପୋର୍ଟ ଅନୁସାରେ ୨୦୧୮ରେ ଫ୍ରାନ୍ସ ଏବଂ ବ୍ରିଟେନର ଅର୍ଥନୀତିକ ଅଭିବୃଦ୍ଧି ଭାରତ ତୁଳନାରେ ଅଧିକ ରହିଛି। ତେଣୁ ଏବେ ବ୍ରିଟେନ ୫ ନମ୍ୱର ସ୍ଥାନରେ ପହଞ୍ଚିଥିବା ବେଳେ ଷଷ୍ଠ ସ୍ଥାନରେ ଫ୍ରାନ୍ସ ପହଞ୍ଚିଛି। ଏହି ତାଲିକାରେ ଆମେରିକା ଏବେ ୧ ନମ୍ୱରରେ ରହିଛି।
ସୂଚନା ମୁତାବକ, ୨୦୧୮ରେ ଭାରତର ଅଭିବୃଦ୍ଧି ହାର ୩.୦୧ ବଢ଼ିଥିବା ବେଳେ ୨୦୧୭ରେ ଏହା ୧୫.୨୩ ପ୍ରତିଶତ ବଢ଼ିଥିଲା। ସେହିଭଳି ଭାବରେ ୨୦୧୮ରେ ବ୍ରିଟେନର ଅଭିବୃଦ୍ଧି ୬.୮୧ ପ୍ରତିଶତ ବଢ଼ିଥିବା ବେଳେ ୨୦୧୭ରେ ବ୍ରିଟେନ୍ ୦.୭୫ ପ୍ରତିଶତ ଅଭିବୃଦ୍ଧି ହୋଇଥିଲା। ଅନ୍ୟପଟେ ୨୦୧୮ରେ ଫ୍ରାନ୍ସର ଅଭିବୃଦ୍ଧି ୭.୩୩ ହୋଇଥିବା ବେଳେ ୨୦୧୭ରେ ଅଭିବୃଦ୍ଧି ୪.୮୫ ହୋଇଥିଲା। ଏହିପରି ଭାବରେ ୨୦୧୮ରେ ଭାରତର ଅଭିବୃଦ୍ଧି ବ୍ରିଟେନ୍ ଏବଂ ଫ୍ରାନ୍ସ ତୁଳନାରେ କମ୍ ରହିବାରୁ ସୂଚକାଙ୍କ ତାଲିକାରେ ସପ୍ତମ ସ୍ଥାନକୁ ଖସି ଆସିଛି।

Related story