‘୨୦୫୦ ବେଳକୁ ଭାରତ ଅର୍ଥନୀତିରେ ତୃତୀୟ ବୃହତ ଦେଶ ହେବ’

ନୂଆଦିଲ୍ଲୀ: କରୋନା ଏବଂ ପୂର୍ବର ମାନ୍ଦାବସ୍ଥା ପାଇଁ ଦେଶର ଅଭିବୃଦ୍ଧି ହାର ପ୍ରଭାବିତ ହୋଇଛି। ଦେଶରେ ବେରୋଜଗାରୀ, ଅଭିବୃଦ୍ଧି ହାର ଏବେ ଭାରତ ପାଇଁ ଚିନ୍ତାର ବିଷୟ। ଏହାରି ଭିତରେ ଏକ ଷ୍ଟଡି ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ ୨୦୫୦ ବେଳକୁ ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିକ ଦେଶ ହେବ ବୋଲି କୁହାଯାଇଛି। ଏବେ ଆମେରିକା, ଚାଇନା ଏବଂ ଜାପାନ ଯଥାକ୍ରମେ ଶ୍ରେଷ୍ଠ ତିନି ଅର୍ଥନୀତିକ ବୃହତ ରାଷ୍ଟ୍ର ରହିଛନ୍ତି। ଏହି ଷ୍ଟଡି ରିପୋର୍ଟ ଲାନସେଟ୍ […]

Indian economy

Subhransu Sekhar
  • Published: Sunday, 11 October 2020
  • , Updated: 11 October 2020, 04:00 PM IST

ନୂଆଦିଲ୍ଲୀ: କରୋନା ଏବଂ ପୂର୍ବର ମାନ୍ଦାବସ୍ଥା ପାଇଁ ଦେଶର ଅଭିବୃଦ୍ଧି ହାର ପ୍ରଭାବିତ ହୋଇଛି। ଦେଶରେ ବେରୋଜଗାରୀ, ଅଭିବୃଦ୍ଧି ହାର ଏବେ ଭାରତ ପାଇଁ ଚିନ୍ତାର ବିଷୟ। ଏହାରି ଭିତରେ ଏକ ଷ୍ଟଡି ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ ୨୦୫୦ ବେଳକୁ ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିକ ଦେଶ ହେବ ବୋଲି କୁହାଯାଇଛି। ଏବେ ଆମେରିକା, ଚାଇନା ଏବଂ ଜାପାନ ଯଥାକ୍ରମେ ଶ୍ରେଷ୍ଠ ତିନି ଅର୍ଥନୀତିକ ବୃହତ ରାଷ୍ଟ୍ର ରହିଛନ୍ତି। ଏହି ଷ୍ଟଡି ରିପୋର୍ଟ ଲାନସେଟ୍ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି।

ଲାନସେଟ୍ ଜର୍ଣ୍ଣାଲର ଷ୍ଟଡି ରିପୋର୍ଟ ଅନୁଯାୟୀ, ଆମେରିକା ଏକ ନମ୍ବରରେ ଏବଂ ଚାଇନା ଦ୍ୱିତୀୟ ସ୍ଥାନରେ ରହିବ। ଏହାପରେ ଭାରତର ସ୍ଥାନ ଆସିବ। ବର୍ତ୍ତମାନ ଭାରତ ପଞ୍ଚମ ସ୍ଥାନରେ ରହିଛି। ଆମେରିକା, ଚାଇନା, ଜାପାନ ଏବଂ ଜର୍ମାନୀ ପରେ ଏବେ ଭାରତ ରହିଛି। ଫ୍ରାନ୍ସ ଏବଂ ବ୍ରିଟେନ ଆମ ପଛରେ ରହିଛନ୍ତି। ଦେଶରେ କାର୍ଯ୍ୟରତ ଲୋକଙ୍କ ଜନସଂଖ୍ୟା, ମୋଟ ଘରୋଇ ଉତ୍ପାଦ (ଜିଡିପି) ଇତ୍ୟାଦିକୁ ଦୃଷ୍ଟିରେ ରଖି ଏହି ଷ୍ଟଡି ରିପୋର୍ଟରେ କୁହାଯାଇଛି।

୨୦୧୭ରେ ଭାରତ ବିଶ୍ୱର ସପ୍ତମ ବୃହତ୍ତମ ଅର୍ଥନୀତିକ ଦେଶ ଥିଲା। ଏହି ଗବେଷଣାରେ ୨୦୧୭କୁ ଆଧାର କରି ୨୦୫୦ ପାଇଁ ଆକଳନ କରାଯାଇଛି। ଗବେଷଣା ଅନୁଯାୟୀ, ୨୦୩୦ ସୁଦ୍ଧା ଭାରତ ଚତୁର୍ଥ ସ୍ଥାନରେ ଏବଂ ୨୦୫୦ ସୁଦ୍ଧା ତୃତୀୟ ସ୍ଥାନକୁ ଆସିବ।

ସୂଚନାଯୋଗ୍ୟ, ଭାରତୀୟ ଅର୍ଥନୀତି କରୋନା ପାଇଁ ଅଧିକ ପ୍ରଭାବିତ ହୋଇଛି। ଅନ୍ୟ ଦେଶ ପରି ଭାରତ ମଧ୍ୟ ପ୍ରଭାବିତ ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଦେଶର ଜିଡିପି ୨୩.୯ ପ୍ରତିଶତ ହ୍ରାସ ପାଇଛି।

Related story