Advertisment

ପୁଣିଥରେ ତଳମୁହାଁ ହେବ ଦେଶର ଅର୍ଥନୀତି! ରେଟିଂ ଏଜେନ୍ସିର ଆକଳନ ବଢ଼ାଇଲା ହୃଦସ୍ପଦନ

ନୂଆଦିଲ୍ଲୀ: କରୋନା ମହାମାରୀରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ଦେଶରେ ଲକଡାଉନ୍ କରିଥିଲେ। ହେଲେ ଏହାର ଓଲଟା ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିଛି। ଦୀର୍ଘ ଦିନଧରି ଦେଶ ଲକଡାଉନ୍ ରହିବାରୁ ଅର୍ଥନୀତି ସବୁଠୁ ଖରାପ ସ୍ଥିତିରେ ରହିଥିବା ଦେଖିବାକୁ ମିଳିଛି। ତେବେ ଲକଡାଉନ୍ ହଟିବା ପରେ ଯଦିଓ ଟିକେ ସକାରାତ୍ମକ ଦିଗ ଦେଖିବାକୁ ମିଳିଛି। ହେଲେ ଅର୍ଥନୀତିକୁ ଆକଳନ କରୁଥିବା ରେଟିଂ ଏଜେନ୍ସି ଏବେ ଏଭଳି କିଛି ଆକଳନ କରିଛି ଯାହା ଦେଶବାସୀଙ୍କୁ ପାଇଁ […]

ଅଦ୍ୟତନ ହୋଇଛି
ପୁଣିଥରେ ତଳମୁହାଁ ହେବ ଦେଶର ଅର୍ଥନୀତି! ରେଟିଂ ଏଜେନ୍ସିର ଆକଳନ ବଢ଼ାଇଲା ହୃଦସ୍ପଦନ

economy

Advertisment

ନୂଆଦିଲ୍ଲୀ: କରୋନା ମହାମାରୀରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ଦେଶରେ ଲକଡାଉନ୍ କରିଥିଲେ। ହେଲେ ଏହାର ଓଲଟା ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିଛି। ଦୀର୍ଘ ଦିନଧରି ଦେଶ ଲକଡାଉନ୍ ରହିବାରୁ ଅର୍ଥନୀତି ସବୁଠୁ ଖରାପ ସ୍ଥିତିରେ ରହିଥିବା ଦେଖିବାକୁ ମିଳିଛି। ତେବେ ଲକଡାଉନ୍ ହଟିବା ପରେ ଯଦିଓ ଟିକେ ସକାରାତ୍ମକ ଦିଗ ଦେଖିବାକୁ ମିଳିଛି। ହେଲେ ଅର୍ଥନୀତିକୁ ଆକଳନ କରୁଥିବା ରେଟିଂ ଏଜେନ୍ସି ଏବେ ଏଭଳି କିଛି ଆକଳନ କରିଛି ଯାହା ଦେଶବାସୀଙ୍କୁ ପାଇଁ ଚିନ୍ତାର କାରଣ ପାଲଟିଛି।

Advertisment

ରେଟିଂ ଏଜେନ୍ସି ବ୍ରିକ୍ ୱାର୍କ କହିଛି ଯେ ଏବେ ଅର୍ଥନୀତିରେ ଯେଉଁ ସକାରାତ୍ମକ ଦେଖା ଦେଇଛି ତାହା ସ୍ଥାୟୀ ନୁହେଁ। ରିପୋର୍ଟ ଅନୁଯାୟୀ, ଜୁଲାଇ-ସେପ୍ଟେମ୍ବର ୨୦୨୦ରେ ଦେଶର ଅର୍ଥନୀତି ୧୩.୫ ପ୍ରତିଶତ ହ୍ରାସ ପାଇପାରେ। ଏହା ସହିତ ୨୦୨୦-୨୧ ଆର୍ଥିକ ବର୍ଷରେ ଅର୍ଥନୀତି ୯.୫ ପ୍ରତିଶତ ହ୍ରାସ ପାଇପାରେ।

ଦେଶର ଅର୍ଥନୀତିରେ ଯେଉଁ ସକାରାତ୍ମକ ଭାବ ଆସିଛି ତାହା ବହୁ ଅଳ୍ପ ସମୟରେ ଆସିଛି। ପୂର୍ବ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ପୁଞ୍ଜି ବ୍ୟୟ ୮୧ ପ୍ରତିଶତ ହ୍ରାସ ପାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ପୁଞ୍ଜି ବିନିଯୋଗ କମିଛି। ଏହା ବ୍ୟତୀତ ଅଗଷ୍ଟ ୨୦୨୦ ରେ, ଅଭିବୃଦ୍ଧି ହାର ମାଇନସ ୮.୫ ପ୍ରତିଶତ ରହିଛି। ସୁନା ଏବଂ ଅଶୋଧିତ ତେଲ ବ୍ୟତୀତ ସମସ୍ତ ସାମଗ୍ରୀର ଆମଦାନୀ ମଧ୍ୟ କ୍ରମାଗତ ଭାବେ କମିଥିବା ସୂଚନା ରହିଛି।

Advertisment

ବ୍ରିକ୍ ୱାର୍କର ରିପୋର୍ଟ ଅନୁଯାୟୀ, ଯଦି କେନ୍ଦ୍ର ସରକାର ଯଦି ସଠିକ୍ ପଦକ୍ଷେପ ଗ୍ରହଣ ନକରିବେ ତାହେଲେ ଦେଶର ଅର୍ଥନୀତି ଆହୁରି ଖରାପ ହେବ। ସକାରାତ୍ମକ ସ୍ଥିତିକୁ ଫେରିବା କଷ୍ଟକର ହେବ। ଅଗଷ୍ଟ ୨୦୨୦ରେ ଦେଶର ଉତ୍ପାଦନ ପିଏମଆଇ ୫୨ ପ୍ରତିଶତ ଥିଲା, ଯାହା ସେପ୍ଟେମ୍ବରରେ ୫୬ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଗତ ୮ ବର୍ଷ ମଧ୍ୟରେ ଏହା ସର୍ବାଧିକ।

ସେପ୍ଟେମ୍ବର ୨୦୨୦ରେ ଜିଏସଟି ସଂଗ୍ରହ ୯୫,୪୮୦ କୋଟି ଟଙ୍କା ଥିଲା, ଯାହା ଗତ ବର୍ଷ ସମାନ ସମୟ ତୁଳନାରେ ୩.୮ ପ୍ରତିଶତ ଅଧିକ। ଯାତ୍ରୀବାହୀ ଯାନ ବିକ୍ରିରେ ୨୧ ପ୍ରତିଶତ ବୃଦ୍ଧି ପାଇଛି। ରେଳ ଚଳାଚଳ ମଧ୍ୟ ୧୫ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଇଞ୍ଜିନିୟରିଂ ସାମଗ୍ରୀ, ପେଟ୍ରୋଲିୟମ ଉତ୍ପାଦ, ଔଷଧ ଏବଂ ପୋଷାକ ରପ୍ତାନୀ ୫.୩ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅର୍ଥନୀତି ପ୍ରଭାବିତ ହୋଇଥିବାରୁ ଦେଶରେ ଦାରିଦ୍ର୍ୟ, ବେରୋଜଗାର ହାର ବଢ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe