Advertisment

'୧୦୦ ବର୍ଷରେ ସବୁଠୁ ଖରାପ ସ୍ଥିତିରେ ଦେଶର ଅର୍ଥନୀତି'

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଦେଶ ଲକଡାଉନ୍ ରହିଥିଲା। ଏଥିପାଇଁ ଗତ ୧୦୦ ବର୍ଷ ତୁଳନାରେ ସ୍ୱାସ୍ଥ୍ୟ ଏବଂ ଅର୍ଥନୀତିକ କ୍ଷେତ୍ରରେ ସଙ୍କଟ ଦେଖାଦେଇଛି। ଏହି କାରଣରୁ, ଚାକିରି ଏବଂ ଉତ୍ପାଦନ ସ୍ତରରେ ନକାରାତ୍ମକ ଫଳାଫଳ ଦେଖିବାକୁ ମିଳିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସପ୍ତମ ଏସବିଆଇ ବ୍ୟାଙ୍କିଂ ଏବଂ ଇକୋନୋମିକ୍ କନକ୍ଲେଭକୁ ସମ୍ବୋଧିତ କରି ଏହା କହିଛନ୍ତି। ଗତ ୧୦୦ ବର୍ଷ ମଧ୍ୟରେ ଏବେ ଦେଖାଦେଇଥିବା ଅର୍ଥନୀତିକ ସଙ୍କଟ ସବୁଠୁ ବଡ଼ ଚ୍ୟାଲେଞ୍ଜ। ଏହାର ମୁକାବିଲା […]

ଅଦ୍ୟତନ ହୋଇଛି
ରେପୋ ରେଟ୍ କମାଇଲା ଆରବିଆଇ, ଲୋକେ ଦେବେ କମ୍‌ ସୁଧ

shaktikanta-das

Advertisment

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଦେଶ ଲକଡାଉନ୍ ରହିଥିଲା। ଏଥିପାଇଁ ଗତ ୧୦୦ ବର୍ଷ ତୁଳନାରେ ସ୍ୱାସ୍ଥ୍ୟ ଏବଂ ଅର୍ଥନୀତିକ କ୍ଷେତ୍ରରେ ସଙ୍କଟ ଦେଖାଦେଇଛି। ଏହି କାରଣରୁ, ଚାକିରି ଏବଂ ଉତ୍ପାଦନ ସ୍ତରରେ ନକାରାତ୍ମକ ଫଳାଫଳ ଦେଖିବାକୁ ମିଳିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସପ୍ତମ ଏସବିଆଇ ବ୍ୟାଙ୍କିଂ ଏବଂ ଇକୋନୋମିକ୍ କନକ୍ଲେଭକୁ ସମ୍ବୋଧିତ କରି ଏହା କହିଛନ୍ତି।

Advertisment

ଗତ ୧୦୦ ବର୍ଷ ମଧ୍ୟରେ ଏବେ ଦେଖାଦେଇଥିବା ଅର୍ଥନୀତିକ ସଙ୍କଟ ସବୁଠୁ ବଡ଼ ଚ୍ୟାଲେଞ୍ଜ। ଏହାର ମୁକାବିଲା ପାଇଁ ସଠିକ ପଦକ୍ଷେପ ନେବା ଦରକାର। ମୁଦ୍ରାନୀତି ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ୱାରା ଅର୍ଥନୀତିକ ସଙ୍କଟକୁ ଏଡାଯାଇପାରିବ। ଫେବୃଆରୀ ୨୦୧୯ରୁ ଆରବିଆଇ ୨୫୦ ଆଧାର ପଏଣ୍ଟ (୨.୫ ପ୍ରତିଶତ ପଏଣ୍ଟ) ହ୍ରାସ କରିଛି ବୋଲି ଏହି ଅବସରରେ ଶକ୍ତିକାନ୍ତ ଦାସ କହିଛନ୍ତି।

ବଜାରକୁ ସଠିକ ଟ୍ରାକକୁ ଆଣିବାକୁ ହେଲେ ଉଭୟ ପାରମ୍ପାରିକ ଏବଂ ଅଣ ପାରମ୍ପାରିକ ପଦକ୍ଷେପ ନିଆଯାଇଛି। ଫେବୃଆରୀ ଠାରୁ ଆରବିଆଇ ୯.୫୭ ଲକ୍ଷ କୋଟି ଟଙ୍କାର ଲିକ୍ୟୁଡିଟି ବଜେଟ ବାବଦରେ ଘୋଷଣା କରାଯାଇଛି। ଯାହା ଜିଡିପିର ୪.୭ ପ୍ରତିଶତ ସହିତ ସମାନ।

Advertisment

ଦେଶର ଆର୍ଥିକ ବିକାଶ ଆରବିଆଇର ପ୍ରଥମ ନଜର। ଆର୍ଥିକ ସ୍ଥିରତାକୁ ସମାନ ପ୍ରାଥମିକତା ଦିଆଯିବା ଉଚିତ୍ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe