ଇନଫୋସିସରେ ୧୧୩ କୋଟିପତି

ନୂଆଦିଲ୍ଲୀ: ନିଜ କର୍ମଚାରୀମାନଙ୍କୁ ଦରମା ଦେବା ବାବଦରେ ବେଶ୍ କୋହଳ ମନୋଭାବ ପ୍ରଦର୍ଶନ କରିଛି ଭାରତୀୟ ସଫ୍ଟଓୟାର କଂପାନୀ ଇନଫୋସିସ୍। ସେଥିପାଇଁ ଏବେ କଂପାନୀରେ କୋଟିପତିଙ୍କ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁଯାୟୀ ୨୦୧୪-୧୫ ଆର୍ଥିକ ବର୍ଷରେ କଂପାନୀର ୧୧୩ ଜଣ ଏକଜିକ୍ୟୁଟିଭଙ୍କୁ ଏକ କୋଟିରୁ ଅଧିକ ଦରମା ଦିଆଯାଇଛି। ଆଉ ଆଶ୍ଚର୍ଯ୍ୟର କଥା ହେଉଛି ବର୍ଷକ ମଧ୍ୟରେ ହିଁ କଂପାନୀରେ କୋଟିପତି କର୍ମଚାରୀଙ୍କ ସଂଖ୍ୟା ୧୧୩କୁ ବଢ଼ିଛି। କାରଣ ୨୦୧୩-୧୪ ଆର୍ଥିକ ବର୍ଷରେ […]

Infosys

Rakesh Mallick
  • Published: Sunday, 24 May 2015
  • , Updated: 24 May 2015, 05:40 AM IST

ନୂଆଦିଲ୍ଲୀ: ନିଜ କର୍ମଚାରୀମାନଙ୍କୁ ଦରମା ଦେବା ବାବଦରେ ବେଶ୍ କୋହଳ ମନୋଭାବ ପ୍ରଦର୍ଶନ କରିଛି ଭାରତୀୟ ସଫ୍ଟଓୟାର କଂପାନୀ ଇନଫୋସିସ୍। ସେଥିପାଇଁ ଏବେ କଂପାନୀରେ କୋଟିପତିଙ୍କ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁଯାୟୀ ୨୦୧୪-୧୫ ଆର୍ଥିକ ବର୍ଷରେ କଂପାନୀର ୧୧୩ ଜଣ ଏକଜିକ୍ୟୁଟିଭଙ୍କୁ ଏକ କୋଟିରୁ ଅଧିକ ଦରମା ଦିଆଯାଇଛି। ଆଉ ଆଶ୍ଚର୍ଯ୍ୟର କଥା ହେଉଛି ବର୍ଷକ ମଧ୍ୟରେ ହିଁ କଂପାନୀରେ କୋଟିପତି କର୍ମଚାରୀଙ୍କ ସଂଖ୍ୟା ୧୧୩କୁ ବଢ଼ିଛି। କାରଣ ୨୦୧୩-୧୪ ଆର୍ଥିକ ବର୍ଷରେ କଂପାନୀରେ ମାତ୍ର ୧୮ ଜଣ କୋଟିପତି ଏକଜିକ୍ୟୁଟିଭ୍ ଥିଲେ। ସେହିପରି ବର୍ଷକ ମଧ୍ୟରେ କଂପାନୀରେ ୬୦ ଲକ୍ଷରୁ ଅଧିକ ଦରମା ପାଉଥିବା କର୍ମଚାରୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଦେଖାଯାଇଛି। ୨୦୧୩-୧୪ରେ ମାତ୍ର ୭୨ ଜଣ କର୍ମଚାରୀ ୬୦ ଲକ୍ଷ ବା ତା’ଠାରୁ ଅଧିକ ଦରମା ପାଉଥିଲେ। କିନ୍ତୁ ୨୦୧୪-୧୫ ବର୍ଷରେ ଏହି ସଂଖ୍ୟା ୨୦୨କୁ ବଢ଼ିଛି। ଏହା ବ୍ୟତୀତ କଂପାନୀର ସମସ୍ତ ଏକଜିକ୍ୟୁଟିଭ୍ ଭିପି ୩ ରୁ ୪ କୋଟି ଟଙ୍କାର ପ୍ୟାକେଜରେ କାମ କରୁଛନ୍ତି। ୨୦୧୩-୧୪ ଆର୍ଥିକ ବର୍ଷରେ ଏହି ପ୍ୟାକେଜ୍ ହାରାହାରି ୧.୫ କୋଟି ଟଙ୍କା ଥିଲା।

ଏହି ସବୁ ତଥ୍ୟ ଇନଫୋସିସ୍ ପକ୍ଷରୁ ମିଳିଛି।

ଭଲ କାମ କରୁଥିବା ଯୋଗୁ ନିକଟରେ କଂପାନୀର ସିଇଓ ବିଶାଲ ସିକ୍କା ୩୦୦୦ କର୍ମଚାରୀଙ୍କୁ ଆଇଫୋନ୍-୬ ଉପହାର ଆକାରରେ ଦେଇଥିଲେ।

ଇନଫୋସିସରେ ୧.୭୬ ଲକ୍ଷ କର୍ମଚାରୀ କାମ କରନ୍ତି।

Related story