ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିଛି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ହ୍ରାସ ପାଇଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ପେଟ୍ରୋଲିୟମ ପ୍ଲାନିଂ ଓ ବିଶ୍ଳେଷଣ ସେଲ୍ ପକ୍ଷରୁ କରାଯାଇଥିବା ମୂଲ୍ୟାୟନ ଅନୁସାରେ ମେ’୭ ତାରିଖରେ ଅନ୍ତର୍ଜତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୬୫.୮୧ ଡଲାର ରହିଥିଲା। ତେବେ ୮ ତାରିଖରେ ଏହା ୬୪.୦୫ ଡଲାରକୁ ଖସି ଆସିଥିଲା। ଭାରତୀୟ ମୁଦ୍ରାରେ ମେ’ ୭ ତାରିଖରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୪୨୦୩.୯୪ ଟଙ୍କା […]

LightCrudeOil

Rakesh Mallick
  • Published: Monday, 11 May 2015
  • , Updated: 11 May 2015, 11:51 AM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ହ୍ରାସ ପାଇଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ପେଟ୍ରୋଲିୟମ ପ୍ଲାନିଂ ଓ ବିଶ୍ଳେଷଣ ସେଲ୍ ପକ୍ଷରୁ କରାଯାଇଥିବା ମୂଲ୍ୟାୟନ ଅନୁସାରେ ମେ’୭ ତାରିଖରେ ଅନ୍ତର୍ଜତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୬୫.୮୧ ଡଲାର ରହିଥିଲା। ତେବେ ୮ ତାରିଖରେ ଏହା ୬୪.୦୫ ଡଲାରକୁ ଖସି ଆସିଥିଲା। ଭାରତୀୟ ମୁଦ୍ରାରେ ମେ’ ୭ ତାରିଖରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୪୨୦୩.୯୪ ଟଙ୍କା ରହିଥିଲା। ମେ’୮ ତାରିଖରେ ଏହା ୪୧୦୨.୪୦ ଟଙ୍କାକୁ ହ୍ରାସ ହୋଇଥିଲା।

ସେହିଭଳି ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟରେ ବି ହ୍ରାସ ଘଟିଛି। ମେ’ ୭ ତାରିଖରେ ପ୍ରତି ଡଲାର ବିନିମୟ ମୂଲ୍ୟ ୬୩.୮୮ ଟଙ୍କା ରହିଥିବା ବେଳେ ତହିଁ ପରଦିନ ଅର୍ଥାତ ୮ ତାରିଖରେ ଏହା ୬୪.୦୫କୁ ଛୁଇଁ ଥିଲା।

Related story