ଆଇଓସିର ୧୦%, ଏନଟିପିସିର ୫% ଅଂଶଧନ ବିକ୍ରିକୁ କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: ଏନଟିପିସି ଓ ଇଣ୍ଡିଆନ୍ ଅଏଲ କର୍ପୋରେସନ(ଆଇଓସି)ର ଅଂଶଧନ ବିକ୍ରି ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଅର୍ଥନୈତିକ ବ୍ୟାପାର ସଂପର୍କିତ କ୍ୟାବିନେଟ୍ ଏହି ମଞ୍ଜୁରୀ ଦେଇଛି। ଏନଟିପିସିର ୫% ଅଂଶଧନ ବିକ୍ରି ହେବ। ସେହିପରି ଆଇଓସିର ୧୦% ଅଂଶଧନ ବିକ୍ରି ହେବ। ଚଳିତ ଆର୍ଥିକବର୍ଷରେ ପୁଞ୍ଜିନିବେଶରୁ ସରକାର ୪୧,୦୦୦ କୋଟି ଟଙ୍କା ଆୟ କରିବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ସେହି କ୍ରମରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇଓସି ଅଂଶଧନ ବିକ୍ରିରୁ ସରକାର ୯୦୦୦ କୋଟି […]

ioc

Rakesh Mallick
  • Published: Wednesday, 13 May 2015
  • , Updated: 13 May 2015, 06:38 AM IST

ନୂଆଦିଲ୍ଲୀ: ଏନଟିପିସି ଓ ଇଣ୍ଡିଆନ୍ ଅଏଲ କର୍ପୋରେସନ(ଆଇଓସି)ର ଅଂଶଧନ ବିକ୍ରି ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଅର୍ଥନୈତିକ ବ୍ୟାପାର ସଂପର୍କିତ କ୍ୟାବିନେଟ୍ ଏହି ମଞ୍ଜୁରୀ ଦେଇଛି। ଏନଟିପିସିର ୫% ଅଂଶଧନ ବିକ୍ରି ହେବ। ସେହିପରି ଆଇଓସିର ୧୦% ଅଂଶଧନ ବିକ୍ରି ହେବ। ଚଳିତ ଆର୍ଥିକବର୍ଷରେ ପୁଞ୍ଜିନିବେଶରୁ ସରକାର ୪୧,୦୦୦ କୋଟି ଟଙ୍କା ଆୟ କରିବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ସେହି କ୍ରମରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇଓସି ଅଂଶଧନ ବିକ୍ରିରୁ ସରକାର ୯୦୦୦ କୋଟି ଟଙ୍କା ପାଇବେ।

ଏହା ପୂର୍ବରୁ ଗତ ମାସରେ ସରକାର ରୁରାଲ ଇଲେକ୍ଟ୍ରିଫିକେସନ କର୍ପୋରେସନ୍ (ଆରଇସି)ର ୫% ଅଂଶଧନ ବିକ୍ରି କରିସାରିଛନ୍ତି। ଏଥିରୁ ସରକାରଙ୍କୁ ପ୍ରାୟ ୧,୫୫୦ କୋଟି ଟଙ୍କା ମିଳିଛି। ଆଉ ଏହା ଥିଲା ଚଳିତ ଆର୍ଥିକ ବର୍ଷରେ ପ୍ରଥମ ଅଂଶଧନ ବିକ୍ରି। ଏଥିପ୍ରତି ରିଟେଲ ଇନଭେଷ୍ଟରମାନେ ବହୁତ ଆଗ୍ରହ ଦେଖାଇଥିଲେ।

ଗୋଟିଏ ପଟରେ ସରକାର ପିଏସୟୁଗୁଡ଼ିକର ଅଂଶଧନ ବିକ୍ରି କରି ଚଳିତ ଆର୍ଥିକ ବର୍ଷରେ ୪୧,୦୦୦ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହି ଆର୍ଥିକ ବର୍ଷରେ ଆଉ ୨୮,୫୦୦ କୋଟି ଟଙ୍କା ଷ୍ଟ୍ରାଟେଜିକ୍ ଷ୍ଟେକ୍ ସେଲ୍ ମାଧ୍ୟମରେ ସଂଗ୍ରହ କରିବାକୁ ଯୋଜନା କରିଛନ୍ତି।

ସୂଚନାଯୋଗ୍ୟ, ଅଂଶଧନ ବିକ୍ରି କରିବା ପାଇଁ ପିଏସୟୁଗୁଡ଼ିକର ଯେଉଁ ତାଲିକା ସରକାର ପ୍ରସ୍ତୁତ କରିଛନ୍ତି ସେଥିରେ ଆଲୁମିନିୟମ ଉତ୍ପାଦନକାରୀ ନବରତ୍ନ କଂପାନୀ ନାଲକୋ ରହିଛି। ତେବେ ନାଲକୋର ଅଂଶଧିନ ବିକ୍ରି ନକରିବାକୁ କିଛି ଦିନ ତଳେ ଓଡ଼ିଶାର ବିଜେଡି ସାଂସଦମାନେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ଏକ ଦାବିପତ୍ର ଦେଇଥିଲେ।

Related story