ଇସ୍ପାତ ନିର୍ଦ୍ଦେଶାଳୟ ରୂପରେଖ ନେଇ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ଇସ୍ପାତ ନିର୍ଦ୍ଦେଶାଳୟ ଗଠନକୁ କ୍ୟାବିନେଟରେ ଗ୍ରୀନ ସିଗନାଲ୍ ପରେ ଏହାର ରୂପରେଖ ପ୍ରସ୍ତୁତ ଚାଲିଛି। କେମିତି ପ୍ରସ୍ତୁତ ହେବ ଏହି ନିର୍ଦ୍ଦେଶାଳୟ, କ’ଣ ରହିବ କାମ, ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ମିତ୍ତଲ ଚାଲିଯିବା, ପୋସ୍କୋ ଅନିଶ୍ଚିତତା ରାଜ୍ୟରେ ଇସ୍ପାତ ଶିଳ୍ପକୁ କେତେ ଆଗକୁ ନେଇ ଯାଉଛି ତାହା ଦେଖିବାକୁ ବାକି ରହିଲା। ୪୩ ହଜାର କୋଟିର ଆର୍ସେଲର ମିତ୍ତଲ ଓଡ଼ିଶାକୁ ଛାଡିଦେଲା। ଅନିଶ୍ଚିତତା ମଧ୍ୟଦେଇ ଗତି କରୁଛି ୫୨ ହଜାର କୋଟିର […]

secret

secret

Rakesh Mallick
  • Published: Sunday, 03 January 2016
  • Updated: 04 January 2016, 03:28 AM IST

Sports

Latest News

ଭୁବନେଶ୍ୱର: ଇସ୍ପାତ ନିର୍ଦ୍ଦେଶାଳୟ ଗଠନକୁ କ୍ୟାବିନେଟରେ ଗ୍ରୀନ ସିଗନାଲ୍ ପରେ ଏହାର ରୂପରେଖ ପ୍ରସ୍ତୁତ ଚାଲିଛି। କେମିତି ପ୍ରସ୍ତୁତ ହେବ ଏହି ନିର୍ଦ୍ଦେଶାଳୟ, କ’ଣ ରହିବ କାମ, ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ମିତ୍ତଲ ଚାଲିଯିବା, ପୋସ୍କୋ ଅନିଶ୍ଚିତତା ରାଜ୍ୟରେ ଇସ୍ପାତ ଶିଳ୍ପକୁ କେତେ ଆଗକୁ ନେଇ ଯାଉଛି ତାହା ଦେଖିବାକୁ ବାକି ରହିଲା।

୪୩ ହଜାର କୋଟିର ଆର୍ସେଲର ମିତ୍ତଲ ଓଡ଼ିଶାକୁ ଛାଡିଦେଲା। ଅନିଶ୍ଚିତତା ମଧ୍ୟଦେଇ ଗତି କରୁଛି ୫୨ ହଜାର କୋଟିର ପୋସ୍କୋ ପ୍ରକଳ୍ପ। ରାଜ୍ୟର ଅନ୍ୟ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ବି କଞ୍ଚାମାଲ ସମସ୍ୟା ଦେଖାଦେଇଛି। ଏଭଳି ସ୍ଥିତିରେ ରାଜ୍ୟରେ ଇସ୍ପାତ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଗଠନ ହେବ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ। ଷ୍ଟିଲ ଶିଳ୍ପର ସମସ୍ୟାକୁ ଅନୁଧ୍ୟାନ କରିବ ନିର୍ଦ୍ଦେଶାଳୟ। ତା ସହିତ କଞ୍ଚାମାଲ ଯୋଗାଣ, ଶିଳ୍ପରେ ସ୍ଥାନୀୟ ନିଯୁକ୍ତି, ପରିବହନ ସୁବିଧା, ଜଙ୍ଗଲ ଓ ପରିବେଶ ମଞ୍ଜୁରୀରେ ସହାୟତା, ଜମି ଅଧିଗ୍ରହଣ, ଜମି ଓ ବିଦ୍ୟୁତ ବିତରଣ କ୍ଷେତ୍ରରେ ଶିଳ୍ପସଂସ୍ଥାଙ୍କୁ ସହାୟତା ଯୋଗାଇ ଦେବ ଇସ୍ପାତ ନିର୍ଦ୍ଦେଶାଳୟ। ତା ସହିତ ଡାଉନ ଷ୍ଟ୍ରିମ ଇଣ୍ଡଷ୍ଟ୍ରିଜ ସୃଷ୍ଟି କରିବାରେ ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି।

ଏ ନେଇ ଖଣି ବିଶେଷଜ୍ଞ ବିଏସ ପାଣି କହିଛନ୍ତି ଯେ, ପୂରା ଷ୍ଟିଲକୁ ନେଇ ତା’ର ଇକୋସିଷ୍ଟମର ଯତ୍ନ ନେବାକୁ ହେବ। ଏହା ନିତ୍ୟାନ୍ତ ଆବଶ୍ୟକ। ଷ୍ଟିଲ ଇଣ୍ଡଷ୍ଟ୍ରିଜକୁ ସମସ୍ୟା ଖାଲି ମେଟେରିଆଲ ନ ମିଳିବା ନୁହେଁ ଏପରି ବହୁ ସମସ୍ୟା ରହିଛି। ଜମି, ପାଣି, ପାୱାର ଓ ମାନବିକ ସମ୍ବଳର ମଧ୍ୟ ଆବଶ୍ୟକ ରହିଛି। ଏଥିପାଇଁ ସରକାର ପ୍ରସ୍ତୁତ ରହିବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲରୁ ଇସ୍ପାତ ନିର୍ଦ୍ଦେଶାଳୟ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ରାଜ୍ୟ ସରକାର ଖୁବ ଶୀଘ୍ର ଆଡଭାଇଜର ନିଯୁକ୍ତ କରିବେ। ତେବେ ଯାହା ହେଉ ଏହା ରାଜ୍ୟରେ ଦେଖା ଦେଇଥିବା ଶିଳ୍ପ ମାନ୍ଦାବାସ୍ଥା କେତେ ଦୂର ଦୂର ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story