ଜବତ ଡ଼ାଲି ମଧ୍ୟରୁ ୧ଲକ୍ଷ ୧୨ ହଜାର ୫୪୫ ଟନ୍ ବଜାରକୁ ଛଡ଼ାଗଲା

ନୂଆଦିଲ୍ଲୀ: ଓଡ଼ିଶା ସମେତ ୧୪ଟି  ରାଜ୍ୟ ପକ୍ଷରୁ ବେଆଇନ ମହଜୁଦକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଜବତ ହୋଇଥିବା  ଡ଼ାଲି ମଧ୍ୟରୁ ଏକ ଲକ୍ଷ ୧୨ ହଜାର ୫୪୫.୬୯ ମେଟ୍ରିକ ଟନ୍ ଡ଼ାଲି ନିଲାମ ତଥା ଅନ୍ୟ ବ୍ୟବସ୍ଥାରେ ବଜାରକୁ ଛଡ଼ାଯାଇଛି । ଏହା ବଜାର ଦରରେ ସୁଧାର ଆଣି ପାରିବ ବୋଲି ଆଶା କରାଯାଉଛି। ଗତ ଡିସେମ୍ୱର ୩୧ ସୁଦ୍ଧା ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ପକ୍ଷରୁ ବେଆଇନ ମହଜୁଦକାରୀଙ୍କ ବିରୁଦ୍ଧରେ ୧୪ ହଜାର ୭୨୬ ସ୍ଥାନରେ […]

dal

dal

Rakesh Mallick
  • Published: Friday, 01 January 2016
  • Updated: 01 January 2016, 01:36 PM IST

ନୂଆଦିଲ୍ଲୀ: ଓଡ଼ିଶା ସମେତ ୧୪ଟି  ରାଜ୍ୟ ପକ୍ଷରୁ ବେଆଇନ ମହଜୁଦକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଜବତ ହୋଇଥିବା  ଡ଼ାଲି ମଧ୍ୟରୁ ଏକ ଲକ୍ଷ ୧୨ ହଜାର ୫୪୫.୬୯ ମେଟ୍ରିକ ଟନ୍ ଡ଼ାଲି ନିଲାମ ତଥା ଅନ୍ୟ ବ୍ୟବସ୍ଥାରେ ବଜାରକୁ ଛଡ଼ାଯାଇଛି । ଏହା ବଜାର ଦରରେ ସୁଧାର ଆଣି ପାରିବ ବୋଲି ଆଶା କରାଯାଉଛି।

ଗତ ଡିସେମ୍ୱର ୩୧ ସୁଦ୍ଧା ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ପକ୍ଷରୁ ବେଆଇନ ମହଜୁଦକାରୀଙ୍କ ବିରୁଦ୍ଧରେ ୧୪ ହଜାର ୭୨୬ ସ୍ଥାନରେ ଚଢ଼ାଇ ହୋଇଥିଲା। ତାହା ଦ୍ୱାରା  ମୋଟ ଏକ ଲକ୍ଷ ୩୧ ହଜାର ୨୯.୫୫ ମେଟ୍ରିକ ଟନ‌୍‍ ଡ଼ାଲି ଜବତ କରାଯାଇଥିଲା।

 ତନ୍ମମଧ୍ୟରୁ ୧ ଲକ୍ଷ ୧୨ ହଜାର ୫୪୫.୯୬ ମେଟ୍ରିକ  ଟନ୍ ଡ଼ାଲି ବିଭିନ୍ନ ଉପାୟରେ ବଜାରକୁ ଛଡ଼ା ଯାଇଥିଲା  ବେଳେ ଆଉ ୧୮  ହଜାର ୪୫୩.୪୨ ମେଟ୍ରିକ ଟନ୍ ଡ଼ାଲି ବଳକା ରହିଛି।  ଏଗୁଡିକୁ ଅତ୍ୟାବଶ୍ୟକ  ସାମଗ୍ରୀ ଆଇନ  ଅନୁସାରେ ବଜାରକୁ ଛଡାଯିବା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଇଛି।

ଏହି ତଥ୍ୟରେ ଦର୍ଶାଯାଇଛି ଯେ, ମହାରାଷ୍ଟ୍ର ରାଜ୍ୟରେ ସର୍ବାଧିକ ୮୭ ହଜାର ୧୬୭.୪୪ ମେଟ୍ରିକ ଟନ୍ ଡ଼ାଲି ଜବତ କରାଯାଇଥିବା ବେଳେ ହିମାଚଳ  ପ୍ରଦେଶରେ ସର୍ବନିମ୍ନ ୩.୪୨ ମେଟ୍ରିକ ଟନ୍ ଡାଲି ଜବତ ହୋଇଥିଲା। ଏହାଛଡା ଓଡ଼ିଶାରେ ୧୮୦ଟି ଚଢ଼ାଉ ଦ୍ୱାରା ଏକ ହଜାର ୪୧୦.୨୬ ମେଟ୍ରିକ ଟନ୍ ଡ଼ାଲି ଜବତ ହୋଇଥିଲା। ତନ୍ମମଧ୍ୟରୁ ଏକ ହଜାର ୪୦୩.୮୬ ମେଟ୍ରିକ ଟନ୍ ଡ଼ାଲି ବଜାରକୁ ଛଡ଼ା ଯାଇଥିବା ବେଳେ ୬.୪୦ ମେଟ୍ରିକ ଟନ୍ ଡ଼ାଲି ବଳକା ଅଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos