ଯାଜପୁର: ଆଜି ଉଦଘାଟନ ହେବ ଟାଟା ଷ୍ଟିଲର ଦ୍ୱିତୀୟ ପ୍ଲାଣ୍ଟ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗ ନଗରରେ ଆଜି  ଉଦଘାଟିତ ହେବ ଟାଟା ଷ୍ଟିଲର ଦ୍ୱିତୀୟ ପ୍ଲାଣ୍ଟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟିଲପ୍ଲାଣ୍ଟର ଉଦଘାଟନ କରିବେ। ୨୨ଶହ ଏକର ଜମିରେ ନିର୍ମିତ ଏହି ପ୍ଲାଣ୍ଟରେ ବାର୍ଷିକ ୬ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ରହିଛି। ପ୍ରାୟ ୨୫ ହଜାର କୋଟି ଟଙ୍କା ବ୍ୟୟରେ ଏହି ପ୍ଲାଣ୍ଟ ନିର୍ମିତ ହୋଇଛି। ଟାଟାଷ୍ଟିଲର ଏହା ଭାରତର ଦ୍ୱିତୀୟ ସର୍ବବୃହତ ପ୍ଲାଣ୍ଟ। ୨୦୦୪ରେ ରାଜ୍ୟ ସରକାର ଓ ଟାଟା ମଧ୍ୟରେ ଏହି କାରଖାନା […]

tata-stil-plant

tata-stil-plant

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 07:22 AM IST

Sports

Latest News

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗ ନଗରରେ ଆଜି  ଉଦଘାଟିତ ହେବ ଟାଟା ଷ୍ଟିଲର ଦ୍ୱିତୀୟ ପ୍ଲାଣ୍ଟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟିଲପ୍ଲାଣ୍ଟର ଉଦଘାଟନ କରିବେ। ୨୨ଶହ ଏକର ଜମିରେ ନିର୍ମିତ ଏହି ପ୍ଲାଣ୍ଟରେ ବାର୍ଷିକ ୬ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ରହିଛି। ପ୍ରାୟ ୨୫ ହଜାର କୋଟି ଟଙ୍କା ବ୍ୟୟରେ ଏହି ପ୍ଲାଣ୍ଟ ନିର୍ମିତ ହୋଇଛି। ଟାଟାଷ୍ଟିଲର ଏହା ଭାରତର ଦ୍ୱିତୀୟ ସର୍ବବୃହତ ପ୍ଲାଣ୍ଟ।

୨୦୦୪ରେ ରାଜ୍ୟ ସରକାର ଓ ଟାଟା ମଧ୍ୟରେ ଏହି କାରଖାନା ପ୍ରତିଷ୍ଠା ନେଇ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ୨୦୦୬ରେ ଏହାର ପାଚେରୀ ନିର୍ମାଣ ବେଳେ ପୋଲିସ ଓ ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୧୪ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପୋଲିସ ସହିଦ ହୋଇଥିଲେ। ୨୦୦୬ କଳିଙ୍ଗ ନଗର ଗୁଳିକାଣ୍ଡ ପରେ ଏହା ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେହି ଅଞ୍ଚଳକୁ ପ୍ରଥମ ଗସ୍ତ। ଏଥିପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାକୁ କଂଗ୍ରେସ ଓ ବିସ୍ଥାପନ ବିରୋଧୀ ଜନମଞ୍ଚ ସଜ୍ଜବାଜ ହେଉଛି। ଗୁଳିକାଣ୍ଡରେ ମୃତ ଆଦିବାସୀଙ୍କ ପରିବାରକୁ ଭେଟିବାକୁ ନ ଆସି ପ୍ଲାଣ୍ଟ ଉଦଘାଟନ କରିବାକୁ ଆସୁଥିବାରୁ ତାଙ୍କୁ ପ୍ରତିରୋଧ କରାଯିବ ବୋଲି ଉଭୟ କଂଗ୍ରେସ ଓ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ କୁହାଯାଇଛି। ତେବେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାକୁ ଦିଆଯଯିବ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos