ଯାଜପୁର: କଳିଙ୍ଗନଗର ଟାଟା ଷ୍ଟିଲ୍ ପ୍ଲାଣ୍ଟ ସୁରକ୍ଷା ଦାୟିତ୍ୱ ନେଲା ସିଆଇଏସଏଫ୍

ଯାଜପୁର: କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍ ପ୍ଲାଣ୍ଟର ସୁରକ୍ଷା ଦାୟିତ୍ୱ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍ଏଫ୍) ନେଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି ପରେ ଏହି ଅର୍ଦ୍ଧ ସାମରିକ ବାହିନୀକୁ ଗତ ସପ୍ତାହରେ ପ୍ଲାଣ୍ଟରେ ମୁତୟନ କରାଯାଇଛି। ଟାଟା ଷ୍ଟିଲ୍ ହେଉଛି ଦେଶର ସପ୍ତମ ଘରୋଇ କମ୍ପାନୀ ଯେଉଁଠାରେ ସିଆଇଏସ୍ଏଫ୍ ମୁତୟନ ହୋଇଛନ୍ତି । ଜଣେ ଡେପୁଟି କମାଣ୍ଡାଣ୍ଟ ରାଙ୍କର ଅଫିସରଙ୍କ ନେତୃତ୍ୱରେ ସିଆଇଏସଏଫର ୩୦୦ କମାଣ୍ତୋ ଗତ ୩ ତାରିଖରୁ ଟାଟା ଷ୍ଟିଲ୍ ପ୍ଲାଣ୍ଟର […]

big-02

big-02

Rakesh Mallick
  • Published: Sunday, 06 December 2015
  • Updated: 06 December 2015, 09:59 AM IST

Sports

Latest News

ଯାଜପୁର: କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍ ପ୍ଲାଣ୍ଟର ସୁରକ୍ଷା ଦାୟିତ୍ୱ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍ଏଫ୍) ନେଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି ପରେ ଏହି ଅର୍ଦ୍ଧ ସାମରିକ ବାହିନୀକୁ ଗତ ସପ୍ତାହରେ ପ୍ଲାଣ୍ଟରେ ମୁତୟନ କରାଯାଇଛି। ଟାଟା ଷ୍ଟିଲ୍ ହେଉଛି ଦେଶର ସପ୍ତମ ଘରୋଇ କମ୍ପାନୀ ଯେଉଁଠାରେ ସିଆଇଏସ୍ଏଫ୍ ମୁତୟନ ହୋଇଛନ୍ତି । ଜଣେ ଡେପୁଟି କମାଣ୍ଡାଣ୍ଟ ରାଙ୍କର ଅଫିସରଙ୍କ ନେତୃତ୍ୱରେ ସିଆଇଏସଏଫର ୩୦୦ କମାଣ୍ତୋ ଗତ ୩ ତାରିଖରୁ ଟାଟା ଷ୍ଟିଲ୍ ପ୍ଲାଣ୍ଟର ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ୱ ନେଇଛନ୍ତି । ସିଆଇଏସ୍ଏଫ୍ ଦେଶର ପ୍ରିମିୟର ସୁରକ୍ଷା ଏଜେନ୍ସି ହୋଇଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇବା ଲାଗି ଅନୁରୋଧ କରାଯାଇଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କିଛି ଜାତୀୟ ଗଣମାଧ୍ୟମ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ପାଣ୍ଟରେ ସିଆଇଏସଏଫ୍ ମୁତୟନ କରାଯାଇଥିବା ନେଇ ଖବର ପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos