ଜାନୁୟାରୀ ୮ରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟମେଳା

ଭୁବନେଶ୍ୱର: ଆସନ୍ତା ଜାନୁୟାରୀ ୮ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ଭୁବନେଶ୍ୱର ୟୁନିଟ-୩ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ଓଡ଼ିଶା ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳା। ଏହି ମେଳାରେ ୨୫୦ଟି ଷ୍ଟଲରେ ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ ଉଦ୍ୟୋଗ, ବ୍ୟବସାୟୀକ ବ୍ୟାଙ୍କ ପ୍ରଭୃତି ସଂସ୍ଥାମାନେ ନିଜ ନିଜ ଉତ୍ପାଦକୁ ପ୍ରଦର୍ଶନ କରିବେ। ଚଳିତବର୍ଷ ଏହି ମେଳାରେ କୃଷିଜାତ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ହସ୍ତତନ୍ତ, ବୟନଶିଳ୍ପ, ହସ୍ତଶିଳ୍ପ ଓ ପର୍ଯ୍ୟଟନ […]

meeting

Rakesh Mallick
  • Published: Thursday, 31 December 2015
  • , Updated: 31 December 2015, 03:48 AM IST

ଭୁବନେଶ୍ୱର: ଆସନ୍ତା ଜାନୁୟାରୀ ୮ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ଭୁବନେଶ୍ୱର ୟୁନିଟ-୩ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ଓଡ଼ିଶା ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳା। ଏହି ମେଳାରେ ୨୫୦ଟି ଷ୍ଟଲରେ ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ ଉଦ୍ୟୋଗ, ବ୍ୟବସାୟୀକ ବ୍ୟାଙ୍କ ପ୍ରଭୃତି ସଂସ୍ଥାମାନେ ନିଜ ନିଜ ଉତ୍ପାଦକୁ ପ୍ରଦର୍ଶନ କରିବେ।

ଚଳିତବର୍ଷ ଏହି ମେଳାରେ କୃଷିଜାତ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ହସ୍ତତନ୍ତ, ବୟନଶିଳ୍ପ, ହସ୍ତଶିଳ୍ପ ଓ ପର୍ଯ୍ୟଟନ ଶିଳ୍ପ ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ଏହି ମେଳା ଦ୍ୱାରା ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକୁ ନିଜ ଉତ୍ପାଦ ପ୍ରଦର୍ଶନର ସୁଯୋଗ ମିଳିବ। ସେମାନଙ୍କୁ ବୈଷୟିକ ଜ୍ଞାନ କୌଶଳ ତଥା ଯନ୍ତ୍ରପାତି, ଋଣ ଯୋଗାଣ ଓ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ନେଇ ତଥ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଏଥିସହ ଅଣୁ, କ୍ଷୁଦ୍ର, ମଧ୍ୟମଶିଳ୍ପ ଉଦ୍ୟୋଗ ଉପରେ ସେମିନାର ଓ କର୍ମଶାଳା ଆୟୋଜନ କରାଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା କହିଛନ୍ତି।

Related story