ଜାତୀୟ ରାଜପଥ ଓ ଜାହାଜ କ୍ଷେତ୍ରରେ ସରକାର ୫୦ ଲକ୍ଷ ଚାକିରି ସୃଷ୍ଟି କରିବେ: ଗଡ଼କରୀ

ନୂଆଦିଲ୍ଲୀ: ରାଜପଥ ଓ ଜାହାଜ କ୍ଷେତ୍ରରେ ଅତି କମରେ ୫୦ ଲକ୍ଷ ଚାକିରି ସୃଷ୍ଟି କରିବାକୁ ସରକାର ପ୍ରତିଶୃତିବଦ୍ଧ। ଏଥିପାଇଁ ୯ ଲକ୍ଷ କୋଟି ଟଙ୍କାର ବ୍ୟାପକ ପ୍ରକଳ୍ପ ହାତକୁ ନିଆଯିବାର ଯୋଜନା କରାଯାଇଛି। ଗୁରୁବାର ଏ କଥା କହିଛନ୍ତି ସଡକ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ। ନୂଆଦିଲ୍ଲୀରେ ହାଇୱେଜ୍ ଇକୁଇପମେଣ୍ଟ ଉପରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେବା ଅବସରରେ ସେ ଏହି କଥା କହିଥିଲେ ଗଡକରୀ କହିଥିଲେ, ରାସ୍ତା କ୍ଷେତ୍ରରେ ୫ […]

nitin_gadkari

Rakesh Mallick
  • Published: Thursday, 09 July 2015
  • , Updated: 09 July 2015, 10:33 AM IST

ନୂଆଦିଲ୍ଲୀ: ରାଜପଥ ଓ ଜାହାଜ କ୍ଷେତ୍ରରେ ଅତି କମରେ ୫୦ ଲକ୍ଷ ଚାକିରି ସୃଷ୍ଟି କରିବାକୁ ସରକାର ପ୍ରତିଶୃତିବଦ୍ଧ। ଏଥିପାଇଁ ୯ ଲକ୍ଷ କୋଟି ଟଙ୍କାର ବ୍ୟାପକ ପ୍ରକଳ୍ପ ହାତକୁ ନିଆଯିବାର ଯୋଜନା କରାଯାଇଛି। ଗୁରୁବାର ଏ କଥା କହିଛନ୍ତି ସଡକ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ। ନୂଆଦିଲ୍ଲୀରେ ହାଇୱେଜ୍ ଇକୁଇପମେଣ୍ଟ ଉପରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେବା ଅବସରରେ ସେ ଏହି କଥା କହିଥିଲେ

ଗଡକରୀ କହିଥିଲେ, ରାସ୍ତା କ୍ଷେତ୍ରରେ ୫ ଲକ୍ଷ କୋଟି ଟଙ୍କାର କାମ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିଭଳି ଜାହାଜ କ୍ଷେତ୍ରରେ ଏକ ଲକ୍ଷ କୋଟି ଟଙ୍କାର କାମ କରିବାକୁ ନିଷ୍ପତ୍ତି  ନିଆଯାଇଛି। ଏଣୁ ଆସନ୍ତା ୫ ବର୍ଷରେ ଏହି ଦୁଇ କ୍ଷେତ୍ରରେ ଦେଶରେ ୫୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆମେ ନିଶ୍ଚିତ କରୁଛୁ।

 ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଯୋଗାଯୋଗ ପାଇଁ ୨୨ ହଜାର ଟଙ୍କାର ଏକ ପ୍ରକଳ୍ପ ଉପରେ ସରକାର କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଏସିଆନ୍ ଡେଭଲପେମେଣ୍ଟ ବ୍ୟାଙ୍କ ପାଣ୍ଠି ଯୋଗାଇ ଦେବା ବୋଲି କହିଛି।

Related story