ଆଜି ଦିନ ୧୨ଟାରୁ JioPhone2 ସେଲ୍‌ ଆରମ୍ଭ, ଜାଣନ୍ତୁ ଦାମ୍ କେତେ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ପୁଣି ଏଡ଼ିସନ ଆଜି ବଜାରକୁ ଆସୁଛି। ଏହି ସ୍ମାର୍ଟଫୋନ୍‌ ହେଉଛି  ରିଲାଏନ୍ସ ଜିଓଫୋନ୍‌-୨। ଏହି ଫୋନ୍‌ର ବିକ୍ରି ୨୧ ଫେବୃଆରୀ ଅର୍ଥାତ୍‌ ଆଜି ଦିନ ୧୨ଟାରୁ ଆରମ୍ଭ ହେବାକୁ ଯାଉଛି। ଯାହାକୁ ଆପଣ କମ୍ପାନୀ ୱେବ୍‌ସାଇଟ୍‌ jio.comରୁ କିଣି ପାରିବେ। ରିପୋର୍ଟ ଅନୁସାରେ କମ୍ପାନୀ ଏହି ଫୋନ୍‌କୁ ଗତବର୍ଷ ହିଁ ଲଞ୍ଚ୍ କରିଥିଲା। ୨୦୧୭ରେ ଲଞ୍ଚ୍ ହୋଇଥିବା ଜିଓ ଫୋନ୍‌ର ପରବର୍ତ୍ତୀ ଭର୍ସନ୍ ହେଉଛି ଜିଓଫୋନ୍-୨। ଯଦି ଆପଣ ଏହି ଫୋନ୍‌କୁ କିଣିବାକୁ […]

jio1

Puspanjali Panda
  • Published: Thursday, 21 February 2019
  • , Updated: 21 February 2019, 10:03 AM IST

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ପୁଣି ଏଡ଼ିସନ ଆଜି ବଜାରକୁ ଆସୁଛି। ଏହି ସ୍ମାର୍ଟଫୋନ୍‌ ହେଉଛି  ରିଲାଏନ୍ସ ଜିଓଫୋନ୍‌-୨। ଏହି ଫୋନ୍‌ର ବିକ୍ରି ୨୧ ଫେବୃଆରୀ ଅର୍ଥାତ୍‌ ଆଜି ଦିନ ୧୨ଟାରୁ ଆରମ୍ଭ ହେବାକୁ ଯାଉଛି। ଯାହାକୁ ଆପଣ କମ୍ପାନୀ ୱେବ୍‌ସାଇଟ୍‌ jio.comରୁ କିଣି ପାରିବେ।

ରିପୋର୍ଟ ଅନୁସାରେ କମ୍ପାନୀ ଏହି ଫୋନ୍‌କୁ ଗତବର୍ଷ ହିଁ ଲଞ୍ଚ୍ କରିଥିଲା। ୨୦୧୭ରେ ଲଞ୍ଚ୍ ହୋଇଥିବା ଜିଓ ଫୋନ୍‌ର ପରବର୍ତ୍ତୀ ଭର୍ସନ୍ ହେଉଛି ଜିଓଫୋନ୍-୨।

ଯଦି ଆପଣ ଏହି ଫୋନ୍‌କୁ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କେବଳ ୨୯୯୯ଟଙ୍କା ଦେବାକୁ ପଡ଼ିବ। ଯେଉଁଥିରେ ଆପଣ ଯାଥାକ୍ରମେ ୪୯, ୯୯ ଓ ୧୫୩ ଟଙ୍କା ରିଚାର୍ଜ କଲେ ଅନ୍‌ଲିମିଟେଡ୍‌ କଲିଙ୍ଗ୍‌ ଓ ଡାଟାର ସୁବିଧା ପାଇପାରିବେ। ଏହି ସୁବିଧାର ବୈଧତା ୨୮ ଦିନ ରହିବ।

ଫୋନ୍‌ ଫିଚର୍‌:

୧. JioPhone2ରେ ଫୁଲ୍‌ କିବୋର୍ଡ ସହିତ ହରିଜୋଣ୍ଟାଲ୍‌ ସ୍କ୍ରିନ୍‌ ରହିଛି। ଫୁଲ୍‌ କିବୋର୍ଡରେ ରହିଛି କ୍ୱାର୍ଟି କିପ୍ୟାଡ୍‌, ଯେଉଁଥିରେ ଆପଣ ସହଜରେ ଟାଇପିଂ କରିପାରିବେ।
୨. ଏହା ସହିତ ଏହି ଫୋନ୍‌ରେ ୨.୪ ଇଞ୍ଚର ଡିସପ୍ଲେ ଏବଂ ୫୧୨ ଏମ୍‌ବି ରାମ୍‌ ରହିଛି। କେବଳ ଏତିକି ନୁହେଁ, ଫୋନ୍‌ରେ ୪ଜିବି ଇଣ୍ଟରନାଲ୍‌ ମେମୋରୀ ରହିଛି ଏବଂ ଏସ୍‌ଡି କାର୍ଡ ଜରିଆରେ ଆପଣ ଏହାକୁ ୧୨୮ ଜିବି ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ।

୩. ସେହିପରି କ୍ୟାମେରାରେ ୨ ମେଗା ପିକ୍ସେଲ୍‌ ପ୍ରାଇମେରୀ କ୍ୟାମେରା ରହିଛି ଏବଂ ସେଲ୍‌ଫି ନେବା ପାଇଁ ମୋବାଇଲ୍‌ ଫ୍ରଣ୍ଟରେ VGA କ୍ୟାମେରା ରହିଛି।
୪. JioPhone2ରେ Wi-Fi, GPS, ବ୍ଲୁଟୁଥ୍‌ ଏବଂ ଏଫ୍‌ଏମ୍‌ ସୁବିଧା ମଧ୍ୟ ରହିଛି।

୫. ୨୦୦୦ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଥିବା ବେଳେ ଏହା KAI ଅପରେଟିଙ୍ଗ୍‌ ସିଷ୍ଟମ୍‌ରେ ଚାଲିବ।
ତେବେ ଭଏସରେ ଏମିତି ଏକ ବ୍ୟବସ୍ଥା ରହିଛି ଯେଉଁଥିରେ ଆପଣ ୨୪ଟି ଭାରତୀୟ ଭାଷାର ସୁବିଧା ପାଇପାରିବେ।
୬. ଏଥିରେ ହ୍ୱାଟସ୍‌ଆପ୍‌ ଓ ୟୁଟ୍ୟୁବ୍‌ ମଧ୍ୟ ରହିଛି।

 

Related story