ଜିଏସଟି ବିଲକୁ ବିଜେଡିର ସମର୍ଥନ

ଭୁବନେଶ୍ୱର: ଗୁରୁତ୍ୱପୂର୍ଣ୍ଣ ଗୁଡସ୍ ଆଣ୍ଡ୍ ସର୍ଭିସ୍ ଟାକ୍ସ ବା ଜିଏସଟି ବିଲକୁ ବିଜେଡି ଦୃଢ ସମର୍ଥନ କରିଛି। ଏଇ ବିଲ୍ ଆଇନରେ ପରିଣତ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ଲାଭବାନ ହେବେ। ଭୁବନେଶ୍ୱରରେ ଆୟୋଜିତ ବିଜନେସ୍ ଷ୍ଟାଣ୍ଡାର୍ଡର ଓଡ଼ିଶା ରାଉଣ୍ଡ ଟେବୁଲ-୨୦୧୫ କାର୍ଯ୍ୟକ୍ରମରେ ରବିବାର ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାକୁ ସହଜ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଆସନ୍ତା ୨ରୁ ୩ ମାସ ମଧ୍ୟରେ ଅନଲାଇନ୍ […]

chif minister

chif minister

Rakesh Mallick
  • Published: Sunday, 20 December 2015
  • Updated: 20 December 2015, 01:59 PM IST

Sports

Latest News

ଭୁବନେଶ୍ୱର: ଗୁରୁତ୍ୱପୂର୍ଣ୍ଣ ଗୁଡସ୍ ଆଣ୍ଡ୍ ସର୍ଭିସ୍ ଟାକ୍ସ ବା ଜିଏସଟି ବିଲକୁ ବିଜେଡି ଦୃଢ ସମର୍ଥନ କରିଛି। ଏଇ ବିଲ୍ ଆଇନରେ ପରିଣତ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ଲାଭବାନ ହେବେ। ଭୁବନେଶ୍ୱରରେ ଆୟୋଜିତ ବିଜନେସ୍ ଷ୍ଟାଣ୍ଡାର୍ଡର ଓଡ଼ିଶା ରାଉଣ୍ଡ ଟେବୁଲ-୨୦୧୫ କାର୍ଯ୍ୟକ୍ରମରେ ରବିବାର ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାକୁ ସହଜ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଆସନ୍ତା ୨ରୁ ୩ ମାସ ମଧ୍ୟରେ ଅନଲାଇନ୍ କମ୍ୱାଇନଡ ଆପ୍ଲିକେସନ ଫର୍ମ ବ୍ୟବସ୍ଥା ଆରମ୍ଭ ହେବ। ଏହା ମାଧ୍ୟମରେ ନୂଆ ବ୍ୟବସାୟ ପାଇଁ ବିଭିନ୍ନ ଅନୁମତି ଓ ମଞ୍ଜୁରୀ ଅନଲାଇନରେ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ।

ସେହିଭଳି ଓଡ଼ିଶାରେ ପୋସ୍କୋ ହେବା ନେଇ ରାଜ୍ୟ ସରକାର ଆଶାବାଦୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ସ୍ତରରେ ଏକ ବୈଠକ କରିବା ପାଇଁ କୁହାଯାଇଛି। ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ପୋଲାଭରମ, ମରୁଡ଼ି ସହାୟତା ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ଓଡ଼ିଶା ପାଇଁ ଯାହା ଭଲ ହେବ ତାହା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ତିନିବର୍ଷରେ ବିଭିନ୍ନ କ୍ଷେତ୍ରରେ ରାଜ୍ୟରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗର ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ସାଢେ ତିନି ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos