ଜୁଲାଇ ୩୧ ସୁଦ୍ଧା ଦେଶର ୭୬୪ ଲକ୍ଷ ହେକ୍ଟର ଜମିରେ ହୋଇଛି ଖରିଫ ଚାଷ

ନୂଆଦିଲ୍ଲୀ: ଜୁଲାଇ ୩୧, ୨୦୧୫ ତାରିଖ ସୁଦ୍ଧା ଦେଶର ୭୬୪ ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ କରାଯାଇଛି। ରାଜ୍ୟମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଏହି ହିସାବ କରାଯାଇଛି। ତେବେ ପୂର୍ବ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ୭୦୩.୪୩ ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ କରାଯାଇଥିଲା। ମିଳିଥିବା ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ୨୨୭.୮୧ ଲକ୍ଷ ହେକ୍ଟର ଜମିରେ ଧାନ ବୁଣା ଓ ରୁଆ ଯାଇଥିବା ବେଳେ ୧୪୮.୪୯ ଲକ୍ଷ ହେକ୍ଟର ଜମିରେ ମୋଟା […]

dhana

Rakesh Mallick
  • Published: Saturday, 01 August 2015
  • , Updated: 01 August 2015, 04:43 PM IST

ନୂଆଦିଲ୍ଲୀ: ଜୁଲାଇ ୩୧, ୨୦୧୫ ତାରିଖ ସୁଦ୍ଧା ଦେଶର ୭୬୪ ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ କରାଯାଇଛି। ରାଜ୍ୟମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଏହି ହିସାବ କରାଯାଇଛି। ତେବେ ପୂର୍ବ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ୭୦୩.୪୩ ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ କରାଯାଇଥିଲା। ମିଳିଥିବା ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ୨୨୭.୮୧ ଲକ୍ଷ ହେକ୍ଟର ଜମିରେ ଧାନ ବୁଣା ଓ ରୁଆ ଯାଇଥିବା ବେଳେ ୧୪୮.୪୯ ଲକ୍ଷ ହେକ୍ଟର ଜମିରେ ମୋଟା ଶସ୍ୟ ଚାଷ କରାଯାଇଛି। ଏହି ଅବଧିରେ ୧୪୮.୫୨ ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଏବଂ ୧୦୧.୯୧ ଲକ୍ଷ ହେକ୍ଟର ଜମିରେ କପା ଚାଷ କରାଯାଇସାରିଛି। ଏହା ବ୍ୟତୀତ ୮୨.୪୪ ଲକ୍ଷ ହେକ୍ଟର ଜମିରେ ଡ଼ାଲିଜାତୀୟ ଶସ୍ୟ , ୪୭.୩୩ ଲକ୍ଷ ହେକ୍ଟର ଜମିରେ ଆଖୁ ଓ ୭.୭୮ ଲକ୍ଷ ହେକ୍ଟର ଜମିରେ ଝୋଟ ଓ ମେସ୍ତା ଚାଷ କରାଯାଇଥିବା ଜଣାଯାଏ।

Related story