ଜୁନ ୩୦ ପରେ ଚଳିବନି ୨୦୦୫ ପୂର୍ବର ନୋଟ‍‌

ନୂଆଦିଲ୍ଲୀ: ୨୦୦୫ ମସିହା ପୂର୍ବର ପୁରୁଣା ନୋଟ‍ ଚଳିବନାହିଁ। ଯଦି ଆପଣଙ୍କ ପାଖରେ ଏହି ପୁରୁଣା ନୋଟ ସଞ୍ଚିତ ଥାଏ ତେବେ ତାକୁ ତୁରନ୍ତ ବଦଳାଇ ନିଅନ୍ତୁ। ନଚେତ ଜୁନ‍ ୩୦ ପରେ ଏହିସବୁ ନୋଟ‍ ଅଚଳ ହୋଇଯିବ। ପୂର୍ବରୁ ଜାନୁୟାରୀ ୧ ସୁଦ୍ଧା ଏହି ସବୁ ନୋଟ‍ ପରିବର୍ତ୍ତନ କରାଇ ନେବାକୁ କୁହାଯାଇଥିଲା। ମାତ୍ର ରିଜର୍ଭ ବ୍ୟାଙ୍କ ଏହି ଅବଧିକୁ ପରେ ଜୁନ‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ପ୍ରତ୍ୟେକ ନୋଟ‍ର ଅଶୋକ ସ୍ତମ୍ଭ ନ […]

currencynote

Rakesh Mallick
  • Published: Monday, 22 June 2015
  • , Updated: 22 June 2015, 03:58 AM IST

ନୂଆଦିଲ୍ଲୀ: ୨୦୦୫ ମସିହା ପୂର୍ବର ପୁରୁଣା ନୋଟ‍ ଚଳିବନାହିଁ। ଯଦି ଆପଣଙ୍କ ପାଖରେ ଏହି ପୁରୁଣା ନୋଟ ସଞ୍ଚିତ ଥାଏ ତେବେ ତାକୁ ତୁରନ୍ତ ବଦଳାଇ ନିଅନ୍ତୁ। ନଚେତ ଜୁନ‍ ୩୦ ପରେ ଏହିସବୁ ନୋଟ‍ ଅଚଳ ହୋଇଯିବ।

ପୂର୍ବରୁ ଜାନୁୟାରୀ ୧ ସୁଦ୍ଧା ଏହି ସବୁ ନୋଟ‍ ପରିବର୍ତ୍ତନ କରାଇ ନେବାକୁ କୁହାଯାଇଥିଲା। ମାତ୍ର ରିଜର୍ଭ ବ୍ୟାଙ୍କ ଏହି ଅବଧିକୁ ପରେ ଜୁନ‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ପ୍ରତ୍ୟେକ ନୋଟ‍ର ଅଶୋକ ସ୍ତମ୍ଭ ନ ଥିବା ପାର୍ଶ୍ୱର ତଳ ଅଂଶର ମଝି ଭାଗରେ ମସିହା ଉଲ୍ଲେଖ ରହିଥାଏ। ଏହାକୁ ଯାଞ୍ଚ କରିବା ପରେ ଯଦି ଏହା ୨୦୦୫ ମସିହା ପୂର୍ବରୁ ମୁଦ୍ରିତ ହୋଇଥାଏ ତେବେ ତାକୁ ବ୍ୟାଙ୍କରେ ପରିବର୍ତ୍ତନ କରାଇ ନିଅନ୍ତୁ। ଘରେ ଦୀର୍ଘଦିନ ଧରି ଗଚ୍ଛିତ ରହିଥିବା ନୋଟ ବହୁତ ପୁରୁଣା ହୋଇଥିବାରୁ ଏହା ପରିବର୍ତ୍ତନ କରାଇ ନେବା ଜରୁରୀ। ରିଜର୍ଭ ବ୍ୟାଙ୍କର କହିବା ଅନୁଯାୟୀ ଏବେ ସୁଦ୍ଧା ବଜାରରେ ୧୬୪ କୋଟି ଟଙ୍କାର ୨୦୦୫ ମସିହାର ପୁରୁଣା ନୋଟ ରହିଛି। ବିଭିନ୍ନ ମୂଲ୍ୟର ଏହି ନୋଟଗୁଡିକ ମଧ୍ୟରେ ୧୦୦ ଟଙ୍କିଆ ୮୬.୮୭ କୋଟି ଟଙ୍କା, ୫୦୦ ଟଙ୍କିଆ ୫୬.୧୯ କୋଟି ଟଙ୍କା ଓ ୧୦୦୦ ଟଙ୍କିଆ ୨୧.୭୫କୋଟି ଟଙ୍କା ରହିଛି ।

Related story