କେବଳ ଏସି ହୋଟେଲରେ ଖାଇଲେ ସେବା କର

ନୂଆଦିଲ୍ଲୀ: ଜୁନ୍ ୧ରୁ ବଢ଼ି ଯାଇଛି ସେବା କର। ଆଉ ସେହି ଅନୁଯାୟୀ ହୋଟେଲରେ ଖାଇବା ଖର୍ଚ୍ଚ ବି ମହଙ୍ଗା ହୋଇଯାଇଛି। ହୋଟଲେରେ ଖାଇବା ପରେ ଦେବାକୁ ପଡୁଛି ନୂଆ ଦର ଅନୁଯାୟୀ ସେବା କର। ତେବେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏବେ ସ୍ପଷ୍ଟ କରି ଦେଇଛନ୍ତି ଯେ ସବୁ ହୋଟଲେ ଏହି ବର୍ଦ୍ଧିତ ସେବା କର ଗ୍ରାହକଙ୍କ ପାଇଁ ଲାଗୁ କରି ପାରିବେ ନାହିଁ। କେବଳ ଏୟାର କଣ୍ଡିସନ୍ ଅବା ସଣ୍ଟ୍ରାଲ୍ ହିଟିଂ ବ୍ୟବସ୍ଥାରେ ଖାଇବା […]

dinning

Rakesh Mallick
  • Published: Wednesday, 10 June 2015
  • , Updated: 10 June 2015, 05:36 PM IST

ନୂଆଦିଲ୍ଲୀ: ଜୁନ୍ ୧ରୁ ବଢ଼ି ଯାଇଛି ସେବା କର। ଆଉ ସେହି ଅନୁଯାୟୀ ହୋଟେଲରେ ଖାଇବା ଖର୍ଚ୍ଚ ବି ମହଙ୍ଗା ହୋଇଯାଇଛି। ହୋଟଲେରେ ଖାଇବା ପରେ ଦେବାକୁ ପଡୁଛି ନୂଆ ଦର ଅନୁଯାୟୀ ସେବା କର। ତେବେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏବେ ସ୍ପଷ୍ଟ କରି ଦେଇଛନ୍ତି ଯେ ସବୁ ହୋଟଲେ ଏହି ବର୍ଦ୍ଧିତ ସେବା କର ଗ୍ରାହକଙ୍କ ପାଇଁ ଲାଗୁ କରି ପାରିବେ ନାହିଁ। କେବଳ ଏୟାର କଣ୍ଡିସନ୍ ଅବା ସଣ୍ଟ୍ରାଲ୍ ହିଟିଂ ବ୍ୟବସ୍ଥାରେ ଖାଇବା ପାଇଁ ସୁବିଧା ଥିବା ହୋଟଲେ ଗୁଡ଼ିକୁ ଗ୍ରାହକମାନଙ୍କ ଠାରୁ ସେବା କର ଆଦାୟ କରି ପାରିବେ। ପୁଣି ଏୟାର କଣ୍ଡିସନ୍ ଅବା ଏୟାର ହିଟେଡ୍

ହୋଟେଲ ଗୁଡ଼ିକ କେତେ ସେବା କର ନେବେ ତାହା ବି ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରି ଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ କହିଛନ୍ତି ଯେ ଗ୍ରାହକମାନଙ୍କ ମୋଟ୍ ବିଲର ମାତ୍ର ୪୦% ଉପରେ ସେବା କର ଲାଗୁ ହେବ। ବାକି ୬୦% ବାଦ୍ ଦିଆଯିବ।

ଅନେକ ହୋଟେଲ୍ ଗ୍ରାହକଙ୍କ ଠାରୁ ୧୪% ରୁ ଅଧିକ ସେବା କର ନେଉଥିବା ଅଭିଯୋଗ ଆସିବା ପରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଏହି ସ୍ପଷ୍ଟ ସୂଚନା ଦିଆଯାଇଛି।

Related story