ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ମଦ କମ୍ପାନୀ କିଙ୍ଗଫିଶର ନିଜ ବ୍ୟବସାୟକୁ ଆଉ ପାଦେ ଆଗେଇ ନେଇଛି। କାଚ ବୋତଲ ଓ କ୍ୟାନ ବିଅର ପରେ ଏବେ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ବିଅର ପାଉଡର ବା ଇନଷ୍ଟାଣ୍ଟ ମିକ୍ସ ବଜାରକୁ ଆଣିଛି। ଏହି ପାଉଡରକୁ ପାଣିରେ ମିଶାଇଲେ ଏହା ବିଅରରେ ରୂପାନ୍ତରିତ ହେବ ବୋଲି କିଙ୍ଗଫିଶର ଏକ ଭିଡିଓ ଜାରି କରି ସ୍ପଷ୍ଟ କରିଛି।
And here it is! Kingfisher is proud to bring to you, Kingfisher Instant Beer.
Register now to get an exclusive first taste: https://t.co/PPHlrluATz
Open up the #GoodTimes anytime, anywhere!#KFInstantBeer pic.twitter.com/aICQEgLjCl
— Kingfisher (@kingfisherworld) March 30, 2019
ବିଅର ବୋତଲ କିମ୍ବା କ୍ୟାନକୁ ଥଣ୍ଡା ରଖିବା ପାଇଁ ଫ୍ରିଜର ବ୍ୟବହାର ହେଉଥିବାବେଳେ ଏହି ପାଉଡର କିନ୍ତୁ ପାଣିରେ ମିଶାଇବା ପରେ ଫ୍ରିଜରେ ରହୁଥିବା ବିଅର ଭଳି ତାଜା ସ୍ୱାଦ ଦେବ ବୋଲି ଏକ ଭିଡିଓ ଜରିଆରେ କିଙ୍ଗଫିଶର କମ୍ପାନୀ ଦାବି କରିଛି।