ଅକ୍ଟୋବର  ୩୧  ଯାଏ  ବଢ଼ିଲା ଆୟକର ରିଟର୍ଣ୍ଣ ସମୟ

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ୨୦୧୭-୧୮ ଆର୍ଥିକ ବର୍ଷ  ପାଇଁ ଆୟକର  ରିଟର୍ଣ୍ଣ ଅବଧିକୁ କେନ୍ଦ୍ର ସରକାର ଅକ୍ଟୋବର  ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ  ଏହାକୁ ଚଳିତ ମାସ ୧୫ ଯାଏ ବଢ଼ାଯାଇଥିବା ବେଳେ ଏହାକୁ ପୁଣି ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ସୋମବାର ସ୍ପଷ୍ଟ କରିଛି।    ଏପର୍ଯ୍ୟନ୍ତ ଦେଶରେ ବହୁ ଟିକସଦାତା ଆୟକର ରିଟର୍ଣ୍ଣ ଫାଇଲ କରି ନ ଥିବାରୁ ସମୟ ସୀମା ବୃଦ୍ଧି କରିବା ପାଇଁ ନିବେଦନ କରାଯାଇଥିଲା। ଏହାକୁ ବିଚାର […]

tax-return

Hemant Lenka
  • Published: Monday, 08 October 2018
  • , Updated: 08 October 2018, 10:57 PM IST
ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ୨୦୧୭-୧୮ ଆର୍ଥିକ ବର୍ଷ  ପାଇଁ ଆୟକର  ରିଟର୍ଣ୍ଣ ଅବଧିକୁ କେନ୍ଦ୍ର ସରକାର ଅକ୍ଟୋବର  ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ  ଏହାକୁ ଚଳିତ ମାସ ୧୫ ଯାଏ ବଢ଼ାଯାଇଥିବା ବେଳେ ଏହାକୁ ପୁଣି ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ସୋମବାର ସ୍ପଷ୍ଟ କରିଛି। 
 
ଏପର୍ଯ୍ୟନ୍ତ ଦେଶରେ ବହୁ ଟିକସଦାତା ଆୟକର ରିଟର୍ଣ୍ଣ ଫାଇଲ କରି ନ ଥିବାରୁ ସମୟ ସୀମା ବୃଦ୍ଧି କରିବା ପାଇଁ ନିବେଦନ କରାଯାଇଥିଲା। ଏହାକୁ ବିଚାର କରି ସରକାର ସମୟ ସୀମା ବୃଦ୍ଧି କରିଛନ୍ତି।
ସୂଚନା ଅନୁସାରେ ପୂର୍ବରୁ ସରକାର ସେପ୍ଟେମ୍ବର ୨୪ରେ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ଯେଉଁମାନେ ନିର୍ଦ୍ଧାରିତ ତାରିଖ ପରେ ରିଟର୍ଣ୍ଣ ଫାଇଲ କରୁଛନ୍ତି ସେମାନେ ଆୟକର ଆଇନ୍ ୧୯୬୧ ଧାର ୨୩୪ଏ ଅନୁସାରେ ସୁଧ ବହନ କରିବେ। 

Related story