ବିକ୍ରୀ ହେବ ଏୟାର ଇଣ୍ଡିଆ, ସରକାର ଆରମ୍ଭ କଲେ ପ୍ରସ୍ତୁତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏୟାର ଇଣ୍ଡିଆରେ ନିବେଶ କରିଥିବା ସମସ୍ତ ଶେୟାର ବିକ୍ରୀ କରିବାକୁ ଇଚ୍ଛୁକ। ଏ ନେଇ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ସୂଚନା ଦେଇଛନ୍ତି। ବିମାନ ଚଳାଇବା ସରକାରଙ୍କ କାମ ନୁହେଁ। ତେଣୁ ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ଘରୋଇ କରଣ ହେବ। ଏହି ବିମାନ କମ୍ପାନୀକୁ କିଣିବା ପାଇଁ ଅନେକ ବ୍ୟବସାୟୀ ରହିଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ନିକଟରେ ଏୟାର ଇଣ୍ଡିଆ ତେଲ କମ୍ପାନୀ ଏଚପିସିଏଲ, ବିପିସିଏଲ, ଆଇଓସିର ବକେୟା ଟଙ୍କା […]

AIR INDIA

Subhransu Sekhar
  • Published: Thursday, 29 August 2019
  • , Updated: 29 August 2019, 05:12 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏୟାର ଇଣ୍ଡିଆରେ ନିବେଶ କରିଥିବା ସମସ୍ତ ଶେୟାର ବିକ୍ରୀ କରିବାକୁ ଇଚ୍ଛୁକ। ଏ ନେଇ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ସୂଚନା ଦେଇଛନ୍ତି। ବିମାନ ଚଳାଇବା ସରକାରଙ୍କ କାମ ନୁହେଁ। ତେଣୁ ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ଘରୋଇ କରଣ ହେବ। ଏହି ବିମାନ କମ୍ପାନୀକୁ କିଣିବା ପାଇଁ ଅନେକ ବ୍ୟବସାୟୀ ରହିଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ନିକଟରେ ଏୟାର ଇଣ୍ଡିଆ ତେଲ କମ୍ପାନୀ ଏଚପିସିଏଲ, ବିପିସିଏଲ, ଆଇଓସିର ବକେୟା ଟଙ୍କା ଦେଇ ପାରିନଥିଲା। ଏହାପରେ ବିମାନଗୁଡ଼ିକୁ ଏଟିଏଫ ବା ଇନ୍ଧନ ଦେବା ବନ୍ଦ କରିଦେଇଥିଲେ ତେଲ କମ୍ପାନୀ। ହରଦୀପ ପୁରୀ କହିଛନ୍ତି ବିମାନ ମନ୍ତ୍ରଣାଳୟ ଏଟିଏଫକୁ ଜିଏସଟି ଅନ୍ତର୍ଭୁକ୍ତ କରିବା ପାଇଁ ଚେଷ୍ଟା କରୁଛି। ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ମଧ୍ୟ ଆଲୋଚନା ହୋଇଛି। ଖୁବଶୀଘ୍ର ବିଭାଗୀୟ ମନ୍ତ୍ରୀ ସୀତାରମଣ ନିଷ୍ପତ୍ତି ଜଣାଇବେ ବୋଲି ସେ କହିଛନ୍ତି।

ଆଗାମୀ ଦିନରେ ଏୟାର ଇଣ୍ଡିଆରେ ନିବେଶ କରିବାକୁ ଇଚ୍ଛୁକ ଥିବା ବ୍ୟବସାୟୀ ଓ ଗୃହ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେବ। ଏହାପରେ କ୍ୟାବିନେଟ ସେକ୍ରେଟେରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ରାଉଣ୍ଡ ବୈଠକ ହେବ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ୨୦୧୭-୧୮ରେ ୫୫ ହଜାର କୋଟି ଟଙ୍କାର ଋଣ କରିଥିବା ବେଳେ ୧୮-୧୯ ଆର୍ଥିକ ବର୍ଷରେ ୫୮ ହଜାର ୩୫୧ କୋଟି ଟଙ୍କାର ଋଣ କରି ଦେବାଳିଆ ସ୍ଥିତିକୁ ଚାଲି ଆସିଛି। ପ୍ରତି ମାସ ଏହି ବିମାନ କମ୍ପାନୀର କର୍ମଚାରୀ ୩୦୦ କୋଟିରୁ ଅଧିକ ଟଙ୍କା ବେତନ ନେଉଛନ୍ତି। ମେ ମାସରେ ୧୦ ଦିନ ବିଳମ୍ୱରେ କର୍ମଚାରୀ ଦରମା ପାଇଥିଲେ।

Related story