ନୂଆଦିଲ୍ଲୀ: ପୁଣି କମିଲା ତୈଳ ଦର। ପେଟ୍ରୋଲ ଲିଟର ପିଛା ଦୁଇ ଟଙ୍କା ଓ ଡିଜେଲ ୫୦ ପଇସା ଶସ୍ତା ହୋଇଛି। ଆଜି ମଧ୍ୟ ରାତିରୁ ନୂଆ ଦର ଲାଗୁ ହେବ। ଗତ ଅଗଷ୍ଟ ୧୫ ତାରିଖରେ ପେଟ୍ରୋଲ ଲିଟର ପିଛା ୧ ଟଙ୍କା ୨୭ ପଇସା ଓ ଡିଜେଲ୍ ୧ ଟଙ୍କା ୧୭ ପଇସା ହ୍ରାସ ପାଇଥିଲା। ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁଁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବାରୁ ତୈଳ କଂପାନିଗୁଡ଼ିକ ଦର୍ କମାଇଛନ୍ତି। ପୂର୍ବରୁ ଅଗଷ୍ଟ ପହିଲାରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୪୩ ଓ ଡିଜେଲ୍ ୩ ଟଙ୍କା ୬୦ ପଇସା ହ୍ରାସ ପାଇଥିଲା।