ମ୍ୟାଗି ବିଜ୍ଞାପନରେ ଖର୍ଚ୍ଚ କରିଛି ୪୪୫ କୋଟି, ଗୁଣବତ୍ତା ଯାଞ୍ଚରେ ମାତ୍ର ୧୯ କୋଟି

ନୂଆଦିଲ୍ଲୀ: ମ୍ୟାଗି ନୁଡୁଲ୍ସର ବିଜ୍ଞାପନ ବାବଦକୁ ନେସଲେ କଂପାନୀ ଖର୍ଚ୍ଚ କରିଛି ୪୪୫ କୋଟି ଟଙ୍କା। କିନ୍ତୁ ଏହାର ଗୁଣବତ୍ତା ପରୀକ୍ଷା କରିବା ପାଇଁ କଂପାନୀ ମାତ୍ର ୧୯ କୋଟି ଟଙ୍କା ଖର୍ଚ୍ଚ କରିଛି। ଅର୍ଥାତ୍ ବିଜ୍ଞାପନ ପାଇଁ ଯେତିକି ଖର୍ଚ୍ଚ କରାଯାଇଛି ତା’ର ୫% ବି ଗୁଣବତ୍ତା ପରୀକ୍ଷାର ଖର୍ଚ୍ଚ କରାଯାଇନି। ଏହି ହିସାବ ହେଉଛି ଗତ ୫ ବର୍ଷର। ଆଉ ଏଥିରୁ ବୁଝାପଡୁଛି ମ୍ୟାଗି ନୁଡୁଲ୍ସର ମାନ ନେଇ ନେସଲେ କଂପାନୀ କେତେ ଚିନ୍ତିତ […]

maggi

Rakesh Mallick
  • Published: Sunday, 07 June 2015
  • , Updated: 07 June 2015, 03:32 PM IST

ନୂଆଦିଲ୍ଲୀ: ମ୍ୟାଗି ନୁଡୁଲ୍ସର ବିଜ୍ଞାପନ ବାବଦକୁ ନେସଲେ କଂପାନୀ ଖର୍ଚ୍ଚ କରିଛି ୪୪୫ କୋଟି ଟଙ୍କା। କିନ୍ତୁ ଏହାର ଗୁଣବତ୍ତା ପରୀକ୍ଷା କରିବା ପାଇଁ କଂପାନୀ ମାତ୍ର ୧୯ କୋଟି ଟଙ୍କା ଖର୍ଚ୍ଚ କରିଛି। ଅର୍ଥାତ୍ ବିଜ୍ଞାପନ ପାଇଁ ଯେତିକି ଖର୍ଚ୍ଚ କରାଯାଇଛି ତା’ର ୫% ବି ଗୁଣବତ୍ତା ପରୀକ୍ଷାର ଖର୍ଚ୍ଚ କରାଯାଇନି। ଏହି ହିସାବ ହେଉଛି ଗତ ୫ ବର୍ଷର। ଆଉ ଏଥିରୁ ବୁଝାପଡୁଛି ମ୍ୟାଗି ନୁଡୁଲ୍ସର ମାନ ନେଇ ନେସଲେ କଂପାନୀ କେତେ ଚିନ୍ତିତ ଥିଲା।

ସ୍ୱିଜରଲ୍ୟାଣ୍ଡର ବହୁ ରାଷ୍ଟ୍ରୀୟ କଂପାନୀ ନେସଲେର ଭାରତୀୟ ଶାଖାର ବାର୍ଷିକ ଆୟବ୍ୟୟରୁ ଜଣାପଡ଼ିଛି ଯେ ଗତ ୫ ବର୍ଷରେ କଂପାନୀର କର୍ମଚାରୀଙ୍କ ଉପରେ ଖର୍ଚ୍ଚ ବଢ଼ିଛି। ୨୦୧୦ ମସିହାର କଂପାନୀ କର୍ମଚାରୀମାନଙ୍କ ଉପେର ୪୩୩ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ୨୦୧୪ର ଏହା ବଢ଼ି ୭୫୫ କୋଟି ଟଙ୍କା ହୋଇଯାଇଛି। ପୁଣି ଏହି ସମୟ ମଧ୍ୟରେ କଂପାନୀ ମ୍ୟାଗି ନୁଡୁଲ୍ସର ପ୍ରଚାର ପ୍ରସାରର ଖର୍ଚ୍ଚ ୪୭% ବଢ଼ିଛି। ୨୦୧୦ରେ ଏହି ଖର୍ଚ୍ଚ ୩୦୨ କୋଟି ଟଙ୍କା ରହିଥିଲା। କିନ୍ତୁ ୨୦୧୪ରେ ଏହା ୪୪୫ କୋଟି ଟଙ୍କାରେ ପହଞ୍ଚିଥିଲା। ସେହିପରି ଗତ ୫ ବର୍ଷ ମଧ୍ୟରେ ମ୍ୟାଗି ନୁଡୁଲ୍ସର ମାନ ପରୀକ୍ଷା ଖର୍ଚ୍ଚ ୪୫% ବଢ଼ିଛି। ୨୦୧୦ର ଏଥିପାଇଁ ୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୪ରେ ଏହି ଖର୍ଚ୍ଚ ୧୯ କୋଟିରେ ପହଞ୍ଚିଛି।

ସୂଚନାଯୋଗ୍ୟ, ନେସଲେ କଂପାନୀର ଆର୍ଥିକ ବର୍ଷ ଡିସେମ୍ବର ୩୧ରେ ଶେଷ ହୋଇଥାଏ।

Related story