ମାନ ପରୀକ୍ଷାରେ ଡେଟଲ‌୍‍ ଫେଲ‌୍‍, ପଠାଗଲା ନୋଟିସ‌୍‍

ନୂଆଦିଲ୍ଲୀ: ମ୍ୟାଗି ନୁଡୁଲ୍ସ ପରେ ଆଉ ଏକ ମଲଟି ନ୍ୟାସନାଲ‌୍‍ ବ୍ରାଣ୍ଡର ଉପାଦନ ମାନ ପରୀକ୍ଷାରେ ଫେଲ‌୍‍ ହୋଇଛି। ରେକିଟ‌୍‍ ବେଙ୍କିଜର କଂପାନୀର ଡେଟଲ‌୍‍ ସାବୁଲ‌୍‍ ଲାବୋରୋଟାରୀ ଟେଷ୍ଟରେ ଫେଲ‌୍‍ ହୋଇଯାଇଛି। ଡେଟଲ‌୍‍ ସାବୁନ ସହିତ ୧୦ଟି ଔଷଧର ନମୂନା ବି ମାନ ପରୀକ୍ଷାରେ ଫେଲ‌୍‍ ମାରିଛନ୍ତି। ଏହା ପରେ ଏହି ସବୁ କଂପାନୀ ଗୁଡ଼ିକୁ ନୋଟିସ‌୍‍ ପଠା ଯାଇଛି। ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) ପକ୍ଷରୁ ଗତ ବର୍ଷ ଆଗ୍ରାରୁ ଡେଟଲ‌୍‍ ଓ ଅନ୍ୟ […]

dattlle

Rakesh Mallick
  • Published: Friday, 19 June 2015
  • , Updated: 19 June 2015, 07:14 AM IST

ନୂଆଦିଲ୍ଲୀ: ମ୍ୟାଗି ନୁଡୁଲ୍ସ ପରେ ଆଉ ଏକ ମଲଟି ନ୍ୟାସନାଲ‌୍‍ ବ୍ରାଣ୍ଡର ଉପାଦନ ମାନ ପରୀକ୍ଷାରେ ଫେଲ‌୍‍ ହୋଇଛି। ରେକିଟ‌୍‍ ବେଙ୍କିଜର କଂପାନୀର ଡେଟଲ‌୍‍ ସାବୁଲ‌୍‍ ଲାବୋରୋଟାରୀ ଟେଷ୍ଟରେ ଫେଲ‌୍‍ ହୋଇଯାଇଛି। ଡେଟଲ‌୍‍ ସାବୁନ ସହିତ ୧୦ଟି ଔଷଧର ନମୂନା ବି ମାନ ପରୀକ୍ଷାରେ ଫେଲ‌୍‍ ମାରିଛନ୍ତି। ଏହା ପରେ ଏହି ସବୁ କଂପାନୀ ଗୁଡ଼ିକୁ ନୋଟିସ‌୍‍ ପଠା ଯାଇଛି।

ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) ପକ୍ଷରୁ ଗତ ବର୍ଷ ଆଗ୍ରାରୁ ଡେଟଲ‌୍‍ ଓ ଅନ୍ୟ ୧୦ ପ୍ରକାର ଔଷଧର ନମୂନା ସଂଗ୍ରହ କରାଯାଇ ଲକ୍ଷ୍ନୌର ଏକ ଲାବୋରୋଟାରୀକୁ ପରୀକ୍ଷା ପାଇଁ ପଠାଯାଇଥିଲା। ପରୀକ୍ଷାରୁ ମିଳିଥିବା ଫଳାଫଳ ରିପୋର୍ଟକୁ ମଧ୍ୟ ଡେଟଲ ସମେତ ଅନ୍ୟ ୧୦ଟି ଔଷଧ କଂପାନୀଙ୍କ ନିକଟକୁ ପଠାଯାଇଛି।

ଆଗ୍ରାର ଡ୍ରଗ‌୍‍ ଇନିସପେକ୍ଟର ଆର.ସି ଯାଦବ କହିଛନ୍ତି ଯେ ଡେଟଲ ସାବୁନର ଖୋଳରେ ଏହାର ଓଜନ ୧୨୫ ଗ୍ରାମ ବୋଲି ଲେଖାଯାଇଛି। କିନ୍ତୁ ପରୀକ୍ଷାରୁ ଜଣାପଡ଼ିଲା ଏହି ପ୍ୟାକେଟ‌୍‍ ମାତ୍ର ୧୧୭.୦୪୭୦ ଗ୍ରାମର। ବିନା ଲାଇସେନ୍ସରେ ଦୋକାନ ଚଲାଉଥିବା ଏକ ଔଷଧ ଦୋକାନରୁ ଡେଟଲର ଏହି ନମୂନା ସଂଗ୍ରହ କରାଯାଇଥିଲା। ତେବେ ଏହାର ଗୁଣାତ୍ମକ ମାନ ନେଇ ପରୀକ୍ଷାରୁ କ’ଣ ବାହାରିଛି ତାହା ଉପରେ ସେ କିଛି କହି ନଥିଲେ।

Related story