ମାର୍ଚ୍ଚ ମାସ ସୁଦ୍ଧା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ କାରଖାନା

ଜାମଶେଦପୁର: ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ କାରଖାନା। ଟାଟା ଷ୍ଟିଲ୍ ଏମଡି ଟି.ବି ନରେନ୍ଦ୍ରନ୍ ଶୁକ୍ରବାର ଜାମଶେଦପୁର ଠାରେ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସିଟର ପ୍ଲାଣ୍ଟ ଚାଲୁ ହୋଇଛି ଏବଂ ଫେବୃୟାରୀରେ ବ୍ଳାଷ୍ଟ ଫଣ୍ଣେର୍ସ୍ ଚାଲୁ ହେବ। ଏହାର ୧୦-୧୫ ଦିନ ମଧ୍ୟରେ ଷ୍ଟିଲ୍ ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି। ସାରା ବିଶ୍ୱର ଷ୍ଟିଲ୍ ବଜାରରେ ମାନ୍ଦାବସ୍ଥା ଲାଗି […]

k

k

Rakesh Mallick
  • Published: Saturday, 02 January 2016
  • Updated: 02 January 2016, 04:12 AM IST

ଜାମଶେଦପୁର: ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ କାରଖାନା। ଟାଟା ଷ୍ଟିଲ୍ ଏମଡି ଟି.ବି ନରେନ୍ଦ୍ରନ୍ ଶୁକ୍ରବାର ଜାମଶେଦପୁର ଠାରେ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସିଟର ପ୍ଲାଣ୍ଟ ଚାଲୁ ହୋଇଛି ଏବଂ ଫେବୃୟାରୀରେ ବ୍ଳାଷ୍ଟ ଫଣ୍ଣେର୍ସ୍ ଚାଲୁ ହେବ। ଏହାର ୧୦-୧୫ ଦିନ ମଧ୍ୟରେ ଷ୍ଟିଲ୍ ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି। ସାରା ବିଶ୍ୱର ଷ୍ଟିଲ୍ ବଜାରରେ ମାନ୍ଦାବସ୍ଥା ଲାଗି ରହିଥିବା ସତ୍ତ୍ୱେ, ଟାଟା ଷ୍ଟିଲକୁ ଏହାର ଉତ୍ପାଦନ ବିକ୍ରି କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ନରେନ୍ଦ୍ରନ୍।

ଗତ ନଭେମ୍ୱର ୧୮ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲ୍ ପ୍ଲାଣ୍ଟକୁ ଉଦଘାଟନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ପ୍ଲାଣ୍ଟରୁ ବାର୍ଷିକ ୩ ମିଲିୟନ ଟନ୍ ଷ୍ଟିଲ୍ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos