ଲଗାତାର ଚାରି ଦିନ କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଲଗାତାର ଚାରି ଦିନ ପାଇଁ କମିଛି ପେଟ୍ରୋଲ ଓ ଡିଜେଲ ଦର। ଗତ ମାସରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମିବା ପରେ ଭାରତରେ ଏହାର ସକାରାତ୍ମକ ପଡ଼ିଛି ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ସରକାର ଆରମ୍ଭରେ ରୋଷେଇ ଗ୍ୟାସର ଦାମ ବଢ଼ିଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦାମ କମ୍ ହୋଇଥିବା ଦେଖିବାକୁ ମିଳିଛି। ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ ୧୨ ପଇସା, କୋଲକାତାରେ ୩ ପଇସା, […]

petrol-diesel-reuters-ii

Subhransu Sekhar
  • Published: Sunday, 02 June 2019
  • , Updated: 02 June 2019, 04:02 PM IST

ନୂଆଦିଲ୍ଲୀ: ଲଗାତାର ଚାରି ଦିନ ପାଇଁ କମିଛି ପେଟ୍ରୋଲ ଓ ଡିଜେଲ ଦର। ଗତ ମାସରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମିବା ପରେ ଭାରତରେ ଏହାର ସକାରାତ୍ମକ ପଡ଼ିଛି ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ସରକାର ଆରମ୍ଭରେ ରୋଷେଇ ଗ୍ୟାସର ଦାମ ବଢ଼ିଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦାମ କମ୍ ହୋଇଥିବା ଦେଖିବାକୁ ମିଳିଛି।

ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ ୧୨ ପଇସା, କୋଲକାତାରେ ୩ ପଇସା, ମୁମ୍ୱାଇରେ ୧୨ ପଇସା ଏବଂ ଚେନ୍ନାଇରେ ୧୨ ପଇସା କମିଥିବା ଦେଖିବାକୁ ମିଳିଛି। ସେହିପରି ଡିଜେଲ ଦାମ ମଧ୍ୟ ସାରା ଦେଶରେ କମିଛି। ଦିଲ୍ଲୀରେ ୨୦ ପଇସା, କୋଲକାତାରେ ୧୫ ପଇସା, ମୁମ୍ୱାଇ ଓ ଚେନ୍ନାଇରେ ୨୧ ପଇସା ହ୍ରାସ ପାଇଥିବା ଜଣାପଡ଼ିଛି।

ଭୁବନେଶ୍ୱରରେ ପେଟ୍ରୋଲ ଦର କମ୍ ହୋଇ ଲିଟର ପିଛା ୭୦ ଟଙ୍କା ୫୩ ପଇସା ରହିଥିବା ବେଳେ ଡିଜେଲ ଦର ୭୦ ଟଙ୍କା ୯୭ ପଇସା ରହିଛି। ସେହିଭଳି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୭୧ ଟଙ୍କା ୫୩ ପଇସା ରହିଥିବା ବେଳେ ଡିଜେଲ ଦର ୬୬ ଟଙ୍କା ୧୯ ପଇସା ରହିଛି।

ଉଲ୍ଲେଖଯୋଗ୍ୟ, ଭାରତ ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ବିଦେଶରୁ ୮୪ ପ୍ରତିଶତ ତେଲ ଆମଦାନୀ କରିଥାଏ।

Related story