Advertisment

ଜିଏସ୍‌ଟି ସଂଗ୍ରହ ସବୁ ପୁରୁଣା ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ: ୨୦୧୭ ମଧ୍ୟ ଭାଗରୁ ଦେଶରେ କାର୍ଯ୍ୟକାରୀ ହୋଇଥିବା ଜିଏସ୍‌ଟି ସଂଗ୍ରହ ନିୟମ ଏବେ ସର୍ବକାଳୀନ ରେକର୍ଡ କରିଛି। ମାର୍ଚ୍ଚ ମାସରେ ୧,୪୨,୦୯୫ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ୨୦୨୨ ଜାନୁଆରୀରେ ରେକର୍ଡ ୧,୪୦,୯୮୬ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ଏହା ସେତେବେଳେ ନୂଆ ରେକର୍ଡ କରିଥିଲା। ହେଲେ ଏବେ ମାର୍ଚ୍ଚ ମାସର ଜିଏସ୍‌ଟି ରାଜସ୍ୱ ଏହି ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରେ […]

ଢୋଲ ଭିତରେ ମୂଷା, ଲାଞ୍ଚ ନେଇଧରାପଡ଼ିଲେ ଜିଏସଟି ଅଧିକାରୀ

GST

Advertisment

ନୂଆଦିଲ୍ଲୀ: ୨୦୧୭ ମଧ୍ୟ ଭାଗରୁ ଦେଶରେ କାର୍ଯ୍ୟକାରୀ ହୋଇଥିବା ଜିଏସ୍‌ଟି ସଂଗ୍ରହ ନିୟମ ଏବେ ସର୍ବକାଳୀନ ରେକର୍ଡ କରିଛି। ମାର୍ଚ୍ଚ ମାସରେ ୧,୪୨,୦୯୫ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି। ୨୦୨୨ ଜାନୁଆରୀରେ ରେକର୍ଡ ୧,୪୦,୯୮୬ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ଏହା ସେତେବେଳେ ନୂଆ ରେକର୍ଡ କରିଥିଲା। ହେଲେ ଏବେ ମାର୍ଚ୍ଚ ମାସର ଜିଏସ୍‌ଟି ରାଜସ୍ୱ ଏହି ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛି।

Advertisment

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରେ ସମଗ୍ର ଦେଶରୁ ମୋଟ ୧,୪୨,୦୯୫ କୋଟି ଟଙ୍କାର ଜିଏସ୍‌ଟି ରାଜସ୍ୱ ଆଦାୟ ହୋଇଛି। ଏହା ମଧ୍ୟରେ କେନ୍ଦ୍ରୀୟ ଜିଏସଟିର ପରିମାଣ ୨୫,୮୩୦ କୋଟି ଓ ରାଜ୍ୟ ଜିଏସଟିର ପରିମାଣ ୩୨,୩୭୮ କୋଟି।

ସେହିପରି ଆଇଜିଏସଟିର ପରିମାଣ ୭୪,୪୭୦ କୋଟି ଟଙ୍କା। ଏହା ମଧ୍ୟରେ ଆମଦାନୀ ଜିଏସଟିର ପରିମାଣ ୩୯,୧୩୧ କୋଟି ରହିଛି। ଏହାବାଦ ବିଭିନ୍ନ ଦ୍ରବ୍ୟରେ ଲାଗୁଥିବା ସେସରୁ ୯,୪୧୭ କୋଟି ଟଙ୍କା ଆଦାୟ କରାଯାଇଛି।

Advertisment

ଗତବର୍ଷ ମାର୍ଚ୍ଚ ତୁଳନାରେ ଚଳିତ ବର୍ଷ ୧୫% ଅଧିକ ଜିଏସ୍‌ଟି ସଂଗ୍ରହ ହୋଇଛି। ଏହା ୨୦୨୦ ମାର୍ଚ୍ଚ ତୁଳନାରେ ୪୬% ଅଧିକ।  ଜିଏସ୍‌ଟି ପରିଷଦ ନେଇଥିବା ବିଭିନ୍ନ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଯୋଗୁ ଏତେ ପରିମାଣର ରାଜସ୍ୱ ଆଦାୟ ହୋଇପାରିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଜିଏସଟି ସଂଗ୍ରହ ବଢ଼ିବାର କାରଣ କ’ଣ

୧- ଜିଏସଟି ନିୟମର ଉତ୍ତମ କାର୍ଯ୍ୟକାରିତା ପାଇଁ ପ୍ରଶାସନିକ ସ୍ତରରେ ଅନେକ ନୀତି ପ୍ରଣୟନ କରାଯିବା ସହ ପଦକ୍ଷେପ ନିଆଯାଇଛି।

୨-ଜିଏସଟି ଚୋରି ମାମଲାକୁ ଧରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଜେନ୍ସିଗୁଡ଼ିକ ଏକାଠି କାମ କରୁଛନ୍ତି।
୩-ଜିଏସଟିଏନ୍ ଦ୍ୱାରା ବିକଶିତ ହୋଇଥିବା ବୈଷୟିକ ଜ୍ଞାନକୌଶଳ ଦ୍ୱାରା ନକଲି ଇନଭଏସ୍ ମାମଲା ଗୁଡ଼ିକକୁ ଚିହ୍ନଟ କରାଯାଇ ପାରୁଛି।

୪- କିଛି ମାସ ହେଲାଣି ଆଇଟି ରିଟର୍ଣ୍ଣ ଫାଇଲରେ ମଧ୍ୟ ଅଧିକରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି।

୫- କମ୍ପାନୀଗୁଡ଼ିକ ଜିଏସଟି ଅଧୀନରେ ନିଜକୁ ପଞ୍ଜିକରଣ କରି ଟିକସ ଦେଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe