Advertisment

ସଜାଡ଼ି ହେଉଛି ବିଗିଡ଼ା ଅର୍ଥନୀତି

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଅଭିବୃଦ୍ଧି ହାର ବିଗିଡ଼ି ଯାଇଥିଲା। ଏବେ କିନ୍ତୁ ସ୍ଥିତିରେ ପରିବର୍ତ୍ତନ ଆସିବା ପରେ ସଜାଡ଼ି ହୋଇଛି। ବିଗତ ଦୁଇଟି ତ୍ରୈମାସିକ ଦେଶର ଅଭିବୃଦ୍ଧି ହାର ମାଇନସ ଥିବା ବେଳେ ଏବେ ଏହା ପଜିଟିଭ୍ ଆସିଛି। ଯାହାକି ପ୍ରଥମ। ଆଉ ଦେଶର ଅର୍ଥନୀତି ପାଇଁ ଭଲ ଖବର। ଚଳିତ ଆର୍ଥିକ ବର୍ଷରେ ଅକ୍ଟୋବରରୁ ଡିସେମ୍ୱର ଯାଏ ଅଭିବୃଦ୍ଧି ହାର ୦.୪ରେ ପହଞ୍ଚିଛି। ଯାହାକି ସରକାରଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଏନଏସଓର ରିପୋର୍ଟ ଅନୁଯାୟୀ […]

ଅଦ୍ୟତନ ହୋଇଛି
‘ଅର୍ଥନୀତିରେ ବ୍ରିଟେନକୁ ମାତ୍ ଦେବ ଭାରତ, ଦେଶର ରୋଜଗାର ଓ ଅଭିବୃଦ୍ଧି ହାର ବଢ଼ିବ’

GDP1

Advertisment

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଅଭିବୃଦ୍ଧି ହାର ବିଗିଡ଼ି ଯାଇଥିଲା। ଏବେ କିନ୍ତୁ ସ୍ଥିତିରେ ପରିବର୍ତ୍ତନ ଆସିବା ପରେ ସଜାଡ଼ି ହୋଇଛି। ବିଗତ ଦୁଇଟି ତ୍ରୈମାସିକ ଦେଶର ଅଭିବୃଦ୍ଧି ହାର ମାଇନସ ଥିବା ବେଳେ ଏବେ ଏହା ପଜିଟିଭ୍ ଆସିଛି। ଯାହାକି ପ୍ରଥମ। ଆଉ ଦେଶର ଅର୍ଥନୀତି ପାଇଁ ଭଲ ଖବର।

Advertisment

ଚଳିତ ଆର୍ଥିକ ବର୍ଷରେ ଅକ୍ଟୋବରରୁ ଡିସେମ୍ୱର ଯାଏ ଅଭିବୃଦ୍ଧି ହାର ୦.୪ରେ ପହଞ୍ଚିଛି। ଯାହାକି ସରକାରଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଏନଏସଓର ରିପୋର୍ଟ ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷର ଏହି ତିନି ମାସରେ ଅଭିବୃଦ୍ଧି ହାର ୩.୩ ପ୍ରତିଶତ ଥିଲା।

କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ମାଇନସ ରହିଥିଲା। ପ୍ରଥମ ତ୍ରୈମାସ ଏପ୍ରିଲ-ଜୁନରେ ଅଭିବୃଦ୍ଧି ହାର ୨୪.୪ ପ୍ରତିଶତ ହ୍ରାସ ପାଇଥିଲା। ଦ୍ୱିତୀୟ ତ୍ରୈମାସରେ ଅଭିବୃଦ୍ଧି ହାର ଟିକିଏ ବଢ଼ି -୭.୩ ପ୍ରତିଶତ ରହିଥିଲା। ଏମିତିକି ଅଭିବୃଦ୍ଧି ହାର କ୍ରମାଗତ ୬ମାସ ଧରି ମାଇନସ ରହିଥିଲା ଅଭିବୃଦ୍ଧି ହାର।

Advertisment

ତୃତୀୟ ତ୍ରୈମାସରେ ଅଭିବୃଦ୍ଧି ହାର ପଜିଟିଭ୍ ଆସିବ ବୋଲି ଅନେକ ଏଜେନ୍ସି ପୂର୍ବରୁ ଆକଳନ କରିଥିଲେ। ଆଉ ସରକାର ମଧ୍ୟ ଅର୍ଥନୀତିକୁ ଟ୍ରାକକୁ ଆଣିବା ବିଭିନ୍ନ ନୀତି ଏବଂ ଯୋଜନା କରିଛନ୍ତି। ବିଭିନ୍ନ ଅର୍ଥନୀତିକ ଏଜେନ୍ସିଗୁଡ଼ିକ ମଧ୍ୟ ଭାରତରେ ଅର୍ଥନୀତିକ ଅଭିବୃଦ୍ଧି ଆଗକୁ ଭଲ ରହିବ ବୋଲି ଆକଳନ କରିଛନ୍ତି।

କିଛି ଦିନ ପୂର୍ବରୁ ରେଟିଂ ଏଜେନ୍ସି ମୁଡି ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ଆକଳନକୁ ୧୦.୮ ପ୍ରତିଶତରୁ ୧୩.୭ ପ୍ରତିଶତକୁ ବୃଦ୍ଧି କରିଛି। ଦେଶରେ ଅର୍ଥନୀତିକ କାର୍ଯ୍ୟକଳାପ ବଢ଼ି ଚାଲିଛି ଏବଂ କରୋନା ଟିକା ଅର୍ଥନୀତିକୁ ମଧ୍ୟ ସୁଧାରିବ ବୋଲି କହିଛି। ଏଜେନ୍ସି ଗୁଡ଼ିକ ଚଳିତ ଆର୍ଥିକ ବର୍ଷରେ ଜିଡିପି ହ୍ରାସର ଆକଳନକୁ ବର୍ତ୍ତମାନର ୧୦.୬ ପ୍ରତିଶତରୁ ୭ ପ୍ରତିଶତକୁ ହ୍ରାସ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe