Advertisment

ବେସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର, ଏପ୍ରିଲ ପହିଲାରୁ ବଦଳିବନି ଦରମା

ନୂଆଦିଲ୍ଲୀ: ଏପ୍ରିଲ ୧ରୁ କେନ୍ଦ୍ର ସରକାର ନୂଆ ବେତନ ସଂହିତା ଲାଗୁ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏବେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ସରକାର। ଅର୍ଥାତ୍ ଏବେ ଯେମିତି ନିୟମ ରହିଛି ସେହିପରି ନିୟମ ଚାଲୁ ରହିବ। ଆଗାମୀ ଦିନରେ ଏହି ସଂହିତା ଲାଗୁ ହେବ ବୋଲି ଜଣାପଡ଼ିଛି। ଇକୋନମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ ସରକାର ଏବେ ନୂଆ ବେତନ ସଂହିତା ନିୟମ ଲାଗୁ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଦରମା ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ […]

ଅଦ୍ୟତନ ହୋଇଛି
ବେସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର, ଏପ୍ରିଲ ପହିଲାରୁ ବଦଳିବନି ଦରମା

new-wage-code

Advertisment

ନୂଆଦିଲ୍ଲୀ: ଏପ୍ରିଲ ୧ରୁ କେନ୍ଦ୍ର ସରକାର ନୂଆ ବେତନ ସଂହିତା ଲାଗୁ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏବେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ସରକାର। ଅର୍ଥାତ୍ ଏବେ ଯେମିତି ନିୟମ ରହିଛି ସେହିପରି ନିୟମ ଚାଲୁ ରହିବ। ଆଗାମୀ ଦିନରେ ଏହି ସଂହିତା ଲାଗୁ ହେବ ବୋଲି ଜଣାପଡ଼ିଛି। ଇକୋନମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ ସରକାର ଏବେ ନୂଆ ବେତନ ସଂହିତା ନିୟମ ଲାଗୁ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଦରମା ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବନାହିଁ। ଶ୍ରମ ମନ୍ତ୍ରାଳୟର ଅଧିକାରୀ ନୂଆ ବେତନ ସଂହିତା ଲାଗୁ କରିବା ଏବେ ଠିକ୍ ହେବନି ବୋଲି ଚିନ୍ତା କରିଛନ୍ତି। ଆଗାମୀ ଦିନରେ ଏହା ଲାଗୁ ହେବ ବୋଲି ସୂଚନା ରହିଛି।

Advertisment

ସୂଚନାଯୋଗ୍ୟ, ଯଦି ନୂଆ ବେତନ ସଂହିତା ଲାଗୁ ହୋଇଥାନ୍ତା ତାହେଲେ ଦରମା ଷ୍ଟ୍ରକଚର ବଦଳି ଯାଇଥାନ୍ତା। ମୋଟ ଦରମା ବେସିକ, ପିଏଫ ଏବଂ ଆଲାଉନସେସ ତିଆରି ହୋଇଥାଏ। ଜଣେ ମାସ ଶେଷରେ ଯେତକ ଟଙ୍କା ଦରମା ପାଉଥିଲେ ସେଥିରେ ହ୍ରାସ ହୋଇଥାନ୍ତା। ଦରମାର ଗୋଟିଏ ବଡ଼ ଅଂଶ ପିଏଫ ଏବଂ ଗ୍ରାଚୁଏଟିରେ ଜମା ହୋଇଥାନ୍ତା। ନୂଆ ଦରମା ଷ୍ଟ୍ରକଚରରେ ମୋଟ ବେତନ ଭତ୍ତାର ଆଲାଉନସେସ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ। ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ମୋଟ୍ ବେତନ ବା ଦରମାର ୫୦% ଆପଣଙ୍କର ବେସିକ ରହିବା ଆବଶ୍ୟକ, ହେଲେ ଅନେକ କମ୍ପାନୀ ଏଭଳି କରନ୍ତି ନାହିଁ।

ମୁଖ୍ୟତଃ ବେସରକାରୀ କମ୍ପାନୀଗୁଡିକ ବେସିକ ଦରମା କମ୍ ରଖନ୍ତି ଏବଂ ଭତ୍ତାର ଅଧିକ ଅଂଶ ଅନୁମତି ଦିଅନ୍ତି। ଏହି ପରିସ୍ଥିତିରେ, ଏହି ନିୟମକୁ ଅନୁସରଣ କରିବା ପାଇଁ କମ୍ପାନୀମାନଙ୍କୁ ବେତନର ବେସିକ ବେତନ ଅଂଶକୁ ବଢ଼ାଇଥାନ୍ତେ। ଏହାଦ୍ୱାରା ଗ୍ରାଚ୍ୟୁଇଟି ଏବଂ ପିଏଫରେ କମ୍ପାନୀ ଦେୟର ଅନୁପାତ ମଧ୍ୟ ବଢ଼ିବ। ଏଭଳି ପରିସ୍ଥିତିରେ କର୍ମଚାରୀଙ୍କ ଆକାଉଣ୍ଟକୁ ଆସୁଥିବା ବେତନ ପରିମାଣ ପ୍ରଭାବିତ ହୋଇଥାନ୍ତା ଏବଂ ଏହା ବର୍ତ୍ତମାନ ତୁଳନାରେ କମ୍ ହୋଇଥାନ୍ତା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe