Advertisment

ଅର୍ଥନୀତି ପାଇଁ ଖରାପ ସଙ୍କେତ: ଅଭିବୃଦ୍ଧି ହାର ହ୍ରାସ କଲା ଆଇଏମଏଫ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଭାରତର ଅଭିବୃଦ୍ଧି ହାରର ଆକଳନ ପୂର୍ବ ତୁଳନାରେ ଆହୁରି ହ୍ରାସ କରିଛି। ଆଇଏମ୍ଏଫ୍ ଆକଳନ କରିଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୯.୫% ରହିବ। ପୂର୍ବରୁ ଅଭିବୃଦ୍ଧି ହାର ୧୨.୫% ରହିବ ବୋଲି ଏହି ସଂସ୍ଥା ଆକଳନ କରିଥିଲା। ତେଣୁ ପୂର୍ବ ଆକଳନ ତୁଳନାରେ ଏବେ ଅଭିବୃଦ୍ଧି ହାରକୁ ୩% ହ୍ରାସ କରାଯାଇଛି। ଆଇଏମ୍ଏଫ୍ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୧ ମାର୍ଚ୍ଚରୁ ମେ ମାସ ମଧ୍ୟରେ […]

author-image
Hemant Lenka
ଅର୍ଥନୀତି ପାଇଁ ଖରାପ ସଙ୍କେତ: ଅଭିବୃଦ୍ଧି ହାର ହ୍ରାସ କଲା ଆଇଏମଏଫ

IMF

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଭାରତର ଅଭିବୃଦ୍ଧି ହାରର ଆକଳନ ପୂର୍ବ ତୁଳନାରେ ଆହୁରି ହ୍ରାସ କରିଛି। ଆଇଏମ୍ଏଫ୍ ଆକଳନ କରିଛି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୯.୫% ରହିବ। ପୂର୍ବରୁ ଅଭିବୃଦ୍ଧି ହାର ୧୨.୫% ରହିବ ବୋଲି ଏହି ସଂସ୍ଥା ଆକଳନ କରିଥିଲା।

Advertisment

ତେଣୁ ପୂର୍ବ ଆକଳନ ତୁଳନାରେ ଏବେ ଅଭିବୃଦ୍ଧି ହାରକୁ ୩% ହ୍ରାସ କରାଯାଇଛି। ଆଇଏମ୍ଏଫ୍ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୧ ମାର୍ଚ୍ଚରୁ ମେ ମାସ ମଧ୍ୟରେ କରୋନାର ଦ୍ୱିତୀୟ ଲହର ଯୋଗୁ ଭାରତ ଅଭିବୃଦ୍ଧି ଗତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି ଆର୍ଥିକ ଅଭିବୃଦ୍ଧି ଝଟକାରୁ ମୁକୁଳିବା ପାଇଁ ଆଉ କିଛି ସମୟ ଲାଗିପାରେ।

ଆଇଏମ୍ଏଫର ଏପରି ଅଭିବୃଦ୍ଧି ହାର ହ୍ରାସ ଆକଳନ ଦେଶର ଅର୍ଥନୀତି ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି। ଭାରତର ଅଭିବୃଦ୍ଧି ହାରକୁ ଆଇଏମଏଫ କରୋନା ପାଇଁ ହ୍ରାସ କରିଥିଲେ ହେଁ ବିଶ୍ୱର କ୍ଷେତ୍ରରେ କୌଣସି ପରିବର୍ତ୍ତନ କରିନି। ପୂର୍ବଭଳି ବିଶ୍ୱର ଅଭିବୃଦ୍ଧି ହାର ୬% ରହିବ ବୋଲି ସଂସ୍ଥା ତା’ ରିପୋର୍ଟରେ କହିଛି।

Advertisment

ଆଇଏମଏଫ ଭାରତ ସହ ବିଭିନ୍ନ ବିକାଶଶୀଳ ରାଷ୍ଟ୍ରର ଅର୍ଥନୀତିକ ଅଭିବୃଦ୍ଧି ହାର ଆକଳନକୁ ହ୍ରାସ କରିଛି। ତେବେ ଯେଉଁ ଦେଶଗୁଡ଼ିକ ପାଖରେ ପର୍ଯ୍ୟାପ୍ତ ପରିମାଣର କରୋନା ଟିକା ରହିଛି, ସେମାନଙ୍କ ଅର୍ଥନୀତି ଆଗାମୀ ଦିନରେ ଦ୍ରୁତଗତିରେ ଆଗକୁ ଯିବ ବୋଲି ଆଇଏମଏଫ ଆଶା କରିଛି। କରୋନା ଟିକା ଠିକ ଭାବେ ପାଇ ପାରୁ ନଥିବା ରାଷ୍ଟ୍ରଗୁଡ଼ିକର ଅର୍ଥନୀତିକ ଅଭିବୃଦ୍ଧି ଗୁରୁତର ଭାବେ ପ୍ରଭାବିତ ହୋଇଛି।

ସୂଚନାଯୋଗ୍ୟ, ମହାମାରୀ କରୋନାର ଦ୍ୱିତୀୟ ଲହର ଠିକ୍‌ ପୂର୍ବରୁ ଆଇଏମଏଫ ଭାରତର ଅର୍ଥନୀତି ଦ୍ରୁତଗତିରେ ବଢ଼ିବ ବୋଲି କହିଥିଲା। ଏଥିପାଇଁ ସଂସ୍ଥା ଅର୍ଥନୀତି ଅଭିବୃଦ୍ଧି ହାର ୨୦୨୧-୨୨ ଆର୍ଥିକ ବର୍ଷରେ ୧୨.୫% ରହିବ ବୋଲି ଆକଳନ କରିଥିଲା।

ଆଇଏମଏଫ ତା’ ରିପୋର୍ଟରେ କହିଛି ଯେ ଭାରତ ଓ ଇଣ୍ଡୋନେସିଆ ସମେତ ଜି-୨୦ ଦେଶଗୁଡ଼ିକ ଆଗରେ ବହୁତ ଚ୍ୟାଲେଞ୍ଜ ରହିଛି। ସେହିପରି ଦ୍ରୁତଗତିରେ ଟିକାକରଣ କରୁଥିବା ବ୍ରିଟେନ ଓ କାନାଡା ଭଳି ଦେଶଗୁଡ଼ିକର ଅର୍ଥନୀତି ଉପରେ କରୋନାର ପ୍ରଭାବ ସେତେଟା ପ୍ରଭାବ ପଡ଼ିବ ନାହିଁ।