Advertisment

‘ପେଟ୍ରୋଲିୟମ ପଦାର୍ଥ ଜିଏସଟି ପରିସରଭୁକ୍ତ ହେବା ଦରକାର’

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଏବେ ଆକାଶଛୁଆଁ। ଦର କେବେ କମିବ ସେ ନେଇ ଦେଶବାସୀ ଅପେକ୍ଷା କରିଛନ୍ତି। ଏହାରି ଭିତରେ ପେଟ୍ରୋଲିୟମ ପଦାର୍ଥକୁ ଜିଏସଟି ପରିସରଭୁକ୍ତ କରିବା ପାଇଁ ଦାବି ଉଠିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପେଟ୍ରୋଲ, ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହାରି ଭିତରେ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା କେଭି ସୁବ୍ରମଣ୍ୟମ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ ଦାବିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି […]

ଅଦ୍ୟତନ ହୋଇଛି
‘ପେଟ୍ରୋଲିୟମ ପଦାର୍ଥ ଜିଏସଟି ପରିସରଭୁକ୍ତ ହେବା ଦରକାର’

KV-SUBRAMANYAM

Advertisment

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଏବେ ଆକାଶଛୁଆଁ। ଦର କେବେ କମିବ ସେ ନେଇ ଦେଶବାସୀ ଅପେକ୍ଷା କରିଛନ୍ତି। ଏହାରି ଭିତରେ ପେଟ୍ରୋଲିୟମ ପଦାର୍ଥକୁ ଜିଏସଟି ପରିସରଭୁକ୍ତ କରିବା ପାଇଁ ଦାବି ଉଠିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପେଟ୍ରୋଲ, ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି।

Advertisment

ଏହାରି ଭିତରେ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା କେଭି ସୁବ୍ରମଣ୍ୟମ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ ଦାବିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଏଭଳି ହେଲେ ଦର କମିପାରିବ। ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ଜିଏସଟି ପରିଷଦ ନେବ। ମୁଦ୍ରାସ୍ପିତିକ ଚାପ ପାଇଁ ବିଭିନ୍ନ ଦରଦାମ ବଢ଼ିଛି ବୋଲି ଫିକିର (FICCI) ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସୁବ୍ରମଣ୍ୟମ କହିଛନ୍ତି।

ଆଗକୁ ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଆଉ ଏବେ ଦେଶର ସବୁଠୁ ବଡ଼ ପ୍ରସଙ୍ଗ ବର୍ଦ୍ଧିତ ତେଲ ଦର। ତେଣୁ ଜନତାଙ୍କ ସ୍ୱାର୍ଥକୁ ନଜରରେ ରଖି ସରକାର କୌଣସି ପଦକ୍ଷେପ ନେଇପାରନ୍ତି।

Advertisment

ଯଦି ପେଟ୍ରୋଲ ଏବଂ ଡିଜେଲକୁ ଜିଏସଟି ପରିସରଭୁକ୍ତ କରାଯାଏ ତେବେ ଅଧାରୁ ଅଧିକ ଟଙ୍କା ଦର କମିଯିବ। ଭାରତରେ ଚାରୋଟି ପ୍ରାଥମିକ ଜିଏସଟି ସ୍ଲାବ ରହିଛି। ସେଗୁଡ଼ିକ ହେଲା ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ।

ଯଦି ପେଟ୍ରୋଲକୁ ୫ ପ୍ରତିଶତ ଜିଏସଟି ସ୍ଲାବରେ ରଖାଯାଏ, ତେବେ ଦେଶରେ ପେଟ୍ରୋଲ ଲିଟର ପିଛା ୩୭.୫୭ ଟଙ୍କା ହେବ ଏବଂ ଡିଜେଲ ହାର ୩୮.୦୩ ଟଙ୍କାକୁ ହ୍ରାସ ପାଇବ। ସେହିପରି ୧୨ ପ୍ରତିଶତ ସ୍ଲାବରେ ରଖିଲେ ପେଟ୍ରୋଲ ମୂଲ୍ୟ ୪୦ ଟଙ୍କା ଏବଂ ଡିଜେଲ ୪୦.୫୬ ଟଙ୍କା ହେବ। ଯଦି ୧୮ ପ୍ରତିଶତ ସ୍ଲାବରେ ରୁହେ ତେବେ ପେଟ୍ରୋଲ ମୂଲ୍ୟ ୪୨.୨୨ ଟଙ୍କା ଏବଂ ଡିଜେଲ ୪୨.୭୩ ଟଙ୍କା ହେବ।ଅନ୍ୟପକ୍ଷରେ ଯଦି ୨୮ ପ୍ରତିଶତ ସ୍ଲାବରେ ରହିବ ତେବେ ପେଟ୍ରୋଲ ୪୫.୭୯ ଟଙ୍କା ଏବଂ ଡିଜେଲ ୪୬.୩୬ ଟଙ୍କା ହେବ। ଯଦି ଏଭଳି ହେବ ତାହେଲେ ସାଧାରଣ ଲୋକ ଅନେକ ରିହାତି ପାଇବେ। ଏଥିସହ ଅନେକ ସାମଗ୍ରୀର ଦରଦାମ ମଧ୍ୟ କମିବ।

ହେଲେ ବିଭିନ୍ନ ଦେଶ ତୁଳନାରେ ଭାରତରେ ତେଲରୁ ସର୍ବାଧିକ ଟିକସ ଆଦାୟ କରୁଛନ୍ତି ଆମ ଦେଶର କେନ୍ଦ୍ର ଓ ରାଜ୍ୟ ସରକାର। ତେଲରୁ ମିଳୁଥିବା ଟିକସ ପଇସା ରାଜ୍ୟ ସରକାରଙ୍କ ପାଇଁ କାମଧେନୁ ସଦୃଶ। ତେଣୁ ସରକାର ଜିଏସଟି ପରିସରଭୁକ୍ତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଖୋଲା ମନରେ ଆସିପାରୁନଥିବା ଦେଖିବାକୁ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe